ବନ୍ଧୁଗଣ ବର୍ତ୍ତମାନର ସମୟରେ ସାଧାରଣ ଲୋକଙ୍କର ସବୁଠାରୁ ବଡ ଚିନ୍ତା ହେଉଛି ପେଟ୍ରୋଲ ଦର । ଗତ କିଛି ମାସ ହେବ ପେଟ୍ରୋଲ ଦର ବୃଦ୍ଧି ହୋଇ ଆସୁଛି ଯାହାଫଳରେ ଜନସାଧାରଣ ମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଲିଟର ପିଛା ୧୦୦ ଟଙ୍କା ଉପରେ ଅଛି ପେଟ୍ରୋଲ । ଅନ୍ୟ ପକ୍ଷରେ କରୋନା ମହାମାରୀ ପାଇଁ ପାଖାପାଖି ଦେଢ ବର୍ଷ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଦେଶରେ ଲକଡାଉନ ଜାରି କରିଥିଲେ ।

ଯାହା ଫଳରେ ଲୋକ ମାନଙ୍କର ଆର୍ଥିକ ପରିସ୍ଥିତି ଦୁର୍ବଳ ହୋଇଯାଇଥିଲା । ତେବେ ଲକଡାଉନ ଉଠିବା ପରେ ପେଟ୍ରୋଲ ଦର ବୃଦ୍ଧିକୁ ନେଇ ଲୋକ ମାନେ ବହୁତ ଚିନ୍ତାରେ ଅଛନ୍ତି । କିନ୍ତୁ ବନ୍ଧୁଗଣ ଗତ କିଛି ସମୟ ହେବ ଏକ ବଡ ଖବର ସାମ୍ନାକୁ ଆସୁଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ବର୍ତ୍ତମାନର ସମୟରେ ବହୁତ ମାତ୍ରାରେ ପରିବେଶ ପ୍ରଦୂଷଣ ହେବାରେ ଲାଗିଛି । ବିଶେଷ କରି ପ୍ଲାଷ୍ଟିକ ଆବର୍ଜନା ବଢୁଥିବା ବେଳେ ଏହା ଆମ ଶରୀର ପ୍ରତି ବହୁତ ଖରାପ ପ୍ରଭାବ ପକାଉଚି । କିନ୍ତୁ ବିହାରରେ ଯୁବକଙ୍କ ଏକ ଟିମ ଏହି ଦୁଇଟି ସମସ୍ୟାର ସମାଧାନ ଏକା ସହ ବାହାର କରିଛନ୍ତି । ପ୍ଲାଷ୍ଟିକ ଆବର୍ଜନାରୁ ସେ ପେଟ୍ରୋଲ ବାହାର କରୁଛନ୍ତି ।

ବିହାରର ମୁଜାଫରପୁରରେ ସ୍ଥାପନ ହୋଇଛି ଏଭଳି ଏକ ପ୍ଳାଣ୍ଟ ଯେଉଁଠି ଅଦରକାରୀ ପ୍ଲାଷ୍ଟିକରୁ ତିଆରି ହେଉଛି ପେଟ୍ରୋଲ ଏବଂ ଡିଜେଲ । ଏହି ପ୍ଳାଣ୍ଟରେ ମାତ୍ର ୮ ଜଣ ଯୁବକ ପ୍ଲାଷ୍ଟିକର ବ୍ୟବହାରରେ ପେଟ୍ରୋଲ ଓ ଡିଜେଲ କରିବା ଆରମ୍ଭ କରିଦେଇଛନ୍ତି । ବନ୍ଧୁଗଣ ଏହି ପ୍ଳାଣ୍ଟରେ ପ୍ଲାଷ୍ଟିକକୁ ପ୍ରଥମେ ଇଥେନରେ ପରିଣତ କରାଯାଇଥାଏ । ଏହା ପରେ ଇଥେନକୁ ଆଇସୋ ଅକ୍ଟେନରେ ପରିଣତ କରାଯାଇ ପେଟ୍ରୋ କେମିକାଲ ବାହାର କରାଯାଇଥାଏ । ତେବେ ଏହି ପ୍ଳାଣ୍ଟ ପାଇଁ ସ୍ଥାନୀୟ ନଗର ନିଗମ ପ୍ଲାଷ୍ଟିକ ଯୋଗାଉଛି ।

ବନ୍ଧୁଗଣ ଏହି ପ୍ଳାଣ୍ଟରେ ଏକ ଲିଟର ବାୟୋ ଡିଜେଲ ପ୍ରସ୍ତୁତ କରିବା ପାଇଁ ପାଖା ପାଖି ୬୨ ଟଙ୍କା ଖର୍ଚ୍ଚ ହେବ ଏବଂ ଏହାର ବିକ୍ରି ୭୦ ଟଙ୍କା ପ୍ରତି ଲିଟର ହୋଇପାରେ । ଏହି ପ୍ଳାଣ୍ଟ ପ୍ରତିଦିନ ୨୦୦ କିଲୋଗ୍ରାମ ପ୍ଲାଷ୍ଟିକ ଆବର୍ଜନାରୁ ୧୭୫ ଲିଟର ବାୟୋ ପେଟ୍ରୋଲ ଓ ଡିଜେଲ ପ୍ରସ୍ତୁତ କରିବ ଯାହା ସାଧାରଣ ଲୋକଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ । ତା ହେଲେ ବନ୍ଧୁଗଣ ଓଡିଶାରେ ଏଭଳି ପ୍ଳାଣ୍ଟ କରିବା ଉଚିତ ନା ନାହିଁ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

