ବଲିଉଡର ଟପ୍ ଅଭିନେତ୍ରୀ ଦୀପିକାଙ୍କ ସୁନ୍ଦରତାର ତ ସମସ୍ତେ ଦୀୱାନା । ଦୀପିକା ବର୍ତ୍ତମାନ ତାଙ୍କ ଆଗାମୀ ଫିଲ୍ମ ‘ଫାଇଟର’ ର ପ୍ରସ୍ତୁତିରେ ଲାଗି ପଡିଛନ୍ତି । ଏହା ମଧ୍ୟରେ ସେ ସୋସିଆଲ ମିଡିଆ ଜରିଆରେ ନିଜ ପ୍ରେମ ବିଷୟରେ ଏକ ବଡ ବୟାନ ଦେଇଛନ୍ତି ।
ସେ କହିଛନ୍ତି କି ତାଙ୍କ ପ୍ରେମ ରଣବୀର ସିଂ ନୁହନ୍ତି ମାତ୍ର ଅନ୍ୟ କେହି ଅଟନ୍ତି । ଏହା ଶୁଣିବା ପରେ ନିଜେ ରଣବୀର କପୁର ମଧ୍ୟ ବହୁତ ଖରାପ ଅନୁଭବ କରୁଥିବେ । ଦୀପିକା ସୋସିଆଲ ମିଡିଆରେ ଖୁବ ସକ୍ରିୟ ରୁହନ୍ତି ଓ ପ୍ରାୟତଃ ନିଜ ଫଟୋ ଓ ଭିଡିଓ ପ୍ରଶଂସକଙ୍କ ସହ ସେୟାର କରନ୍ତି । ଏବେ ସେ ଅଫଲୋଡ କରିଥିବା ଭିଡିଓରେ ଏକ ଆନିମେଟେଡ ଝିଅଟି ଯୋଗ ମ୍ୟାଟରେ ଅଲଗା ଅଲଗା ଯୋଗାସନ କରୁଛି ଓ ସେଥିରେ ଦୀପିକା ଲେଖିଛନ୍ତି କି, ‘ମୁଁ ନିଜ ଯୋଗ ମ୍ୟାଟକୁ ବହୁତ ପ୍ରେମ କରେ’ ।

ଆପଣଙ୍କୁ ଜଣାଇ ରଖୁଛୁ ଯେ, ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ କରିବା ପରେ ରଣବୀର ସିଂ ଓ ଦୀପିକା ପାଦୁକୋନ ୨୦୧୮ ମସିହାରେ ବିବାହ କରିଥିଲେ । କିନ୍ତୁ ଏହା ପୂର୍ବରୁ ଦୀପିକା ରଣବୀର କପୁରଙ୍କୁ ମଧ୍ୟ ଡେଟ କରୁଥିଲେ ଓ ସମସ୍ତେ ଭାବୁଥିଲେ ଏମାନେ ଶୀଘ୍ର ବିବାହ କରିବେ ବୋଲି । କିନ୍ତୁ ଏମାନେ ଅଲଗା ହୋଇ ଯାଇଥିଲେ । ଦୀପିକା ତାଙ୍କର ଏକ ସାକ୍ଷାତକାରରେ କାହାର ନାମ ନ ନେଇ ଏହି ବିଷୟରେ ଚର୍ଚ୍ଚା କରିଥିଲେ ଓ ମିଡିଆ ରିପୋର୍ଟ ଅନୁସାରେ ତାଙ୍କର ଏହି ଖୁଲାସା ରଣବୀର କପୁରଙ୍କୁ ନେଇ ଥିଲା ବୋଲି କୁହାଯାଏ ।

ଏହି ସମୟରେ ଦୀପିକା କହିଥିଲେ କି ସେ ତାଙ୍କୁ ପ୍ରଥମେ ଧୋକା ଦେଲେ ଓ ତାପରେ କ୍ଷମା ମାଗିବାକୁ ଲାଗିଲେ । ଦୀପିକା ଆହୁରି ମଧ୍ୟ କହିଲେ, “ମୋ ପାଇଁ ସେକ୍ସ ର ଅର୍ଥ କେବଳ ଶାରୀରିକ ସମ୍ପର୍କ ନୁହେଁ, ଏଥିରେ ଇମୋସନ ମଧ୍ୟ ଜଡିତ ଥାଏ ।
ମୁଁ ଯେବେ ବି କେଉଁ ସମ୍ପର୍କରେ ରହିଛି କାହାକୁ ମଧ୍ୟ ଧୋକା ଦେଇ ନାହିଁ । ମୁଁ ଯଦି ତାକୁ ଧୋକା ଦେବି ତା ହେଲେ ପ୍ରଥମରୁ ସେହି ସମ୍ପର୍କରେ ରହିବି ହିଁ କଣ ପାଇଁ ? ଏହା ଥୁ ଭଲ ମୁଁ ସିଙ୍ଗିଲ ରହିବି ଓ ମସ୍ତି କରିବି । କିନ୍ତୁ ସମସ୍ତେ ଏହିପରି ନୁହନ୍ତି ଓ ସେଥିପାଇଁ ମୋତେ ବହୁତ କିଛି ସହିବାକୁ ପଡିଛି । ମୁଁ ଏତେ ମୂର୍ଖ ଯେ ତାକୁ ସିଧାସଳଖ ଧରିବା ପରେ ମଧ୍ୟ ଦ୍ଵିତୀୟ ସୁଯୋଗ ଦେଇଥିଲି ।”

ଦୀପିକା ଆହୁରି ମଧ୍ୟ କହିଥିଲେ ଯେ, “ସେ ମୋତେ କ୍ଷମା ପ୍ରାର୍ଥନା କରିଥିଲେ ଓ ମିତ୍ରତା କରିଥିଲେ, ମାତ୍ର ତାକୁ କ୍ଷମା କରିବା ମୋର ମୂର୍ଖତା ଥିଲା । ଏହି ସବୁରୁ ବାହାରିବାକୁ ମୋତେ ବହୁତ ସମୟ ଲାଗି ଯାଇଥିଲା । ଧୋକା ଦେବା ଯେଉଁ ମଣିଷର ଅଭ୍ଯାସ ଅଟେ ସେ ଏପରି ହିଁ କରେ ।” କେବଳ ସେତିକି ନୁହେଁ ସେ ଆହୁରି କହିଥିଲେ ଯେ, “ମୁଁ ଏହି ରିଲେସନଶିପକୁ ବହୁତ କିଛି ଦେଇଥିଲି, ମାତ୍ର କିଛି ଫେରି ପାଇଲି ନାହିଁ । ଧୋକା ସବୁ ସମ୍ପର୍କ ଭାଙ୍ଗି ଦିଏ ଓ ବିଶ୍ବାସ ମଧ୍ୟ ଭାଙ୍ଗିଯାଏ ।”

ତେବେ ନିକଟରେ ଦୀପିକା ଅଭିନେତା ହ୍ରିତିକ ରୋଶନଙ୍କ ସହ ଫିଲ୍ମ ‘ଫାଇଟର’ ର ସୁଟିଙ୍ଗ ଆରମ୍ଭ କରି ଦେଇଛନ୍ତି । ଏହି ଦୁହିଁଙ୍କ ଯୋଡିକୁ ଦେଖିବା ପାଇଁ ଦର୍ଶକ ମଧ୍ୟ ଖୁବ ଉତ୍ସାହର ସହ ଚାହିଁ ରହିଛନ୍ତି । ଏହା ଛଡା ସେ ଫିଲ୍ମ ’83’ ରେ ସ୍ଵାମୀ ରଣବୀର ସିଂଙ୍କ ସହ ମଧ୍ୟ ନଜର ଆସିବେ । ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

