ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରତ୍ୟେକ ଓଡ଼ିଆ ସଧବା ନାରୀ ଙ୍କ ପାଇଁ ସାବିତ୍ରୀ ବ୍ରତ ଏକ ମୁଖ୍ୟ ପର୍ବ ଅଟେ । ହିନ୍ଦୁ ଧର୍ମ ରେ ଏହି ପର୍ବ ର ବିଶେଷ ମାନ୍ୟତା ରହିଛି । ପ୍ରତି ବର୍ଷ ଜ୍ୟୋଷ୍ଠ ମାସରେ ଏହି ସାବିତ୍ରୀ ବ୍ରତ ପାଳନ କରାଯାଇଥାଏ ।
ଏହି ବର୍ଷ ଜୁନ ମାସ ୧୦ ତାରିଖ ଦିନ ସାବିତ୍ରୀ ବ୍ରତ ପାଳନ କରାଯିବ । ଏହି ଦିନ ସଧବା ନାରୀ ମାନେ ନିଜର ପତି ଙ୍କ ଦୀର୍ଘାୟୁ ନିମନ୍ତେ ବ୍ରତ ରଖିଥାନ୍ତି । ଏହି ଶୁଭ ଅବସର ରେ ସ୍ତ୍ରୀ ଲୋକ ମାନେ ସକାଳୁ ଉଠି ନିଜର ନିତ୍ୟକର୍ମ ସାରି ନୂତନ ବସ୍ତ୍ର ପରିଧାନ କରି ପୂଜାର୍ଚ୍ଚନା ନିମନ୍ତେ ସାବିତ୍ରୀ ମାଆ ଙ୍କ ମନ୍ଦିର ଯାଇଥାନ୍ତି ଏବଂ ସାବିତ୍ରୀ ମାତା ଙ୍କୁ ନୂଆ ଶାଢ଼ୀ, ସିନ୍ଦୁର, ଅଳତା ଓ ଭୋଗ ଅର୍ପଣ କରି ନିଜ ପତି ଙ୍କ ଦୀର୍ଘ ଆୟୁଷ ନିମନ୍ତେ ପ୍ରାର୍ଥନା କରିଥାନ୍ତି ଓ ସାବିତ୍ରୀ ଉପାଖ୍ୟାନ ମଧ୍ୟ ପାଠ କରିଥାନ୍ତି ।

ଏହି ଉପାଖ୍ୟାନ ରେ ସାବିତ୍ରୀ ମାତା କିପରି ଜମରାଜ ଙ୍କ କବଳ ରୁ ନିଜ ପତି ଙ୍କ ଜୀବନ କୁ ଫେରାଇ ଆଣିଥିଲେ ସେହି ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି । ଏହି ପବିତ୍ର ସାବିତ୍ରୀ ବ୍ରତ ଦିନ ଯମରାଜ ଓ ସାବିତ୍ରୀ ଙ୍କୁ ପୂଜା କରାଯାଇଥାଏ । କାରଣ ସାବିତ୍ରୀ ଯମରାଜ ଙ୍କ କବଳ ରୁ ନିଜ ସ୍ୱାମୀ ସତ୍ୟବାନ ଙ୍କ ଜୀବନ କୁ ବରଦାନ ସ୍ୱରୂପ ମାଗିଥିଲେ । ସେବେଠାରୁ ଏହି ସାବିତ୍ରୀ ବ୍ରତ ର ବିଶେଷ ମହତ୍ତ୍ୱ ରହିଛି ।

ଏହି ଦିନ ସଧବା ନାରୀ ମାନେ ଯେଉଁ ସବୁ ସାମଗ୍ରୀ ପୂଜା ପାଇଁ ବ୍ୟବହାର କରିଥାନ୍ତି ତାହା ହେଉଛି, ଲାଲ ରଙ୍ଗର ଶାଢୀ, ଚୁଡ଼ି, ଅଳତା, ସିନ୍ଦୁର, ବ୍ରତ ଇତ୍ୟାଦି ଏବଂ ଭୋଗ ପାଇଁ ବିଭିନ୍ନ ପ୍ରକାର ଫଳ ବ୍ୟବହାର କରାଯାଇଥାଏ । ଯେପରିକି ନଡ଼ିଆ, ପଣସ, ଲିଚୁ, ଆମ୍ବ ଇତ୍ୟାଦି । ଏହିସବୁ ସାମଗ୍ରୀ ସଧବା ନାରୀ ମାନେ ପୂଜା ରେ ବ୍ୟବହାର କରିଥାନ୍ତି । ଲାଲ ରଂଗ ହେଉଛି ସଧବା ନାରୀ ଙ୍କ ପ୍ରତୀକ ।

ଯେତେବେଳେ ଜଣେ ଝିଅ ବିବାହ କରି ଶାଶୁଘରକୁ ଆସିଥାଏ ସେତେବେଳେ ସେ ମଥା ରେ ଲାଲ ସିନ୍ଦୁର ଓ ହାତରେ ଲାଲ ଚୁଡ଼ି ପିନ୍ଧିଥାଏ ଏବଂ ନିଜ ପତି ର ଶୁଭ ମନାସି ଥାଏ । ତେବେ ଏହି ସବୁ ସାମଗ୍ରୀ ପୂଜା ରେ ବ୍ୟବହୃତ ହେବା ଦ୍ବାରା ପତି ଦୀର୍ଘାୟୁ ହୋଇଥାନ୍ତି । ତେଣୁ ପ୍ରତ୍ୟେକ ସଧବା ନାରୀ ସାବିତ୍ରୀ ବ୍ରତ ଦିନ ଏହିପରି ନୀତି ନିୟମ ରେ ପୂଜା କରନ୍ତୁ ଏବଂ ବ୍ରତ ପାଳନ କରନ୍ତୁ ।
ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

