କେମିତି ଜାଣିବେ କି କରୋନା ଆପଣଙ୍କୁ ହେଇ କି ଯାଇ ସାରିଛି- Dr. B. K. Mishra

ନମସ୍କାର ବନ୍ଧୁଗଣ ଯଦି ଭାବନ୍ତୁ ଏପରି ହୁଏ କି ଆପଣ ଙ୍କୁ କରୋନା ହୋଇ ପଳାଇଛି ଏବଂ ଆପଣ ଜାଣି ପାରି ନାହାନ୍ତି । ବେଳେବେଳେ ଏପରି ହୁଏକି ଆପଣ ଙ୍କୁ କରୋନା ହୋଇ ଯାଇଛି ଏବଂ ଆପଣ ସେହିଥିରୁ ଭଲ ମଧ୍ୟ ହୋଇ ସାରିଛନ୍ତି କିନ୍ତୁ ଏହାର ଖବର ଆପଣ ଙ୍କୁ ହୋଇ ନାହିଁ । ଆଜି ଆମେ ସେହି ଲକ୍ଷଣ ବିଷୟରେ ଆଲୋଚନା କରିବା । ଏବଂ ଜାଣିବା କି ଆମକୁ କରୋନା ହୋଇ ଥିଲା କିମ୍ବା ନାହିଁ । ଏହି କରୋନା ସଂକ୍ରମଣ ପ୍ରାୟତଃ ଜାନୁଆରୀ ଫେବୃଆରୀ ୨୦୨୦ ମସିହାରେ ଦେଖା ଦେଇଥିଲା । କିନ୍ତୁ ଏହା ସମ୍ଭବ ମଧ୍ୟ ହୋଇ ପାରେ କି ଏହି କରୋନା ଭୁତାଣୁ ହୁଏ ତ ଆହୁରି ପୂର୍ବରୁ ରହିଥିବ ଏବଂ ଆମ ଶରୀର ରେ ହୋଇ ପଳାଇ ମଧ୍ୟ ଯାଇଥିବ କିନ୍ତୁ ତାହା ଆମେ ଜାଣି ନ ଥିବୁ ।

ଆପଣ ସେହି ଭାଗ୍ୟବାନ ମଣିଷ ଭିତରୁ ହୋଇ ଥିବେ କି ଆପଣ ଙ୍କୁ କରୋନା ହୋଇଛି ଏବଂ ଆପଣ ସେହି ଭୁତାଣୁ ରୁ ଶୀଘ୍ର ଭଲ ମଧ୍ୟ ହୋଇ ପାରିଛନ୍ତି ଏବଂ କୌଣସି ଅସୁବିଧା ମଧ୍ୟ ଦେଖା ଦେଇ ନାହିଁ କୌଣସି ଡାକ୍ତର ଙ୍କୁ ମଧ୍ୟ ଆପଣ ଚିକିତ୍ସା ପାଇଁ ଯାଇ ନାହାନ୍ତି ଏହା ସମ୍ଭବ ହୋଇ ପାରେ ।

ଏହାର ଲକ୍ଷଣ ମାନ ବିଷୟରେ ଆଲୋଚନା କରିଲେ ଏହା ଜଣା ପଡେ କି । ଆପଣ ଭାବନ୍ତୁ କି ୨୦୧୯ ମସିହାରେ ଆପଣ ଙ୍କୁ ବହୁତ ଥଣ୍ଡା ଜ୍ଵର ହୋଇଛି । ଏବଂ ଏହି ଥଣ୍ଡା ଜ୍ଵର ଦୁଇ ସପ୍ତାହ ପର୍ଯ୍ୟନ୍ତ ଲାଗି ରହିଥାଏ । ଆପଣ ଙ୍କୁ ଛିଙ୍କ ହୋଇ ଥିଲା କାଶ ହୋଉ ଥିବ । ଏବଂ ଏହା ଦୁଇ ସପ୍ତାହ ପର୍ଯ୍ୟନ୍ତ ଲଗାତାର ହେଉ ଥିବ । ତେବେ ଏହା କରୋନା ର ଲକ୍ଷଣ ହୋଇ ପାରେ କାରଣ ସାଧାରଣତଃ ଭାବେ ଆମକୁ ଥଣ୍ଡା ଜ୍ଵର ପାଞ୍ଚ ଦିନ ପର୍ଯ୍ୟନ୍ତ ରହିଥାଏ । ଏବଂ ତାହା ପରେ ସେ ଧୀରେ ଧୀରେ ଭଲ ହୋଇ ଯାଏ ।

କିନ୍ତୁ ଯଦି ଜାନୁଆରୀ ଫେବୃଆରୀ ମାସରେ ଆପଣ ଙ୍କୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ଜ୍ଵର ଥଣ୍ଡା ହୋଇ ଏବଂ ମଝିରେ ମଝିରେ ଆପଣ ଙ୍କୁ ବହୁତ ଅଧିକ ଜ୍ଵର ହୋଇ ମୁଣ୍ଡ ବିନ୍ଧା ଏବଂ ଦେହ ହାତ ଦୁର୍ବଳ ଲାଗିଥାଏ ତେବେ ଏହା ମଧ୍ୟ କରୋନା ର ଲକ୍ଷଣ ହୋଇ ପାରେ । ଏହାର ଅନ୍ୟ ଏକ ଲକ୍ଷଣ ହେଉଛି ଯେତେବେଳେ ଆପଣ ଙ୍କୁ ଜ୍ଵର ଥଣ୍ଡା ହେଲା ସେତେବେଳେ ଆପଣଙ୍କୁ ନିଶ୍ୱାସ ନେବାରେ କିଛି ଅସୁବିଧା ହୋଇ ଥିବ କିମ୍ବା ଆପଣ କିଛି କାମ କରି ନିଶ୍ୱାସ ନେଇ ପାରୁ ନଥିବେ ତେବେ ତାହା ମଧ୍ୟ କରୋନା ର ଏକ ଲକ୍ଷଣ ହୋଇ ପାରେ ।

ଏହାର ଅନ୍ୟତମ ଲକ୍ଷଣ ହେଉଛି ଅଧିକ କାଶ ହେଉଥିବ । ଆପଣ ଯେତେ ଚେଷ୍ଟା କଲେ ମଧ୍ୟ ଆପଣ ଙ୍କ କାଶ ଭଲ ହେଉ ନାହିଁ । ଏବଂ ଦୁଇ ରୁ ତିନି ସପ୍ତାହ ପର୍ଯ୍ୟନ୍ତ ଏହା ଲାଗି ରହିଥାଏ ତେବେ ଏହା ମଧ୍ୟ ଏକ କରୋନା ର ଲକ୍ଷଣ ହୋଇ ପାରେ ।

ଏହା ଛଡା ଯଦି ଆପଣ ଶୋଇକି ଉଠିଲା ପରେ ଆପଣ ଙ୍କ ଆଖିରୁ ପାଣି ବାହାରେ କିମ୍ବା ଆଖି ଲାଲ ହୋଇ ଯାଏ ତେବେ ଏହା ମଧ୍ୟ ଏହାର ଏକ ଲକ୍ଷଣ ଏବଂ ଯଦି ଆପଣ ଙ୍କୁ ଛାତି ରେ ଯନ୍ତ୍ରଣା ହୁଏ । ତେବେ ଏହା ମଧ୍ୟ ଏହାର ଏକ ଲକ୍ଷଣ । ଆପଣ ଙ୍କୁ ଯଦି ଏହି ସବୁ ଲକ୍ଷଣ ମାନ ଦେଖା ଦେଇଛି ତେବେ ତାହା କରୋନା ର ହିଁ ଲକ୍ଷଣ ମାନ ଏବଂ ଆପଣ ସେହି ଥିରୁ ଭଲ ମଧ୍ୟ ହୋଇ ପାରିଛନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *