ଫୁସ୍‌ଫୁସ୍‌କୁ କାହିଁକି ସଂକ୍ରମଣ କରୁଛି କୋଭିଡ ୧୯- Dr B K Patel

ବନ୍ଧୁଗଣ ବର୍ତ୍ତମାନ ଦେଶରେ କରୋନା ମହାମାରୀର ସ୍ଥିତି ବହୁତ ଜଟିଳ ହୋଇଛି । ଗତ ବର୍ଷ ଅପେକ୍ଷା ଏହି ବର୍ଷ ଏହି ଭାଇରସର ସଂକ୍ରମଣ ତୀବ୍ର ଗତିରେ ବଢିବାରେ ଲାଗିଛି ।

ଲକ୍ଷାଧିକ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଓ ଅନ୍ୟ ପକ୍ଷରେ ହଜାର ହଜାର ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ନିଜର ପ୍ରାଣ ହରାଉଛନ୍ତି । କରୋନା ମହାମାରୀର ଦ୍ଵିତୀୟ ଲହର ବହୁତ ଶକ୍ତିଶାଳୀ ହେବା ସହିତ ଏହା ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଗତିରେ ସଂକ୍ରମିତ ହେଉଛି । ଏହି ଭାଇରସ ସାଧାରଣତଃ ଫୁସଫୁସ ଉପରେ ଆକ୍ରମଣ କରୁଛି ଯାହାଫଳରେ ମଣିଷକୁ ନିଶ୍ଵାସ ପ୍ରଶ୍ଵାସ ନେବାରେ ବହୁତ ଅସୁବିଧା ହେଉଛି ।

ଏହା ଶରୀରରେ ଅକ୍ସିଜେନ ସ୍ତରକୁ ମଧ୍ୟ ହ୍ରାସ କରାଇ ଦେଉଛି । କରୋନା କାହିଁକି ଫୁସଫୁସକୁ ଆକ୍ରମଣ କରୁଛି ତାହା ବିଷୟରେ ଆଜିଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଡାକ୍ତର ବିକେ ପଟେଲଙ୍କ ମତରେ, ମଣିଷ ଶରୀରରେ ୬ଟି ଗୁରୁତ୍ଵପୂର୍ଣ୍ଣ ଅଙ୍ଗ ଅଛି । ସେଗୁଡିକ ହେଲା ମସ୍ତିସ୍କ, ହୃଦୟ, ଫୁସଫୁସ, କିଡ୍ନି, ଲିଭର ଓ ଅନ୍ତନାଳୀ । ବନ୍ଧୁଗଣ ଫୁସଫୁସର ମୁଖ୍ୟ କାମ ହେଉଛି ଶରୀରକୁ ଆକ୍ସିଜେନ ଯୋଗାଇବା ଏବଂ ଅଙ୍ଗାରକାମ୍ଳକୁ ଶରୀରରୁ ବାହାର କରିବା । ଏହା ସହିତ ଫୁସଫୁସ ଆମ ଶରୀରର ତାପମାତ୍ରାକୁ ମଧ୍ୟ ନିୟନ୍ତ୍ରିତ କରିଥାଏ ।

ଡାକ୍ତରଙ୍କ ମତରେ,ତେଣୁ ବନ୍ଧୁଗଣ ଯଦି ଆମେ ଆମ ଫୁସଫୁସର ଯତ୍ନ ନେବା ତା ହେଲେ ଶରୀର ସୁସ୍ଥ ରହିବ । କରୋନା ଯେତେବେଳେ ମଣିଷ ଶରୀରକୁ ପସିଥାଏ ତାହା ଫୁସଫୁସରେ ହିଁ ରହିଯାଇଥାଏ । ଫୁସଫୁସର ଶ୍ଵାସ ନଳି ହେଉଛି କରୋନାର ପ୍ରିୟ ସ୍ଥଳ । ତେଣୁ ବନ୍ଧୁଗଣ କରୋନା ଯେତେବେଳେ ଆମକୁ ଆକ୍ରମଣ କରୁଛି ସେତେବେଳେ ଏହା ଫୁସଫୁସରୁ ହିଁ ଆରମ୍ଭ ହେଉଛି । ତେଣୁ କରୋନାର ପ୍ରାଥମିକ ଅବସ୍ଥାରେ ଆମେ ଫୁସଫୁସ ଜନିତ କିଛି ଲକ୍ଷଣ ପାଇଥାଉ ।

ଏହାପରେ ଆଗକୁ ଡାକର କହିଲେ- ସେହି ସବୁ ଲକ୍ଷଣ ଗୁଡିକ ହେଉଛି ଶୁଖିଲା କାସ ହେବା, ସାମାନ୍ୟ ଜ୍ଵର ହେବା ଏବଂ ଦୁର୍ବଳତା ଆଦି ସମସ୍ୟା ଦେଖା ଦେବ । ଯଦି ଏହି ସାମାନ୍ୟ ଲକ୍ଷଣ ଦେଖାଯିବ ତା ହେଲେ ଆମେ ନିକଟସ୍ଥ ଡାକ୍ତର ଖାନାରେ ଯାଇ ଚିକିତ୍ସା ନେଇ ସୁସ୍ଥ ହୋଇପାରିବା । ଯଦି କୌଣସି କରୋନା ରୋଗୀକୁ ନିମୋନିଆର ଲକ୍ଷଣ ଦେଖାଯାଏ ଯଥା- ଛାତିରେ ଯନ୍ତ୍ରଣା, କାସ, କଫ ଏବଂ ନିଶ୍ଵାସ ନେବାରେ ଅସୁବିଧା ହୁଏ ତା ହେଲେ ସିଟି ସ୍କାନ କରିବାର ଆବଶ୍ୟକତା ରହିଛି ।

ଏହାପରେ ଆଗକୁ ଡାକ୍ତର କହିଲେ- ତେଣୁ ବନ୍ଧୁଗଣ ଆମ ମାନଙ୍କୁ ଏହି ସବୁ ଲକ୍ଷଣ ଉପରେ ଅଧିକ ଧ୍ୟାନ ଦେବା ଉଚିତ । ଯଦି କରୋନା ସ୍ଥିତି ଜଟିଳ ହୋଇଯିବ ତା ହେଲେ ଆମକୁ ତୁରନ୍ତ ହସ୍ପିଟାଲରେ ଚିକିତ୍ସା ନେବା ଆବଶ୍ୟକ । ଏହା ଆମ ଫୁସଫୁସକୁ ଆକ୍ରମଣ କରି ଆମ ଶରୀରକୁ ଦୁର୍ବଳ କରିଦେଉଛି ।

ତେଣୁ ଏହି ସବୁ ଲକ୍ଷଣ ଦେଖା ଦେଲେ ଆପଣ ଏହାକୁ ଅବହେଳା ନକରି ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ, ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *