ବାଲେଶ୍ଵରରେ ପୁଣି ଥରେ ଘଟିବାକୁ ଯାଉଥିବା ବଡ ଦୁର୍ଘଟଣା, ମାତ୍ର ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ବଞ୍ଚାଇଦେଲା ଶହେ ଶହେ ଯାତ୍ରୀଙ୍କୁ !

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ପୁଣି ଏକ ଦୁର୍ଘଟଣା ହେଉ ହେଉ ଅଳ୍ପକେ ବର୍ତ୍ତୀଗଲେ ଶହେ ଶହେ ଯାତ୍ରୀ । ନଚେତ୍ ଆଜି ବି ବାହାନଗା ଭଳି ଦୃଶ୍ୟ ଦେଖାଦେଇଥାନ୍ତା । ଆପଣମାନେ ସମସ୍ତେ ବାହାନଗା ଦୁର୍ଘଟଣାକୁ ଭୁଲି ନାହାଁନ୍ତି ତାହା ଏକ ଏପରି କାଳରାତ୍ରି  ଯାହାକୁ ସହଜରେ ବୁଲିଯିବା ସମ୍ଭବ ନୁହେଁ। ତେବେ ରେଳବିଭାଗରେ ଘଟିବାକୁ ଯାଉଥିଲା ଆଉ ଭୟଙ୍କର ଦୁର୍ଘଟଣା ଏବଂ ଟ୍ରେନ ରେ ଶହେ ଶହେ ଲୋକେ ଯାତ୍ରା କରୁଥିଲେ କିନ୍ତୁ ପାଇଲାଟଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ  ଆଜି ଲୋକମାନେ ସୁରକ୍ଷିତ ଅଛନ୍ତି ।

ସୂଚନା ଅନୁଯାୟୀ ଭଦ୍ରକରୁ ଯାତ୍ରୀମାନଙ୍କୁ ନେଇ ମେମୁ ଟ୍ରେନ୍ ରେ  ବାଲେଶ୍ଵର ଅଭିମୁଖେ ଯାଉଥିବା ବେଳେ ପାଇଲଟକୁ ଭୁଲ ସିଗନାଲ ମିଳିଥିବା ହେତୁ ଟ୍ରେନ୍ ଟି ଲୁସ୍ ଲାଇନକୁ ପଳେଇଆସିଥିଲା । ମାତ୍ର ଲୋକ ପାଇଲଟ ଯେବେ ଦୂରରୁ ଏହାକୁ ଦେଖିଲେ ତେବେ ବାଲେଶ୍ଵର ନୀଳଗିରି ଠାରେ ଟ୍ରେନ୍ କୁ ଅଟକାଇଦେଇଥିଲେ ।

ଯାହା ଫଳରେ ଲୋକେ ତୁରନ୍ତ ଗାଡିରୁ ତଳକୁ ଓଲହାଇ ପଡିଥିଲେ । ଯାତ୍ରୀମାନେ ଯେବେ ଲୋକ ପାଇଲଟକୁ  ପଚାରିଲେ କଣ ପାଇଁ ଟ୍ରେନ୍ ଅଟକାଇଲେ ବୋଲି ତେବେ ଲୋକ ପାଇଲଟ କହିଥିଲେ କି  ମୋତେ ଭୁଲ ସିଗନାଲ ମିଳିଛି । ରେଳବିଭାଗର  ଭାଷା ଅନୁଯାୟୀ ସିଗନାଲ ନର୍ମାଲ ରହିବା କଥା କିନ୍ତୁ ତାହା ମାଇନାଶ କୁ ପଳେଇ ଯାଇଥିଲା ।

ତେବେ ପାଇଲଟଙ୍କ ଉପସ୍ଥିତ  ବୁଦ୍ଧି  ବ୍ୟବହାର କରିବା ହେତୁ ଆଜି ବଡ ଦୁର୍ଘଟଣା ହେଉ ହେଉ ବଞ୍ଚିଗଲା । ମାତ୍ର ଏବେ ଲୋକମାନଙ୍କ ମନରେ ପ୍ରଶ୍ନ ଉଠୁଛି କି ବାହାନଗା ରେଳ ଦୁର୍ଘଟଣା ପରେ ମଧ୍ୟ ର୍ରେଳବିଭାଗ ଏଭଳି  ଭୁଲ ସିଗନାଲ ଦେଇ କାର୍ଯ୍ୟ ପ୍ରତି ଅବହେଳାକୁ ଦର୍ଶାଉଛି । ତେଣୁ ରେଳବିଭାଗ ଭଲଭାବରେ ଦେଖି ଚାହିଁ ସିଗନାଲ ଦେବା ଉଚିତ୍ । କାରଣ ସବୁବେଳେ ପାଇଲଟଙ୍କ ବୁଦ୍ଧି ଯଦି ନ କାମ ଦିଏ ତେବେ ଅନେକ ଲୋକମାନଙ୍କ ମୃତ୍ୟୁ ଘଟିପାରେ ।

ତେବେ ମେମୁ ଟ୍ରେନ୍ ପଛକୁ ନେଇ ଗାଡି ବାଲେଶ୍ଵର ଅଭିମୁଖେ ନେଇକି ଯାଇଥିବା ସୂଚନା ମିଳିଛି । ମାତ୍ର ରେଳ ବିଭାଗ ଏହା ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍ ଏଥିରେ କମ କରୁଥିବା ଟେକିନିସିଆନ ମାନେ ଯତ୍ନପୂର୍ବକ କାମ କରିବା ନିହାତି ଆବଶ୍ୟକ । ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ  ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *