ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଗତକାଲି ଆମେ ମାଂସ ସରିଗଲା ବୋଲି ବାହାଘର ଭାଙ୍ଗିଥିବା ଖବର ଶୁଣିଥିଲୁ । ତେବେ ସେହି ସମ୍ବନ୍ଧରେ ଆଜି ସୋସିଆଲ ମିଡିଆ ସାମନାରେ ମୁହଁ ଖୋଲିଲା ବର ଓ କହିଲେ କିଛି ଅଜଣା କଥା । ତେବେ ଆସନ୍ତୁ ଜାଣିବା ସେହି ଖବର ସମ୍ବନ୍ଧରେ ଅଧିକ ଘଟଣା ଅନୁଯାୟୀ କନ୍ୟା ଘରଲୋକେ କହିଥିଲେ ଯଥା ବାହାଘରରେ କିଛି ଲୋକମାନଙ୍କୁ ମାଂସ କମ୍ ହେଇଥିବାରୁ ବର ଓ ତା ଘରଲୋକମାନେ ତାଙ୍କୁ ଗାଳିଗୁଲଜ ଓ ଅଭଦ୍ର ଭାଷାର ବ୍ୟବହାର କରିଥିବା କାରଣରୁ ବିବାହଟି ହେଉ ହେଉ ରହିଯାଇଥିଲା ।

ତେବେ ଏହି ଭଳି ଘଟଣାଟି ଦେଖିବାକୁ ମିଳିଥିଲା ସମ୍ବଲପୁର ସହରର ବ୍ରହ୍ମଥାନା ଅଞ୍ଚଳର ଏକ ଗାଁରେ । ଯେଉଁଠି ଜଣେ ଯୁବତୀଙ୍କ ବାହାଘର ସୁନ୍ଦରଗଡ ଜିଲ୍ଲାର ଜଣେ ଯୁବକଙ୍କ ସହ ଠିକ କରଯାଇଥିଲା । ତେବେ ଉଭୟଙ୍କ ଘରୁ ବିବାହକୁ ନେଇ କାମ ଧୂମଧାମ ହୋଇଥିଲା କନ୍ୟା ଘରର ଲୋକେ ଖାସି ମାଂସର ବ୍ୟବସ୍ଥା କରିଥିଲେ ।

ବରଘରଲୋକେ ପ୍ରାୟତ ସମସ୍ତେ ଲୋକେ ଖାଇସାରିଥିଲେ ମାତ୍ର ଅଳ୍ପ ଲୋକମାନଙ୍କୁ ନ ଅଣ୍ଟିବା କାରଣରୁ ବରଲୋକେ ତାଙ୍କୁ ଗାଳି କରିଥିଲେ ତାଙ୍କ କଥା ନ ଶୁଣି ବାହାଘର ମନା କରିଥିବା ଅଭିଯୋଗ ଆଣିଛନ୍ତି କନ୍ୟାଘର ଲୋକେ । ମାତ୍ର ଅପର ପକ୍ଷରେ ପୁଅ କହୁଛି ମାଂସ ପାଇ ବାହାଘର ଭାଙ୍ଗିନ ଥିଲା ବରଂ ଯେବେ ଖାଇବା ସରିଯାଇଥିଲା ତେବେ ଆମେ ତାଙ୍କୁ ନିବେଦନ କରିଥିଲି କୁ ଆମର କିଛି ଲୋକମାନେ ଭୋକିଲା ଅଛନ୍ତି ତେଣୁ କରି ସେମାନଙ୍କ ପାଇଁ କିଛି ଖାଇବାର ବ୍ୟବସ୍ଥା କରନ୍ତୁ ।
ମାତ୍ର କନ୍ୟା ଘରଲୋକେ ତାଙ୍କ କଥାକୁ ଶୁଣିନଥିଲେ । ବରଘର ବହୁତ ଥର କହିଲା ପରେ ସେ କହିଲେ ତୁମେ ନିଜ ଖାଇବାର ବ୍ୟବସ୍ଥା କର ଓ ଏହା ସହ ବର ବାପାଙ୍କ ସହ ଅଭଦ୍ର ଭାଷାରେ କଥା ହେଇଥିଲେ ତେଣୁ ତାଙ୍କ ବ୍ୟବହାର ଖରାପ ହେତୁ ଆମେ ବାହାଘର ଭାଙ୍ଗିଛୁ ବୋଲି ପୁଅ କହିଛି । ତେବେ ଉଭୟ ପକ୍ଷରୁ କିଏ ସତ କହୁଛି ତାହା ଜଣାପଡୁନି । ତେବେ ଦେଖାଯାଉ ଆଗକୁ ଏହି ଘଟଣା ପଛରେ ଥିବା ଅସଲି କାରଣ ଜଣାପଡିବ ବା ନାହିଁ । ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ,ଶେୟାର କରନ୍ତୁ ।

