ଷଢେଇ କଳା ବୋଲି ଏବେ ସାରା ଦେଶରେ ଚର୍ଚ୍ଚାରେ ଅଛନ୍ତି ଓଡିଆ ପୁଅ ଚିତ୍ତରଞ୍ଜନ, ଆସିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡାକରା, ଦେଖନ୍ତୁ ଏହି Video

ବନ୍ଧୁଗଣ ଏହି ଦୁନିଆରେ ଏପରି କିଛି ଲୋକ ଅଛନ୍ତି ଯେଉଁ ମାନଙ୍କୁ କିଛି ନୂଆ କରିବାର ଆକାଂକ୍ଷା ରହିଥାଏ । ଏହି ଲୋକମାନେ ନିଜ ଜୀବନରେ ବହୁତ କଷ୍ଟ କରିଥାନ୍ତି ଓ ଏମାନେ ସଫଳତା ମଧ୍ୟ ପାଇଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହିପରି ଏକ ଓଡିଆ ପୁଅଙ୍କ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ପୁଅଙ୍କ ବିଷୟରେ କହିବାକୁ ଯାଉଛୁ ସେ ହେଉଛନ୍ତି ଚିତ ରଞ୍ଜନ ଭୋଇ । ଚିତ ରଞ୍ଜନ ଭୋଇ କଟକ କନ୍ଦରପୁରର ବାସିନ୍ଧା ଅଟନ୍ତି ।

ସେ ଅଦରକାରୀ ଜିନିଷ ଗୁଡିକୁ ବ୍ୟବହାର ଉପଯୋଗୀ କରିଥାନ୍ତି । ଚିତ ରଞ୍ଜନ ଅଦରକାରୀ ଜିନିଷ ତଥା ନଡିଆ ସଢେଇ ଓ କାଚ ବୋତଲ ଆଦିରେ କାରୁ କାର୍ଯ୍ୟ କରି କପ୍, ପ୍ଳେଟ, ହଂସ, ବୁଢିଆଣୀ ଓ ଅନେକ ସବୁ ଜିନିଷ ତିଆରି କରୁଛନ୍ତି । ଚିତ ରଞ୍ଜନ ୧୨ ବର୍ଷ ହେବ ଏହି ସବୁ କାରୁ କାର୍ଯ୍ୟ କରୁଛନ୍ତି । ସେ ଛୋଟ ମୋଟ ଜିନିଷରେ ଆର୍ଟ କରନ୍ତି ।

ଅଦରକାରୀ ଜିନିଷରେ ସେ କପ୍, ଫୁଲଦାନି, ଜଗ ଆଦି ବିଭିନ୍ନ ଜିନିଷ ତିଆରି କରନ୍ତି । ଚିତ ରଞ୍ଜନ ନିଜର ଏହି ସ୍ଵତନ୍ତ୍ର କଳା ପାଇଁ ବର୍ତ୍ତମାନ ଚର୍ଚାକୁ ଆସିଛନ୍ତି । ପିଲା ଦିନରୁ ଚିତ ରଞ୍ଜନଙ୍କର କଳାରେ ବହୁତ ଆଗ୍ରହ ରହିଥିଲା ସେଥିପାଇଁ ସେ ଏହି ସବୁ କାର୍ଯ୍ୟରେ ସଫଳତା ହାସଲ କରିଛନ୍ତି ।

ଆଗରୁ ସେ ବାହାଘର ଓ ବ୍ରତଘରରେ ଚିତ୍ରା ଅଙ୍କନ କରି ପରିବାର ପୋଷଣ କରୁଥିଲେ । ହେଲେ ତାଙ୍କର ଏହି ଜିନିଷ ଗୁଡିକ ବିକ୍ରି ହେଉ ନାହିଁ । କିନ୍ତୁ ଏହାର ପ୍ରଚାର ପ୍ରସାର ନିମନ୍ତେ ସେ ୫୦ ଜଣ ପିଲାଙ୍କୁ ଏହି କଳା ଶିଖାଉଛନ୍ତି । ପ୍ରଥମେ ଯେତେବେଳେ ଚିତ ରଞ୍ଜନ ନିଜର ଏହି କାରୁ କାର୍ଯ୍ୟ ଆରମ୍ଭ କରିଥିଲେ ସେତେବେଳେ ଏହାକୁ ଗ୍ରହଣ କରିନଥିଲେ ସ୍ଥାନୀୟ ଲୋକ ହେଲେ ବର୍ତ୍ତମାନ ଲୋକମାନଙ୍କୁ ତାଙ୍କ କାମ ବହୁତ ପସନ୍ଦ ଆସୁଛି ।

ଏହି କାମରେ ଚିତ ରଞ୍ଜନଙ୍କୁ ସାହାର୍ଯ୍ୟ କରନ୍ତି ତାଙ୍କ ପରିବାର ଲୋକ ହେଲେ ବିକ୍ରି ହୋଇନପାରୁ ଥିବାରୁ ଘରେ ପଡି ରହିଛି ଏହି ସବୁ କଳା କୃତି । ମି-ଡି-ଆ-ରେ ଆସିବା ପରେ ତାଙ୍କର କଳାଟି ପ୍ରକାଶିତ ହୋଇଛି । ଚିତ ରଞ୍ଜନଙ୍କୁ ଏହି କଳା ପାଇଁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଜ୍ଯାଲୟରୁ ଚିତ ରଞ୍ଜନଙ୍କ ସହ କଥା ହେବା ପାଇଁ ମନ କି ବାତରୁ ଫୋନ ଆସିଥିଲା । ଚିତ ରଞ୍ଜନ ଏଥିପାଇଁ ବହୁତ ଅଧିକ ଖୁସି ଅଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଚିନ୍ତ ରଞ୍ଜନଙ୍କର ଏହି କଳା କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *