ନମସ୍କାର ବନ୍ଧୁଗଣ । ସୂଚନା ମୁତବାକ ପହଲି ରଜରେ ଘଟିଥିଲା ଅଭାବନୀୟ ଘଟଣା ଯେଉଁଥିପାଇଁ ଗାଁ ଲୋକମାନେ ପାଳନ କରୁଛନ୍ତି ଶୋକଦିବସ । ଏହି ଘଟଣାଟି ହେଲା କେନ୍ଦ୍ରାପଡା ଜିଲା ନିମପୁର ଗାଁର ପଟ୍ଟାମୁଣ୍ଡାଇ ଠାରେ ଖବର ଅନୁସାରେ ରଜରେ ଗାଧୋଇବାକୁ ଯାଇଥିଲେ ମା ‘ଓ ଦଶ ବର୍ଷର ପୁଅ ଆଶୁତୋଷ ।

ସକାଳ 7: 30 ଟା ବେଳେ ବ୍ରହ୍ମପୁର ନଦୀରେ ସାନ୍ନ କରିବାକୁ ଯାଇଥିଲେ ମା ଓ ପୁଅ । ତେବେ ଉଭୟ ଗାଧୋଉ ଥିବାବେଳେ ମରଣ କୁମ୍ଭୀର ରୂପରେ ଛକିବସିଥିଲା । ହଠାତ ପୁଅକୁ ଟାଣିନେଲା ପାଣି ଭିତରକୁ ମା ତା ପୁଅକୁ ରକ୍ଷା କରିବା ନିମନ୍ତେ ତା ‘ ହାତକୁ ଜୋରସେ ଟାଣି ଧରିଥିଲା ମାତ୍ର କୁମ୍ଭୀର ଆଗରେ ମା’ ବଳ କଣ ବା କାମ ଦେବ ।
ମା ‘ ଦେଖୁ ଦେଖୁ କୁମ୍ଭୀରଟି ଆଶୁତୋଷକୁ ପାଣି ଭିତରକୁ ନେଇଯାଇଥିଲେ ଏବଂ ତାଙ୍କୁ ଭୟଙ୍କର ଭାବରେ କ୍ଷତବିକ୍ଷତ କରି ପକାଇଥିଲା । ତେବେ ଆଶୁତୋଷ ତାଙ୍କୁ ବଞ୍ଚାଇବା ପାଇଁ ଡାକୁଥିଲା ମାତ୍ର ଲୋକେ କୁମ୍ଭୀର ଭୟରେ ବାହାରୁ ଦେଖୁଥିଲେ । ନିମପୁରବାସିନ୍ଦାଙ୍କ କହିବା ଅନୁସାରେ କୁମ୍ଭୀର ପୁଅଟିକୁ ଦୁଇ ଥର ପାଣି ଭିତରକୁ ନେଉଥିଲା ଓ ବାହାରକୁ ଆଣୁଥିଲା ।

ଆଶୁତୋଷକୁ ଦୁଇଥର ପାଣିରେ ବୁଢାଇବା ପରେ କୁମ୍ଭୀରଟି ପହଁରିବାକୁ ଲାଗିଥିଲା । ତେବେ ଏହି ଭିତରେ ଚାଲିଯାଇଥିଲା କୁନି ପୁଅର ଜୀବନ କୁମ୍ଭୀର ଆକ୍ରମଣକୁ ସହ ନ କରିଥିବା କୁନି ପୁଅଟି ନିଜ ଆଖି ବୁଜିଥିଲା । ତେବେ ଗାଁର ବାସିନ୍ଦା ମାନେ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ ମାତ୍ର ସେମାନେ କହିଥିଲେ କି ତାଙ୍କ ଅସୁବିଧା ଥିବା କାରଣରୁ ଆସିବା ବିଳମ୍ବ ହେଇପାରେ ।
ତେବେ ଗାଁ ଲୋକେ ଡଙ୍ଗାର ବ୍ୟବସ୍ଥା କରି ପୁଅର ମୃତଦେହକୁ ଉଦ୍ଧାର କରିଥିଲେ । ମୃତଦେହଟି ଉଦ୍ଧାର କରି ସାରିଲା ପରେ ମଧ୍ୟ କୁମ୍ଭୀରଟି ପୁଅ ପାଇଁ ସେହି ନଦୀରେ ଆଡେ ସାଡେ ଖୋଜୁଛି । ଦଶ ବର୍ଷର ପୁଅକୁ ନିଜ ଆଖି ଆଗରେ କୁମ୍ଭୀର ଖାଇବା ଦେଖିଥିବା ମା ‘ ଭୋ ଭୋ କରି କାନ୍ଦୁଛି ଏବଂ ଘର ପରିବାରରେ ଦେଖିବାକୁ ମିଳିଛି ଦୁଃଖଦାୟକ ପରିସ୍ଥିତି । ତେବେ ରଜବଦଳରେ ଗାଁ ଶୋକର ବାର୍ତ୍ତାବରଣ ଘେରିଛି । ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ,ଶେୟାର କରନ୍ତୁ ।

