Alia Bhatt ଙ୍କୁ ଡେଟ କରିବାକୁ ଚାହାଁନ୍ତି କ୍ରିକେଟର Ishant Sharma, କିନ୍ତୁ କାହିଁକି Sikhar Dhawan କରିଦେଲେ ମନା

ନମସ୍କାର ବନ୍ଧୁଗଣ ଆଲିଆ ଭଟ୍ଟ ବଲିଉଡ ର ଜଣେ ସବୁଠାରୁ ପ୍ରସିଦ୍ଧ ଏବଂ ଲୋକପ୍ରିୟ ଅଭିନେତ୍ରୀ । ତାଙ୍କର ଅନେକ ପ୍ରଶଂସକ ଅଛନ୍ତି ଏବଂ ଅନେକ ଲୋକ ତାଙ୍କ ପାଇଁ ପାଗଳ ମଧ୍ୟ ।

ତେବେ ସେ ବଲିଉଡ ରେ ଅନେକ ସିନେମା ରେ କାର୍ଯ୍ୟ କରି ଲୋକ ମାନଙ୍କ ହୃଦୟ ରେ ବାସ କରୁଛନ୍ତି ତେବେ ଆଲିଆ ଏବଂ ରଣବିର କପୂର ବର୍ତ୍ତମାନ ର ବହୁତ ଚର୍ଚ୍ଚିତ ଯୋଡି । ତେବେ ରଣବିର ଙ୍କ ଛଡା ଆଉ ଜଣେ ମଧ୍ୟ ଅଛନ୍ତି ଯିଏ କି ଆଲିଆ ଙ୍କୁ ଡେଟ କରିବାକୁ ଚାହୁଁଛନ୍ତି । ତେବେ ଆଲିଆ ଙ୍କ ସହ ଡେଟ ରେ ଯିବାକୁ ଚାହୁଁଥିବା ବ୍ୟକ୍ତି ଜଣକ ଆଉ କେହି ନୁହେଁ ବରଂ ଭାରତୀୟ କ୍ରିକେଟର ଇଶାନ୍ତ ଶର୍ମା ।

ଭାରତୀୟ କ୍ରିକେଟ ଦଳ ର ଫାଷ୍ଟ ବୋଲର ଯିଏ କି ଅନେକ ସୁନାମ ଅର୍ଜନ କରିଛନ୍ତି ତେବେ ସେ କପିଲ ଶର୍ମା ଶୋ ରେ ଏହି କଥା ର ଖୁଲାସା କରିଛନ୍ତି । ଏହି ଶୋ ରେ ତାଙ୍କ ସହ ଖେଳାଳି ଶିଖର ଧାୱନ ମଧ୍ୟ ଥିଲେ କିନ୍ତୁ କୌଣସି ଅଭିନେତ୍ରୀ ଙ୍କ ସହ ଡେଟ ରେ ଯିବା କଥା ଶୁଣି ସେ ହାତ ଯୋଡି ଦେଇଥିଲେ କିନ୍ତୁ ଇଶାନ୍ତ ଙ୍କୁ ଯେତେବେଳେ ଏହି ପ୍ରଶ୍ନ ଟି ପଚରାଗଲା ସେତେବେଳେ ସେ ଆଲିଆ ଙ୍କ ନାମ ନେଇଥିଲେ । ତେବେ ଘଟଣା ଟି ହେଉଛି ଏହି ଭଳି କି ।

କପିଲ ଶର୍ମା ଶୋ ରେ ଶିଖର ଏବଂ ଇଶାନ୍ତ ଦୁଇ ଜଣ ଅତିଥି ରୂପେ ଆସିଥିଲେ ତେବେ କପିଲ ତାଙ୍କୁ ସେଠାରେ ପ୍ରଶ୍ନ କରିଥିଲେ କି ମୁଁ କିଛି ଫିଲ୍ମ ର ନାମ କହିବି ତାହା କେଉଁ କ୍ରିକେଟର ମାନଙ୍କ ଉପରେ ଫିଟ ତାହା ଆପଣ କହିବେ । ‘ପ୍ୟାର କିୟା ତୋ ଡରନା କ୍ୟା’ ତେବେ ଶିଖର କହିଲେ ଏହା ତ ପବ୍ଲିକ ବି ଜାଣିଥିବ ତେବେ ଅଡିଏନ୍ସ ତରଫରୁ ଗବର ଶବ୍ଦ ଶୁଣାଗଲା ।

ଏହା ପରେ ଦୁଇ ଜଣ ଙ୍କୁ ପ୍ରିୟ ଅଭିନେତ୍ରୀ ସଂପର୍କ ରେ ପ୍ରଶ୍ନ କରିବା ପରେ ଶିଖର କରିନା କପୂର ଙ୍କ ନାମ ନେଇଥିଲେ କାରଣ ସେ ବହୁମୁଖୀ ପ୍ରତିଭା ତାଙ୍କ ଭିତରେ ଅଛି । ଏହି ପ୍ରଶ୍ନ ର ଉତ୍ତର ରେ ଇଶାନ୍ତ କହିଥିଲେ କି ପ୍ରଥମେ କ୍ୟାଟ୍ରିନା ଥିଲେ କିନ୍ତୁ ବର୍ତ୍ତମାନ ଆଲିଆ ଭଟ୍ଟ ଅଛନ୍ତି ।

ତେବେ କେଉଁ ଅଭିନେତ୍ରୀ ଙ୍କ ସହ ଡେଟ ରେ ଯିବାକୁ ଇଚ୍ଛା କରିବେ ତେବେ ଶିଖର କହିଲେ କି ସେ ବିବାହିତ ବ୍ୟକ୍ତି ଏବଂ ତେଣୁ ସେ ନିଜ ଜୀବନର ହିରୋଇନ ତାଙ୍କ ସ୍ତ୍ରୀ ଙ୍କ ସହ ଯିବେ ତେବେ ଇଶାନ୍ତ କହିଥିଲେ କି ସେ ତାଙ୍କ ପ୍ରିୟ ଅଭିନେତ୍ରୀ ଆଲିଆ ଭଟ୍ଟ ଙ୍କ ସହ ଡେଟ ରେ ଯିବା କୁ ଇଚ୍ଛା କରିବେ ବୋଲି କହିଲେ ତେବେ କପିଲ ତାଙ୍କୁ ବହୁତ ଇମାନନ୍ଦାର ଅଛନ୍ତି ବୋଲି କହିଲେ ଏବଂ ଏହା ଶୁଣିବା ପରେ ସେଠାରେ ଥିବା ସମସ୍ତେ ଜୋରରେ ହସିବାକୁ ଲାଗିଲେ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *