ଖରାରେ ଜଳୁଛି ବିଦ୍ୟୁତ୍ ତାର ଏହାକୁ ସଜାଡିବାକୁ ଡରୁଛନ୍ତି ବିଦ୍ୟୁତ୍ ବିଭାଗ, ଖରାକୁ ସହିପାରୁନି ତାର…

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ତହ ତହ ହୋଇ ପଡୁଛି ଖରା । ସାରା ରାଜ୍ୟରେ ଖରା ଜଳୁଛି । ତେବେ ଏହି ମାସରେ ଘଟିଯାଉଛି ଗୋଟାଏ ପରେ ଗୋଟାଏ ଦୁର୍ଘଟଣା । କେବେ ଟ୍ରେନ୍ ର ଦୁର୍ଘଟଣା ଘଟିଛି ତୋ ଆଉ କେବେ ଟ୍ରେନ ଭିତରରୁ ନିଆଁ ଲାଗିଯାଉଛି । ପରିସ୍ଥିତି ଏଭଳି ଥିବାବେଳେ ଖରା ଯୋଗୁଁ ଜଳିଯାଉଛୁ ବିଦ୍ୟୁତ୍ ତାର  ହଁ ଦର୍ଶକବନ୍ଧୁ ଏହି ଖରାକୁ ସହିପାରୁନି ତାର ।

ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନ ନିକଟରେ ରାସ୍ତାରେ ଲୋକମାନେ ଯାତାୟାତ କରୁଥିବା ସମୟରେ ହଠାତ ବିଦ୍ୟୁତ ତାର ହୁତହୁତ ଜଳୁଛି । ଆପଣ ଦେଖିପାରୁଥିବେ କିଭଳି ଜଳୁଛି ବିଦ୍ୟୁତ ତାର ଏବଂ ଏହାକୁ ସଜାଡିବାକୁ ଡରୁଛନ୍ତି ବିଦ୍ୟୁତ୍ ବିଭାଗ । ରାସ୍ତାରେ ଯିବା ଆସୁଥିବା ଲୋକେ ଏହାକୁ ନୀରବତା ସହ ଦେଖୁଛନ୍ତି ।

କାରଣ ବିଦ୍ୟୁତ୍ ତୋ ଆମ ପ୍ରାଣ ନେଇଥାଏ ଯଦି ଏହା ସହ ନିଆଁର ସମିଶ୍ରଣ ଘଟେ ତେବେ ଏହା ଅତ୍ୟଧିକ ମାତ୍ରାରେ ମଣିଷ ଜୀବନକୁ କ୍ଷତି ପହଞ୍ଚାଇଥାଏ । ବୋଧେ ଏଭଳି କିଛି ଚିନ୍ତା କରି ଲୋକେ ତାହାକୁ ଲିଭାଇବା ପାଇଁ କୋଣସି ପଦକ୍ଷେପ ନେଲେ ନାହିଁ । ମାତ୍ର ସେହି ଗନଗହୋଳି ମଧ୍ୟରେ ଛିଡା ହୋଇଥିବା ଜଣେ ଯୁବକ ଦୁର୍ସାହାସ କରି ତାର ଉପରକୁ ପାଣି ଫୋପଡିଥିଲେ ଏବଂ ନିଆଁକୁ ଲିଭାଇବାର ଚେଷ୍ଟା କରିଥିଲେ ।

ଦିନ 2ଟା ବେଳେ ଭୁବନ ବସ୍ ଷ୍ଟାଣ୍ଡରେ ଘଟିଥିଲା ଏହି ଦୁର୍ଘଟଣା । ତେବେ ଏହି ଦୁର୍ଘଟଣା ପରେ ଗାଁରେ ବିଦ୍ୟୁତ୍ ଚାଲିଯାଇଥିଲା ଏବଂ ଗାଁ ଲୋକମାନେ ଅସହ ଗରମରେ ବିଦ୍ୟୁତ୍ ବିନା ଟୋହ ଟୋହ ହୋଇପଡ଼ୁଛନ୍ତି । ବିଗତ ଦୁଇଦିନ ଧରି ଏଭଳି ବିଦ୍ୟୁତ ତାର ଜଳୁଛି ମାତ୍ର ବିଦ୍ୟୁତ ବିଭାଗ ଏହା ପ୍ରତି ଧ୍ୟାନ ନ ଦେଉଥିବା ହେତୁ ଅଭିଯୋଗ କରିଛନ୍ତି ଗ୍ରାମ ବାସୀ ।

ଅପର ପକ୍ଷେ ବିଦ୍ୟୁତ ବିଭାଗ ଅତ୍ୟଧିକ ଲୋଡ୍ ଥିବା ହେତୁ କରିପାରୁନାହାଁନ୍ତି ବୋଲି କହିଛନ୍ତି । ତେଵେ ସ୍ଥାନୀୟ ବାସିନ୍ଦା ତୁରନ୍ତ ସଜାଡିବାକୁ ନିବେଦନ କରୁଛନ୍ତି । ସତରେ ଖରା ଯୋଗୁଁ ବିଦ୍ୟୁତ୍ ତାର ମଧ୍ୟ ପ୍ରଭାବିତ ହେଉଛନ୍ତି ଯାହାର ଫଳ ସ୍ୱରୂପ ଦେଖିବାକୁ ମିଳୁଛି ଏଭକୁ ଦୁର୍ଘଟଣା । ତେବେ ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *