ନମସ୍କାର ବନ୍ଧୁଗଣ ଆପଣ ମାନେ ବର୍ତ୍ତମାନ ରେ ଚର୍ଚ୍ଚିତ ରହୁଥିବା ସିନେମା ସେରଶାହ ବିଷୟରେ ତ ନିଶ୍ଚୟ ଜାଣିଥିବେ । ତେବେ ଏହି ସିନେମା କାରଗିଲ ଯୁଦ୍ଧ ର ହିରୋ ବିକ୍ରମ ବତ୍ରା ଙ୍କ ଜୀଵନ ଉପରେ ଆଧାରିତ ହୋଇଛି । ଏହି ସିନେମା ରେ ସିଦ୍ଧାର୍ଥ ମାଲୋହତ୍ରା ବହୁତ ସୁନ୍ଦର ଅଭିନୟ କରିଛନ୍ତି । ତେବେ ଏହି ସିନେମା ଓଟିଟି ପ୍ଲେଟଫର୍ମ ପ୍ରାଇମ ଭିଡିଓ ରେ ରିଲିଜ ହୋଇଥିଲା । ଆଇ ଏମ ଡ଼ି ବି ରେ ୮.୯ ରେଟିଙ୍ଗ ରେ ନମ୍ବର ଏକ ରେ ଟପ ରେଟେଡ଼ ସିନେମା ହୋଇ ଯାଇଛି ।

ତେବେ କିଆରା ଆଡ଼ଭାନୀ ଯିଏ ଏହି ସିନେମା ରେ ମୁଖ୍ୟ ଚରିତ୍ର ରେ ନଜର ଆସୁଛନ୍ତି ସେ ଏଥିରେ ବିକ୍ରମ ଙ୍କ ପ୍ରେମିକା ହୋଇଛନ୍ତି ତେବେ କିଆରା ରିୟଲ ଲାଇଫ ର ବିକ୍ରମ ଙ୍କ ପ୍ରେମିକା ଙ୍କ ସହ ମଧ୍ୟ ଭେଟି ଥିଲେ । ତେବେ ଏହି ସିନେମା ରେ ପ୍ରତ୍ୟକ କଳାକାର ବହୁତ ଭଲ ଭାବରେ ନିଜର ଚରିତ୍ର କୁ ବହୁତ ଭଲ ଭାବରେ ନିଭାଇ ଛନ୍ତି । ତେବେ ଆସନ୍ତୁ ସେହି କଳାକାର ମାନେ ଏହି ସିନେମା ପାଇଁ ନିଜର କେତେ ଫିସ ନେଇଛନ୍ତି ସେ ବିଷୟରେ ଜାଣିନେବା ।

୧- ପ୍ରଥମ ରେ ହେଉଛନ୍ତି ଏହି ସିନେମା ରେ ମୁଖ୍ୟ ଚରିତ୍ର ରେ ଅଭିନୟ କରିଥିବା ଅର୍ଥାତ ବିକ୍ରମ ବତ୍ରା ଙ୍କ ଭୂମିକାରେ ଥିବା ସିଦ୍ଧାର୍ଥ ମାଲୋହତ୍ରା ଏହି ସିନେମା ପାଇଁ ବହୁତ ପରିଶ୍ରମ କରିଛନ୍ତି ଏବଂ ବହୁତ ଭଲ ଭାବରେ ମଧ୍ୟ ଏହି ଚରିତ୍ର କୁ ନିଭାଇ ଛନ୍ତି ତେବେ ସେ ଏହି ସିନେମା ପାଇଁ ସାତ କୋଟି ଟଙ୍କା ନେଇଥିଲେ ।
୨- ଦ୍ଵିତୀୟ ରେ ହେଉଛନ୍ତି ଡ଼ିମ୍ପଲ ଅର୍ଥାତ ବିକ୍ରମ ଙ୍କ ପ୍ରେମିକା ଭୂମିକାରେ ଅଭିନୟ କରିଥିବା କିଆରା ଆଡ଼ଭାନୀ । ସେ ମଧ୍ୟ ଏହି ସିନେମା ରେ ବହୁତ ସୁନ୍ଦର ଅଭିନୟ କରିଛନ୍ତି ଏବଂ ସେ ଏହି ସିନେମା କରିବା ପାଇଁ ଚାରି କୋଟି ଟଙ୍କା ନେଇଛନ୍ତି ।

୩- ତୃତୀୟ ରେ ହେଉଛନ୍ତି ଶିବ ପଣ୍ଡିତ । ସେ ଏହି ସିନେମା ରେ ଲେଫ୍ଟିନେଟ ସଞ୍ଜୀବ ଜିମି ଜାମବାଲ ଚରିତ୍ର ରେ ଅଭିନୟ କରିଛନ୍ତି ଏବଂ ଏଥିପାଇଁ ସେ ୪୫ ଲକ୍ଷ ଟଙ୍କା ନେଇଛନ୍ତି ।
୪- ଚତୁର୍ଥ ରେ ହେଉଛନ୍ତି ନିକେତନ ଧୀର । ନିକେତନ ଏହି ସିନେମା ରେ ଅଜୟ ସିଂହ ଯସରୋଟିଆ ଭୂମିକା ରେ ଅଭିନୟ କରିଛନ୍ତି ତେବେ ସେ ଏହି ସିନେମା ରେ କାମ କରିବା ପାଇଁ ୩୫ ଲକ୍ଷ ଟଙ୍କା ନେଇଥିଲେ ।

୫- ପଞ୍ଚମ ରେ ହେଉଛନ୍ତି ପବନ ଚୋପ୍ରା । ପବନ ଏହି ସିନେମା ରେ ବିକ୍ରମ ଙ୍କ ବାପା ଜି ଏଲ ବତ୍ରା ଭୂମିକା ରେ ନଜର ଆସିଥିଲେ ଏବଂ ସେ ଏହି ସିନେମା କରିବା ପାଇଁ ୫୦ ଲକ୍ଷ ଟଙ୍କା ନେଇଥିଲେ । ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

