ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ ସମୟ ରେ ରାଜ୍ୟ ରେ ଅନେକ ପ୍ରକାର ପରିବର୍ତ୍ତନ ଚାଲୁଥିବାର ଦେଖିବାକୁ ମିଳୁଛି । ରାଜ୍ୟ ର ଉନ୍ନତି ପାଇଁ ରାଜ୍ୟ ସରକାର ବିଭିନ୍ନ ସ୍ତର ରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ସବୁ କରୁଛନ୍ତି ।
ଯାହାକି ସାଧାରଣ ଉପଭୋକ୍ତା ମାନଙ୍କୁ ଭୋଗିବାକୁ ପଡୁଛି । କରୋନା ଭଳି ମହାମାରୀ ସମୟ ରେ ଦେଶ ରେ ଅନେକ ଲୋକ ନିଜର ଜୀବିକା ହରାଇ ବସିଛନ୍ତି । ବିଶେଷ କରି ସହରାଞ୍ଚଳରେ ଉଠା ଦୋକାନୀ ମାନେ ବହୁତ କଷ୍ଟ ଭୋଗୁଛନ୍ତି । ଏହି ପରି ଏକ ସଙ୍କଟ ସମୟ ରେ ସହରାଞ୍ଚଳର ଉଠା ଦୋକାନୀ ଙ୍କ ପାଇଁ ଏକ ବଡ଼ ପ୍ୟାକେଜ ଘୋଷଣା କରିଛନ୍ତି ଓଡିଶା ର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ।

ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଏକ ବଡ଼ ଖବର ଦେଖିବାକୁ ମିଳୁଛି ସହରାଞ୍ଚଳରେ ଥିବା ଉଠା ଦୋକାନୀ ଙ୍କ ପାଇଁ ମୁଖ୍ୟମନ୍ତ୍ରୀ କୋଭିଡ ସହାୟତା ପ୍ୟାକେଜ ଘୋଷଣା କରିଛନ୍ତି । ଏହି ପ୍ୟାକେଜ ପାଇଁ ରାଜ୍ୟ ସରକାର ୨୬ କୋଟି ୨୯ ଲକ୍ଷ ୭୧ ହଜାର ଟଙ୍କା ମଞ୍ଜୁର କରିଛନ୍ତି । ଏହି ଅର୍ଥ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି ରୁ ଗ୍ରହଣ କରାଯାଇଛି । ଏହି ପ୍ୟାକେଜ ଦ୍ଵାରା ୮୭ ହଜାର ୬୫୭ ଜଣ ଉଠାଦୋକାନୀ ଉପକୃତ ହେବେ ।

କରୋନା ମହାମାରୀ ସମୟ ରେ ରାଜ୍ୟ ରେ ବହୁତ ଦିନ ଧରି ଲକଡାଉନ ଓ ସଟ ଡାଉନ କରାଯାଇଥିଲା ଯାହା ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲେ ଉଠାଦୋକାନୀ ମାନେ । ସେଥିପାଇଁ ରାଜ୍ୟ ସରକାର ସହରାଞ୍ଚଳର ଉଠା ଦୋକାନୀ ମାନଙ୍କ ପାଇଁ ଏହି ବଡ଼ ପ୍ୟାକେଜ ଘୋଷଣା କରିଛନ୍ତି ।

କରୋନା ର ଦ୍ଵିତୀୟ ଲହରୀ ରେ ଉଠାଦୋକାନୀ ମାନେ ସବୁଠାରୁ ବେଶୀ କ୍ଷତିଗ୍ରସ୍ତ ହୋଇଛନ୍ତି । ତେଣୁ ସେମାନଙ୍କ ସମସ୍ୟା କୁ ଆଖି ଆଗରେ ରଖି ରାଜ୍ୟ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଲକଡାଉନ ରେ ଉଠାଦୋକାନୀ ମାନଙ୍କ ର ଆୟ ର ସମସ୍ତ ମାର୍ଗ ବନ୍ଦ ହୋଇଯାଇଥିଲା । ତେଣୁ ସେମାନଙ୍କ ର ଦୁଃଖ କଷ୍ଟ କୁ ଦୂର କରିବା ପାଇଁ ଆଜି ଏହି ବଡ଼ ପ୍ୟାକେଜ ଘୋଷଣା କରାଯାଇଛି ।
ତା ହେଲେ ବନ୍ଧୁଗଣ ଆପଣ ମାନଙ୍କ ଏଥିରେ ଆପଣଙ୍କ ମତାମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଅଧିକ ଖବର ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହେଇ ରୁହନ୍ତୁ । ଧନ୍ୟବାଦ

