ଆନ୍ଧ୍ରପ୍ରଦେଶରୁ ଧାଇଁ ଆସିଛି ଝିଅ, ମୋ ବାପାଙ୍କୁ ଜାଳନି ମୁଁ ତାଙ୍କୁ ନେଇଯିବି, ଏହି ହୃଦୟ ବିଦାରକ ଘଟଣା ବିଷୟରେ ଶୁଣି ଆପଣଙ୍କ ଆଖିରେ ଲୁହ ଆସିଯିବ

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ କରମଣ୍ଡଳ ଟ୍ରେନ୍ ଦୁର୍ଘଟଣାରେ ଅନେକେ  ପ୍ରିୟଜନମାନଙ୍କୁ ହରାଇଛନ୍ତି । ମୃତଦେହ ଏଭଳି ପରିସ୍ଥିତିରେ ରହିଛି ଯଥା ତାହାକୁ ଚିହ୍ନଟ  କରିବା ଅସମ୍ଭବ ହୋଇ ଯାଇଛି । ତେବେ BMC ଅଚିହ୍ନ ମୃତଦେହକୁ କାଳିବା ପାଇଁ ନିଷ୍ପତି ନେଇଥିବା ବେଳେ ଖବର କୁ ଶୁଣିଥିବା ଝିଅ ନିଜ ବାପାଙ୍କ ଶବକୁ ନେବା ପାଇଁ ଆନ୍ଧ୍ରପ୍ରଦେଶରୁ ଧାଇଁ ଆସିଛନ୍ତି ।

ଟିକେ ରୁହ ମୋ ବାପାଙ୍କୁ ଜାଳନି ମୁଁ ଆସୁଛି ନେବାକୁ । ଅଜଣା ସହରରେ ଭାଷା ନ ଜାଣିଥିବା ଯୁବତୀ  ନିଜ ବାପାଙ୍କ ଶବକୁ ନେବା ପାଇଁ ଆସିଗଲେ । ସତରେ ବାପା ଓ ଝିଅର ସମ୍ପର୍କଟି ହେଉଛି ଏହି ସଂସାରର ସବୁଠାରୁ ସୁନ୍ଦର ସମ୍ପର୍କ । ଘରେ ଝିଅ ବାପାଙ୍କୁ ନିଜର ପ୍ରଥମ ହିରୋ କରିଥାଏ ତା’ ପାଇଁ ବାପା ହିଁ ସବୁକିଛି ତାଙ୍କ କାନ୍ଧ ଉପରେ ବସି  ସେ ଏହି ଜଗତକୁ ଦେଖେ ।

ଯେବେ ସେହି ବାପାଙ୍କ ଶେଷ ଦେଖା ବି ନ ହୁଏ ଏବଂ ଜାଳିଦେବା ଖବର ଝିଅକୁ ବିଚଳିତ କରିଥିଲା । ତେଣୁ ଅଜଣା ସହରରେ ବାପା ଶବକୁ ଯେତେ କଷ୍ଟ ହଉ ପଛେ ଖୋଜିକି ନେଇକି ଆସିବି ବୋଲି ମନସ୍କାମନା କରି ଆସିଛନ୍ତି ଏହି ଯୁବତୀ ଜଣକ । ଯୁବତୀଙ୍କ ସହ ତାଙ୍କ ସ୍ଵାମୀ ମଧ୍ୟ ତାଙ୍କ ସହ ଆସିଥିବା ଦୃଶ୍ୟ ଦେଖିବାକୁ ମିଳିଛି ।

ତେବେ ଟ୍ରେନ୍ ଦୁର୍ଘଟଣା ପରେ ଶବକୁ ତାଙ୍କ ଘରଲୋକମାନଙ୍କ ନିକଟରେ ସୁରକ୍ଷିତ ଭାବରେ ପହଞ୍ଚିବା ହେଉଛି BMC ଙ୍କ ଦାୟିତ୍ଵ ତେଣୁ ଆଜିକୁ 10 ଦିନ ହେଉଛି ଶବ ଚିହ୍ନଟ  ପାଇଁ କେହିଁ ଆସିନଥିବା କାରଣ ଶବ ଗୁଡାକୁ ଜାଳିବାର ନିର୍ଣ୍ଣୟ ନିଆଯାଇଥିଲା । ଏଥିପାଇ ଭରତପୁର 8 ଟି ଜୁଇ ପ୍ରସ୍ତୁତ ହୋଇ ରହିଛି ଏବଂ ଆଦେଶ ମିଳିବା କ୍ଷଣେ ଜାଳିବାର ବ୍ୟବସ୍ଥା କରାଯିବ ।

ତେଣୁ ଝିଅ ଖବର ଶୁଣିବା ମାତ୍ରେ ବାପାଙ୍କ ଶବକୁ ଖୋଜିବା ପାଇଁ ଆସିଥିଲେ ଏବଂ ଚିହ୍ନତ କରିବା ନିମନ୍ତେ ତାଙ୍କ DNA ଦେଇଥିବା ସୂଚନା ମିଳିଛି । ବାପା ଙ୍କୁ ଖୋଜିବାର ଝିଅର ଚେଷ୍ଟା କଣ ସଫଳ ହେବ । ଶବକୁ ନେଇ କଣ ଝିଅ ଆନ୍ଧ୍ରପ୍ରଦେଶ ନେଉଟିବ । ଖବରକୁ ନେଇ ଆପଣମାନଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଖବର ସମ୍ପର୍କରେ ଜାଣିବା ପାଇଁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *