ଏହି ଚାକିରୀରେ ବାର୍ଷିକ ଆୟ ଏକ କୋଟି ଟଙ୍କା, ମାତ୍ର କାମ କରିବାକୁ କର୍ମଚାରୀ ମିଳନ୍ତିନି…. ଦେଖନ୍ତୁ କଣ ରହିଛି କାରଣ

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଦୁନିଆରେ କମ୍ କାମ କରି ଅଧିକ ଆୟ ଅର୍ଜନ କରିବାକୁ କିଏ ବା ଇଛା କରେ ନାହିଁ । କମ୍ ପରିଶ୍ରମ ଓ ଅଧିକ ଟଙ୍କା ଦେଲେ କାମ କରିବାକୁ ଧାଇଁବା ସମସ୍ତେ । ତେବେ ଏହି ଭଳି ଏକ ଚାକିରୀ ରହିଛି ଯାହାର ବାର୍ଷିକ ଆୟ ଏକ କୋଟି ଟଙ୍କା ।   ମାତ୍ର ଏହି କାର୍ଯ୍ୟ କରିବାକୁ କର୍ମଚାରୀ ମିଳନ୍ତି ନାହିଁ । ଆପଣମାନେ ଭାବୁଥିବେ ଏହା ବହୁତ ବଡ କାମ ।

ମାତ୍ର ତାହା ନୁହେଁ ଏହା ନାସା ଭଳି ଅଜବ କାମ ନୁହେଁ ବା ବୈଜ୍ଞାନିକଙ୍କ ଭଳି ଆମକୁ ନିଜେ ଘର, ମାଟି ପରିତ୍ୟାଗ କରି ଯିବାକୁ ମଧ୍ୟ ପଡିନଥାଏ । କହିବାକୁ ଗଲେ ଏହା ବହୁତ ସହଜ ଓ ସରଳ କାମ ଅଟେ । ତଥାପି ଏହାକୁ କରିବାକୁ ଲୋକେ ମିଳନ୍ତି ନାହିଁ । ଏଠି କେବଳ ଏକ ଟାୱାର ଉପରକୁ ଛଡି ବଲ୍ କୁ ବଦଳାଇବାକୁ ପଡିଥାଏ ।

ଏହା ମଧ୍ୟ ଛଅ ମାସକୁ ଥରେ ତାହା ମାନେ ବର୍ଷକୁ ଦୁଇ ଥର ବଲ୍ କୁ ବଦଳାଇବାକୁ ପଡିଥାଏ । ତେବେ କଣ ଏଥିରେ କଷ୍ଟଧରଣ କାର୍ଯ୍ୟ ଅଛି ଯାହାକୁ ମଣିଷ କରିବା ଅସମ୍ଭବ ହୋଇଥାଏ । ଏହି କାମ ପାଇଁ ବର୍ଷକୁ ଏକ କୋଟି ଟଙ୍କା ବର୍ତ୍ତା ଓ ଇନସୁରେନ୍ସ ପ୍ରଦାନ କରାଯାଉଥିଲେ ବି କାମ କରିବାକୁ ଲୋକେ ଆଦୌ ପସନ୍ଦ କରନ୍ତି ନାହିଁ ।

 

ଏହି ଟାୱାର ଅନ୍ୟ ଟାୱାର ତୁଳନାରେ ସର୍ବାଧିକ ଇଚ୍ଚ ହୋଇଥାଏ ଏବଂ ସୁରକ୍ଷା ନାଁ ରେ କେବଳ ଏକ ସୂତା ବନ୍ଧାଯାଏ ଏବଂ ଏହାକୁ ସେହିଲୋକମାନେ କରି ପାରିବେ କିଏ କି ଉଚ୍ଚତାକୁ ଭୟନକରୁଥିବ । କାରଣ ସବା ଉପରକୁ ଛଡିବା ପରେ ତଳୁ ଦେଖିଲେ ମାତ୍ରେ ମୁଣ୍ଡ  ବୁଲାଇଥାଏ । ତେଣୁ ସାହସୀ ଲୋକମାନଙ୍କ ପକ୍ଷ ତାହା ସମ୍ଭବ ହୋଇପାରେ ।

କାର୍ଯ୍ୟକାରୀ ସଂସ୍ଥା କହିବା ଅନୁସାରେ ଏହି ଟାୱାର ଉପରକୁ ଛଡିବା ପାଇଁ ତିନି  ଘଣ୍ଟା ସମୟ ଲାଗିଥାଏ ଏବଂ 600 ଶହ ମିଟର ଥିବା ଟାୱାର ଉପରେ ପବନ ବହୁତ ଜୋରରେ ବୋହିଥାଏ । ତେଣୁ କରି ଲୋକେ ଏହି ଚାକିରୀ କରିବାକୁ ଡରିଥାନ୍ତି । କେତେକ ସାହସୀ ଲୋକେ କେବଳ ଏହାକୁ କରିବାର  କ୍ଷମତା ରଖିଥାନ୍ତି । ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *