କରୋନାରୁ ସୁସ୍ଥ ହେବା ପରେ ଭୁଲରେ ବି ଖାଆନ୍ତୁ ନାହିଁ ଏହି ଜିନିଷ, ପଡି ପାରନ୍ତି ସଙ୍କଟରେ- Health Tips

ଦେଶରେ କରୋନା ମହାମାରୀର ଦ୍ଵିତୀୟ ଲହର ଅତ୍ୟନ୍ତ ଭୟଙ୍କର ଭାବେ ଛାଇ ଯାଇଥିଲା । ଯେଉଁଥିରେ ଲକ୍ଷ ଲକ୍ଷ ଲୋକ ନିଜ ଜୀବନ ହାରି ସାରିଛନ୍ତି । ବର୍ତ୍ତମାନ ସଂକ୍ରମଣ ମାମଲା ଅନେକ ମାତ୍ରାରେ କମି ଯାଇଥିଲେ ମଧ୍ୟ, ବିପଦ ଏବେ ମଧ୍ୟ ସମ୍ପୂର୍ଣ୍ଣ ଭାବେ ଟଳି ନାହିଁ ।

ସେଥିପାଇଁ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଥିବା ଲୋକ ମଧ୍ୟ ଅନେକ ସାବଧାନତା ଅବଲମ୍ବନ କରିବା ଅତ୍ୟନ୍ତ ଜରୁରୀ ରହିଛି । ଏହା ସହ ଖାଦ୍ୟପେୟ ଉପରେ ଧ୍ୟାନ ଦେବା ମଧ୍ୟ ଗୁରୁତତ୍ୱପୂର୍ଣ୍ଣ ଅଟେ । କରୋନା ମହାମାରୀ ହେତୁ ହେଉଥିବା ମୃତ୍ୟୁ ହାର ଏବେ ମଧ୍ୟ ହଜାରେ ଉପରକୁ ରହିଛି । ଏହା ମଧ୍ୟ ଲକ୍ଷ ଲକ୍ଷ ରୋଗୀ ସୁସ୍ଥ ମଧ୍ୟ ହୋଇଛନ୍ତି ଓ ସେଥି ମଧ୍ୟରୁ ଅନେକ ପୋଷ୍ଟ କୋଭିଡ୍ ସିଣ୍ଡ୍ରୋମ ସହ ସଂଗ୍ରାମ ଜାରି ରଖିଛନ୍ତି ।

ଆହୁରି ଅନେକ ଲୋକ ମଧ୍ୟ କରୋନା ପରେ ବ୍ଲାକ ଫଙ୍ଗସ୍ ର ଶିକାର ହେଉଛନ୍ତି । ଯାହା କରୋନାରୁ ସୁସ୍ଥ ହୋଇ ଆସିଥିବା ରୋଗୀଙ୍କ ପାଇଁ ମୃତ୍ୟୁଦାୟକ ପ୍ରମାଣିତ ହୋଇଛି । ବିଶେଷଜ୍ଞ ମାନେ ଦୁର୍ବଳ ରୋଗ ପ୍ରତିରୋଧକ କ୍ଷମତା, ଡାଇବେଟିସ ଓ ଷ୍ଟେରୋଏଡ୍ କୁ ଏହାର ମୁଖ୍ୟ କାରଣ ବୋଲି ଦର୍ଶାଇଛନ୍ତି ।

ସେମାନଙ୍କ ମତରେ ସମୟ ଥାଉ ଥାଉ ଯଦି ଏହାର ଚିହ୍ନଟ କରାଯାଏ, ତେବେ ରୋଗୀକୁ ଉପଯୁକ୍ତ ଚିକିତ୍ସା ମାଧ୍ୟମରେ ବଞ୍ଚାଇ ହେବ । ବିଶେଷଜ୍ଞଙ୍କ ମତରେ କରୋନା ହେଉ ବା ବ୍ଲାକ ଫଙ୍ଗସ୍, ଏମାନଙ୍କ ଠାରୁ ବଞ୍ଚିବାକୁ ହେଲେ ଲୋକଙ୍କୁ କିଛି ନିୟମ ମାନିବାକୁ ପଡ଼ିବ ।

କରୋନରୁ ସୁସ୍ଥ ହେବା ପରେ ଅନେକ ଲୋକ ନିଜର ଧ୍ୟାନ ରଖିବାରେ ଅବହେଳା କରୁଛନ୍ତି । ମାତ୍ର ଆପଣ ଏପରି ବିଲକୁଲ୍ କରନ୍ତୁ ନାହିଁ । କାରଣ ଏହି ସମୟରେ ନିଜ ସ୍ବାସ୍ଥ୍ୟ ଓ ଖାଦ୍ୟପେୟ ପ୍ରତି ଧ୍ୟାନ ଦେବା ବହୁତ ଆବଶ୍ୟକ ରହିଛି । କିଛି ଏପରି ଜିନିଷ ରହିଛି ଯାହା ଆପଣ ସେବନ କରିବାରୁ ବଞ୍ଚିତ ରହିବା ଉଚିତ୍ । ପ୍ରଥମରେ ଥଣ୍ଡା ଜାତୀୟ ଖାଦ୍ୟ ଖାଆନ୍ତୁ ନାହିଁ । ଆଇସକ୍ରିମ, ଥଣ୍ଡା ପାନୀୟ ଆଦି ସେବନ କରନ୍ତୁ ନାହିଁ । ଥଣ୍ଡା ପାଣି ମଧ୍ୟ ପିଅନ୍ତୁ ନାହିଁ ।

ଦ୍ଵିତୀୟରେ ଅତ୍ୟଧିକ ତେଲ ଜାତୀୟ ଖାଦ୍ୟ, ଛଣାଛଣି ଆଦି ମଧ୍ୟ ଖାଇବା ବାରଣ କରନ୍ତୁ । ଏପରି ତ ସମସ୍ତଙ୍କୁ ଛଣା ଛଣି ଖାଦ୍ୟ ନ ଖାଇବାକୁ ପରାମର୍ଶ ଦିଆଯାଇ ଥାଏ । ମାତ୍ର କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କୁ ଏହି ପ୍ରକାର ଖାଦ୍ୟ ନ ଖାଇବା ଅଧିକ ଉଚିତ୍ ଅଟେ ।

ତୃତୀୟରେ, ସମସ୍ତ ଲୋକଙ୍କୁ ଫଳମୂଳ ଖାଇବାକୁ ପରାମର୍ଶ ଦିଆଯାଇ ଥାଏ । ମାତ୍ର ଏହା ଖାଇବା ଆଗରୁ ମଧ୍ୟ କେତେକ ସାବଧାନତା ଅବଲମ୍ବନ କରିବା ଜରୁରୀ ରହିଛି । ଫଳ ଖାଇବା ଆଗରୁ ହାଲୁକା ଗରମ ପାଣିରେ ସେ ସବୁକୁ ଭଲରେ ଧୋଇ ଦିଅନ୍ତୁ । ତା ପରେ କାଟିବା ମାତ୍ରେ ତାହା ଭୋଜନ କରନ୍ତୁ । ଅଧିକ ସମୟ କଟା ହୋଇ ରଖା ଯାଇଥିବା ଫଳ ମଧ୍ୟ ଖାଆନ୍ତୁ ନାହିଁ ।

ଚତୁର୍ଥରେ, ଅଧିକ ସମୟ ପର୍ଯ୍ୟନ୍ତ ପରଷା ଯାଇ ରଖାଯାଇ ଥିବା ଖାଦ୍ୟ ମଧ୍ୟ ସେବନ କରନ୍ତୁ ନାହିଁ । କରୋନାରୁ ସୁସ୍ଥ ହୋଇ ଫେରିଥିବା ଲୋକ ବାସି ଖାଦ୍ୟ ଖାଇବା ସମ୍ପୂର୍ଣ୍ଣ ବନ୍ଦ କରି ଦିଅନ୍ତୁ । ସବୁବେଳେ ତଟକା ଓ ଗରମ ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ । ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *