ବନ୍ଧୁଗଣ ନମସ୍କାର, ଖୋଲିବ ବଜାର ଓ ମଲ । ଲକଡାଉନ କଟକଣା ହେଲା କୋହଳ । କୋରନା ସଂକ୍ରମଣ ହ୍ରାସ ପାଇବା ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।
ଲକଡାଉନ ପରେ ବର୍ତ୍ତମାନ ଧୀରେ ଧୀରେ ଅନଲାଇନ ପ୍ରକ୍ରିୟା ଆରମ୍ଭ ହୋଇଛି । ତେଣୁ ଏହାକୁ ନଜର ରେ ରଖି ଦିଲ୍ଲୀ ସରକାର କଟକଣା କୁ କୋହଳ କରୁଛନ୍ତି । ସୂଚନାନୁସାରେ, ଦିଲ୍ଲୀ ରେ କୋରନା ମହାମାରୀ ର ସଂକ୍ରମଣ ସାଂଘାତିକ ହୋଇଯାଇଥିଲା । ଯାହାକୁ ନଜର ରେ ରଖି ସରକାର ଲକଡାଉନ ଘୋଷଣା କରିଥିଲେ । ଏହି ସମୟ ରେ ସବୁ ଦୋକାନ, ବଜାର ଓ ପ୍ରତିଷ୍ଠାନ ବନ୍ଦ ରହିଥିଲା ।

କେବଳ ଜରୁରୀକାଳୀନ ସେବା କୁ ଜାରି ରଖାଯାଇଥିଲା । ତେବେ ସଂକ୍ରମଣ କମିବା ପରେ ଅନଲାଇନ ପ୍ରକ୍ରିୟା ଆରମ୍ଭ ହୋଇଛି । ବର୍ତ୍ତମାନ ଦିଲ୍ଲୀ ରେ ପରିସ୍ଥିତି ଧୀରେଧୀରେ ସ୍ୱାଭାବିକ ହେବାରେ ଲାଗିଛି । ତେଣୁ ସରକାର ଆହୁରି କଟକଣା କୋହଳ କରିବାକୁ ଯାଉଛନ୍ତି । ଏବେ ଦିଲ୍ଲୀ ରେ ଅଡଇଭିନ ଫର୍ମୁଲା ରେ ଦୋକାନ ବଜାର ଖୋଲିବ ।
ସେହିପରି ଦିଲ୍ଲୀ ରେ ମେଟ୍ରୋ ସେବା ମଧ୍ୟ ୫୦ ପ୍ରତିଶତ ଯାତ୍ରୀ ରେ ଚାଲିବ । ଆହୁରି ମଧ୍ୟ ଘରୋଇ ଅଫିସ ୫୦ ପ୍ରତିଶତ କର୍ମଚାରୀ ଓ ସରକାରୀ ଅଫିସ ୧୦୦ ପ୍ରତିଶତ କର୍ମଚାରୀ ରେ ଚାଲିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି ।

ସୂଚନାଯୋଗ୍ୟ, ଦିଲ୍ଲୀ ରେ ପର୍ଯ୍ୟାୟକ୍ରମେ ଲକଡାଉନ ବଢିଥିଲା । ପ୍ରଥମେ ଲକଡାଉନ ର ଅବଧି ମେ ୩ ସକାଳ ୫ଟା ପର୍ଯ୍ୟନ୍ତ ଥିଲା । ପରେ ଏହାକୁ ମେ ୧୦ ତାରିଖ ପର୍ଯ୍ୟନ୍ତ କରାଯାଇଥିଲା । ଯାହାକି ପରବର୍ତ୍ତୀ ସମୟ ରେ ମେ ୧୭ ଓ ପରେ ମେ ୨୪ ଯାଏଁ ଘୁଞ୍ଚାଇ ଦିଆ ଯାଇଥିଲା । ଶେଷରେ ଏହାକୁ ମେ ୩୧ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଥିଲେ ଦିଲ୍ଲୀ ର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ।
ଦେଶର ସମସ୍ତ ଖବାର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ଶୟତା ଯୋଡି ହୁଅନ୍ତୁ । ଧନ୍ୟବାଦ

