ସବୁଠୁ ବଡ ଖବର- ରଜ ପରେ ରାଜ୍ୟରେ କୋହଳ ହେଇପାରେ ଲକଡାଉନ ?

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ସମୟ ରେ କରୋନା ମହାମାରୀ ର ପ୍ରଭାବ ସମଗ୍ର ବିଶ୍ୱରେ ଅଧିକ ମାତ୍ରାରେ ବଢି ଚାଲିଛି । ବିଶେଷ କରି ଏହାର ପ୍ରଭାବ ଭାରତ ରେ ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି । ଭାରତ ର ଅନେକ ରାଜ୍ୟ ରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ଦିନ କୁ ଦିନ ବୃଦ୍ଧି ପାଇବା ରେ ଲାଗିଛି ଯାହା ଫଳରେ ବିଭିନ୍ନ ସରକାରୀ ଓ ଘରୋଇ ଡାକ୍ତରଖାନାରେ ଅନେକ ଲୋକ ଭର୍ତ୍ତି ହେଉଛନ୍ତି । ଆମ ରାଜ୍ୟରେ କରୋନା ଅଧିକ ସଂକ୍ରମଣ ହେଉଥିବାରୁ ସରକାର ବର୍ତ୍ତମାନ ରାଜ୍ୟ ରେ ଲକଡାଉନ ଘୋଷଣା କରିଛନ୍ତି ।

ଲକ ଡାଉନ ପାଇଁ ଅନେକ ଲୋକ ନିଜର ଜୀବିକା ହରାଇ ସାରିଛନ୍ତି । ଲକଡାଉନ ପାଇଁ ଅନେକ ଲୋକ ଙ୍କୁ ଆର୍ଥିକ ସମସ୍ୟା ର ସମ୍ମୁଖୀନ କରିବାକୁ ପଡୁଛି । ଏହିପରି ସମୟ ରେ ଅନେକଙ୍କ ମନ ରେ ଏହା ପ୍ରଶ୍ନ ଆସୁଛି ଯେ ରାଜ୍ୟ ରୁ ଲକଡାଉନ କେବେ ଉଠିବ ।

ବନ୍ଧୁଗଣ ରାଜ୍ୟ ରେ ୫ଦିନ ଲକଡାଉନ ଓ ୨ଦିନ ସଟ ଡାଉନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରାଜ୍ୟ ର ସଂକ୍ରମଣ ର ମାତ୍ରା କମ କରିବା । କିନ୍ତୁ ଲୋକ ମାନେ ନିଜର ଆବଶ୍ୟକୀୟ ସାମଗ୍ରୀ କିଣିବା ପାଇଁ ସରକାର ସକାଳ ୭ଟା ରୁ ଦିନ ୧୧ଟା ପର୍ଯ୍ୟନ୍ତ ଲକଡାଉନ ର ନିୟମ କୁ କୋହଳ କରିଛନ୍ତି ।

ଏହା ଦ୍ୱାରା ଲୋକ ମାନେ ନିଜର ଜରୁରୀ ସାମଗ୍ରୀ କିଣି ପାରିବେ । କିନ୍ତୁ ଲୋକ ମାନେ ଏହି ସମୟ ରେ କରୋନା ର କୌଣସି ନିୟମ କୁ ମାନୁ ନାହାନ୍ତି । ତେଣୁ ପୋ-ଲି-ସ ମାନେ ମଧ୍ୟ ସେମାନଙ୍କ ଠାରୁ ଫାଇନ ଆଦାୟ କରୁଛନ୍ତି । ଫାଇନ ଆଦାୟ କଲେ ମଧ୍ୟ କିଛି ଲୋକ ମାନେ ଏହାକୁ ଖାତିର ନ କରି ଖୋଲାଖୋଲି ଭାବେ ନିୟମ କୁ ଉଲଂଘନ କରୁଛନ୍ତି ।

ବନ୍ଧୁଗଣ ଅନ୍ୟ ପଟେ ଏକ ଆସ୍ୱସ୍ତି କର ଖବର ଶୁଣିବାକୁ ମିଳୁଛି । ରିପୋର୍ଟ ଅନୁସାରେ ରାଜ୍ୟ ରେ କରୋନା ସଂକ୍ରମଣ ର ସଂଖ୍ୟା ଧୀରେ ଧୀରେ କମ ହେବାକୁ ଲାଗିଛି । ସୂଚନା ଅନୁସାରେ ଗତ ୨୪ ଘଂଟା ରେ ୭୦,୩୧୩ ନମୁନା ପରୀକ୍ଷା କରାଯାଇଥିଲା କିନ୍ତୁ ସେଥି ମଧ୍ୟରୁ କେଵଳ ୭,୩୯୫ ଟି ପଜିଟିଭ ରିପୋର୍ଟ ସାମ୍ନା କୁ ଆସିଛି । ଏହି ସଂଖ୍ୟା ପ୍ରମାଣ କରୁଛି ଯେ ରାଜ୍ୟ ରେ ବର୍ତ୍ତମାନ କରୋନା ର ସ୍ଥିତି ନିୟନ୍ତ୍ରଣ ରେ ଆସୁଛି ।

ଯଦି ଏହି ଭଳି ସଂଖ୍ୟା କମ ହୋଇଯିବ ତେବେ ଜୁନ ମାସ ଶେଷ ସୁଦ୍ଧା ଲକଡାଉନ କୁ କୋହଳ କରିଦିଆଯିବ ବୋଲି ଆଶା କରାଯାଉଛି । ବିଶେଷଜ୍ଞ ମାନଙ୍କ ମତ ଅନୁସାରେ ଯଦି ସଂକ୍ରମିତ ଙ୍କ ସଂଖ୍ୟା ୫ ପ୍ରତିଶତ ରୁ ତଳକୁ ରୁହେ ତେବେ ଲକଡାଉନ ନିୟମ କୁ କୋହଳ କରାଯାଇ ପାରେ । ସେଥିପାଇଁ ଆମ ସମସ୍ତଙ୍କୁ ସଚେତନ ରହିବା ସହିତ ମାସ୍କ ଓ ସାମାଜିକ ଦୂରତା ଭଳି ଆହୁରି ମଧ୍ୟ ନିୟମ ମାନିବାକୁ ପଡିବ ।

ତା ହେଲେ ବନ୍ଧୁଗଣ ଆପଣ ମାନଙ୍କ ଏଥିରେ ଆପଣଙ୍କ ମତାମତ କଣ  ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଅଧିକ ଖବର ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହେଇ ରୁହନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *