ନମସ୍କାର ବନ୍ଧୁଗଣ ତେବେ ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି । ଋଷକୁ ସବୁଆଡୁ ଆକ୍ରମଣ ପରେ ଏବେ ପାଲଟା ଆଟାକ କରିଛି ୟୁକ୍ରେନ । ଭ୍ଲାଦିମିର ପୁଟିନଙ୍କ ଆକ୍ରମଣ ଜୋରଦାରର ଜବାବ ଦେଇଛି ୟୁକ୍ରେନ୍ । ବିବାଦୀୟ ଲୁହାନିସ୍କରେ ପଇଁତରା ମାରୁଥିବା ରୁଷର ୫ଟି ଯୁଦ୍ଧ ବିମାନକୁ ଗୁଳି କରି ୟୁକ୍ରେନ ସେନା ଖସାଇ ଦେବା ସହ ରୁଷର ଗୋଟିଏ ଆଟାକିଂ ହେଲିକପ୍ଟରକୁ ମଧ୍ୟ ଖସାଇ ଦେଇଛନ୍ତି । ଏହି ଘଟଣା ପରେ ସ୍ଥିତି ଆହୁରି ଉଗ୍ର ରୂପ ଧାରଣ କରିଛି ।

ତେବେ ରୁଷିଆ ପ୍ରଥମେ ୟୁକ୍ରେନର କିଭ ଓ ଖାରକିଭରେ ମିସାଇଲ ଆକ୍ରମଣ କରିଥିଲା । ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ବର୍ତ୍ତମାନ ୟୁକ୍ରେନର ଏୟାର ଡିଫେନ୍ସ ସିଷ୍ଟମ ଅଚଳ ହୋଇଯାଇଛି । ରୁଷ ପକ୍ଷରୁ ନିର୍ଦ୍ଦିଷ୍ଟ ଟାର୍ଗେଟକୁ ହିଟ୍ କରିପାରୁଥିବା ମିସାଇଲ ଦ୍ୱାରା ୟୁକ୍ରେନର ସାମରିକ ଭିତ୍ତିଭୂମି ଗୁଡ଼ିକ ଉପରେ ହମଲା କରାଯାଇଛି ।
ଏହି ହମଲାରେ ସାମାରିକ ଭିତ୍ତିଭୂମି, ଏୟାର ଡିଫେନ୍ସ ସିଷ୍ଟମ, ମିଲିଟାରୀ ଏୟାରଫିଲ୍ଡ ଓ ସେନା ବାହିନୀ ବ୍ୟବହାର କରୁଥିବା ବିମାନବନ୍ଦର ଗୁଡ଼ିକୁ ଅଚଳ କରି ଦିଆଯାଇଛି । ନାଗରିକଙ୍କୁ ଘର ଭିତରେ ରହିବାକୁ ୟୁକ୍ରେନ ସରକାର ପରାମର୍ଶ ଦେଇଛନ୍ତି । ସେହିଭଳି ରୁଷ ପକ୍ଷରୁ ସାଧାରଣ ନାଗରିକ ଙ୍କ ଉପରେ କୌଣସି ହମଲା କରାଯିବ ନାହିଁ ବୋଲି ସ୍ପଷ୍ଟୋକ୍ତି ଦେଇଛି ।

ତେବେ ବର୍ତ୍ତମାନ ଆଫଗାନିସ୍ତାନର ନିର୍ବାଚିତ ସରକାରକୁ ବନ୍ଧୁକ ମୁନରେ ବିଦାକରି ଏବଂ ଶହ ଶହ ଲୋକଙ୍କ ଜୀବନ ନେଇ ଆଫଗାନିସ୍ତାନର କ୍ଷମତା ହାସଲ କରିଥିବା ତାଲିବାନ ଶାନ୍ତିର କଥା କହୁଛି । ବିଶ୍ୱରେ ଶାନ୍ତି ପାଇଁ ଅପିଲ କରୁଛି । ଋଷ ଏବଂ ୟୁକ୍ରେନ ମଧ୍ୟରେ ଜାରି ଯୁଦ୍ଧକୁ ନେଇ ତାଲିବାନର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବୟାନ ଜାରି କରି ଶାନ୍ତି ପାଇଁ ଅପିଲ କରିଛି । ଋଷ ଏବଂ ୟୁକ୍ରେନକୁ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ପରାମର୍ଶ ଦେଇଛି ।
ନିରୀହ ଲୋକଙ୍କ ମୃତ୍ୟୁକୁ ନେଇ ତାଲିବାନ ଚିନ୍ତା ବ୍ୟକ୍ତ କରି କହିଛି, ଆଫଗାନିସ୍ତାନର ଛାତ୍ରଙ୍କ ଜୀବନ ରକ୍ଷା ପାଇଁ ଋଷ ଏବଂ ୟୁକ୍ରେନ ଦୁହେଁ ଧ୍ୟାନ ଦିଅନ୍ତୁ । ତାଲିବାନ କହିଛି, ଦୁଇ ଦେଶ ହିଂସାର ରାସ୍ତା ଛାଡି ଆଲୋଚନା କରିବା ଜରୁରୀ ଏବଂ ଏଥିପଇଁ ଧୈର୍ଯ୍ୟ ରଖିବା ଦରକାର ।

ତେବେ ସୂଚନାଯୋଗ୍ୟ ଯେ ୟୁକ୍ରେନର ସୈନ୍ୟ ଠିକଣା ଗୁଡିକ ଉପରେ ଋଷ ଆକାଶ ମାର୍ଗରୁ ଆକ୍ରମଣ ଜୋରଦାର କରିଛି । ଶୁକ୍ରବାର ରାଜଧାନୀ କିଭ୍ ନିକଟବର୍ତ୍ତୀ ଅଞ୍ଚଳ ଗୁଡିକରେ ସୈନ୍ୟ ଅକ୍ରମଣକୁ ଅଧିକ କରିଛି ମସ୍କୋ । ବୋମାର ବିସ୍ଫୋରଣ ଶବ୍ଦରେ ଲୋକଙ୍କ ନିଦ ଭାଙ୍ଗୁଥିବା ବେଳେ ଭୟରେ କଟୁଛି ଦିନ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

