ଜନ୍ମ ଜନ୍ମାନ୍ତର ପାପକୁ ହରେ ରଥ ଦଉଡ଼ି, କିନ୍ତୁ କଣ ଆପଣ କେବେ ଭବିଛନ୍ତି କେଉଁଠୁ ଆସେ ରଥ ଦଉଡ଼ି ? କିଏ କରନ୍ତି ତିଆରି ?

ନମସ୍କାର ବନ୍ଧୁଗଣ । ସୂଚନା ମୁତବାକ ଚଳିତ ବର୍ଷ ରଥଯାତ୍ରା ଆରମ୍ଭ ହୋଇଗଲାନି । ଏହାକୁ ଦେଖିବାକୁ ଓ ଏହାର ଦଉଡି ଛୁଇଁବାକୁ ଲୋକେ ହୁଅନ୍ତି ତତ୍ପର । କଥାରେ ଅଛି ଜନ୍ମ ଜନ୍ମାନ୍ତର ପାପ ହରେ ରଥ ଦଉଡି । ଯିଏ ଥରେ ଛୁଇଁଛି ତା ଜୀବନ ଧନ୍ୟ  ହୋଇଯାଇଛି । ଦଉଡ଼ିର ମୂଲ୍ୟ ରହିଛି ଲକ୍ଷାଧିକ ଟଙ୍କା । ଦଉଡ଼ିର ମୂଲ୍ୟ କେହି ବି ଦେଇପାରିବେ ନାହିଁ ।

ରଥଯାତ୍ରାକୁ ଦେଖିବା ପାଇଁ ହଜାର ହଜାର ଭକ୍ତବୃନ୍ଦ ଏକତ୍ରିତ ହୋଇଥାନ୍ତି ଓ ସେମାନଙ୍କ ଭିତରେ ଏହା ହିଁ ମନସ୍କାମନା ରହିଥାଏ ଯେ କିପରି ମୁଁ ରଥର ଦଉଡ଼ି କୁ ଟାଣିବି ଓ ମୋର ସର୍ବ ପାପକୁ ମୋଚନ କରିଛି । ରଥଯାତ୍ରାର ଦଉଡ଼ିକୁ ଧରିବା ପାଇଁ ଲୋକମାନେ ହୋ ହା କରିଥାନ୍ତି  ଯାହାକୁ ନିୟନ୍ତ୍ରିତ କରିବା ପୋଲିସ କର୍ମଚାରୀଙ୍କ ପକ୍ଷେ କଷ୍ଟକାରୀ ବିଷୟ ହୋଇଥାଏ ।

କେବଳ ଲୋକମାନେ ନୁହେଁ ବରଂ ପୋଲିସ କର୍ମଚାରୀମାନେ ମଧ୍ୟ ରଥକୁ ଟାଣିବା ପାଇଁ ଇଛା କରନ୍ତି । ତେବେ ଏହି ରଥର ଦଉଡ଼ିକୁ କିଏ ତିଆରି କରନ୍ତି । କାରଣ ରଥଯାତ୍ରାକୁ ସ୍ମରଣୀୟ କରିବାରେ ଦଉଡ଼ିର ବିଶେଷ ଭୂମିକା ରହିଛି । 8 ଇଞ୍ଚ ଗୋଳେଇ ବିଶିଷ୍ଟ  220 ଫୁଟ୍ ର 12 ଟି ଦଉଡ଼ି ତିନି ରଥ ପାଇଁ ଆବଶ୍ୟକତା ପଡିଥାଏ ।

3 ଇଞ୍ଚ ଗୋଳେଇ ବିଶିଷ୍ଟ 350  ଫୁଟ୍ ଲମ୍ବା  ଦଉଡି ରଥକୁ ଘେରିବା ପାଇଁ ଆବଶ୍ୟକ ହୋଇଥାଏ । ସେହିପରି 220 ଫୁଟ୍ ଲମ୍ବାର ଗୋଟାଏ ଦଉଡ଼ି ଜରୁରୀ ଅବଶ୍ୟକତା ପାଇଁ ରଖାଯାଇଥାଏ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ରହିଛି ।  ଦଉଡ଼ି ପାଇଁ ଆବଶ୍ୟକ ଅର୍ଥ  ମନ୍ଦିର ପ୍ରଶାସନ ପ୍ରଦାନ କରିଥାଏ । ତେବେ ରଥଯାତ୍ରାରେ ଉପଯୋଗ ହେଉଥିବା ଦଉଡ଼ିକୁ ପ୍ରଥମେ କଲିକତାରୁ ଅଣାଯାଉଥିଲା ମାତ୍ର ଏବେ କେରଳର କୟର ନିଗମରୁ ତାହା ଆସୁଥିବା ସୂଚନା ରହିଛି ।

ସେଠାରୁ ଆସିବା ପରେ ଏହାକୁ ରଥଯାତ୍ରାରେ ବ୍ୟବହାର କରାଯାଇଥାଏ । ପ୍ରତିବର୍ଷ ଏହି ଦିନ ପାଇଁ ପୂର୍ବରୁ ଦଉଡ଼ି ରଖାଯାଏ ଓ ସେଠାରୁ ପୁରୀକୁ ଆସିଥାଏ ଏବଂ ଭଗବାନଙ୍କ ବ୍ୟବହାରରେ ଲଗାଇଥିବା ଦଉଡ଼ିକୁ ଛୁଇଁବା ପାଇଁ ଭକ୍ତମାନେ ଧାଇଁଥାନ୍ତି । ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରିଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *