ଏମାନଙ୍କ ପାଇଁ ହେଇଛି ଦୁର୍ଘଟଣା: 3 ଜଣ ଅଫିସରଙ୍କୁ ଉଠାଇନେଲା CBI…

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ CBI 3ଜଣ ରେଳ କର୍ମଚାରୀଙ୍କୁ ଉଠାଇ ନେଇଛି ଓ ଆଉ 9 ଜଣଙ୍କୁ ନଜରରେ ରଖିଛି । ଦେଶର ସବୁଠାରୁ ବଡ ଦୁର୍ଘଟଣାକୁ ନେଇ ଦେଶସାରା ଚର୍ଚ୍ଚା ଧରିଛି । ସେହି ଘଟଣାକୁ ଭାବି ବାସ୍ ଲୋକମାନଙ୍କ ଛାତି ଥରି ଉଠୁଛି । ଏଭଳି ଭୟାନକ ରାତି ନା କେବେ ଆସିଥିଲା ନା କିଏ ଭାବିଥିଲେ ।

କରମଣ୍ଡଳ ଦୁର୍ଘଟଣା ସର୍ବାଧିକ ଲୋକମାନଙ୍କ ଜୀବନକୁ ପବନରେ ମିଶାଇଦେଇଥିଲା ।  ତେବେ ଘଟଣାଟି କଣ ସାଧାରଣ  ଭାବରେ ହେଇଛି ବା ଏହା ପଛରେ କଣ ରହିଛି ପ୍ରକୃତ କାରଣ ଏହାକୁ ଜାଣିବା ପାଇଁ ଲୋକେ ଦାବିକରିଥିବା ବେଳେ ପୋଲିସ ତାହାର ତଦନ୍ତ ଜାରିକରିଥିଲା । ମାତ୍ର କେନ୍ଦ୍ରସରକାର ନିର୍ଦେଶ ଅନୁଯାୟୀ  CBI ଦଳ ଏହି ଘଟଣା ବାବଦରେ ତଦନ୍ତ କରିବେ ବୋଲି ଘୋଷଣା କରିଛନ୍ତି ।

ତେବେ କିଛି  ଦିନ ଧରି  CBI ଟିମ୍ ଦୁର୍ଘଟଣା ପଛରେ ଥିବା କାରଣ ଏବଂ କାହା ଭୁଲ ପାଇଁ ଘଟିଥିଲା ବୋଲି ରେଳବିଭାଗରେ କାମ କରୁଥିବା କର୍ମଚାରୀମାନଙ୍କୁ ପଚରାଉଚରା କରିବା ପରେ 3 ଜଣକୁ ଉଠାଇ ନେଇ ଗୁପ୍ତ ସ୍ଥାନରେ ରଖି ଘଟଣା ସମ୍ପକରେ ଜାଣିବାକୁ ଚାହୁଥିଲେ । ଜଣେ ଷ୍ଟେସନ ମାଷ୍ଟର , ସିଂନାଲ ଟେକନିସିୟନ ଓ ଦକ୍ଷିଣ କ୍ୟାବିନ ଗେଟୱେନ କୁ ଉଠାଇଥିବା ସୂଚନା ମିଳିଛି ।

ତେବେ ସିଗନାଲରେ ତ୍ରୁଟି ରହିଥିବା କାମ କରୁଥିବା କର୍ମଚାରୀ ଷ୍ଟେସନ ମାଷ୍ଟରକୁ ଜଣାଇଥିଲେ ଏବଂ ଦୁର୍ଘଟଣା ଘଟିବାର ଦିନ 10ଟା ରେ ଷ୍ଟେସନ ମାଷ୍ଟର  ଯାନ୍ତ୍ରିକବାହିନୀକୁ ସିଗନାଲକୁ ସଜାଡିବା ପାଇଁ ଡ଼ାକିଥିଲେ ସେମାନେ 11 ଟା ବେଳକୁ ଆସି ସଜାଡିଥିଲେ ।

ମାତ୍ର ଷ୍ଟେସନ  ମାଷ୍ଟର ତାହା  ଠିକ ହୋଇଛି କି ନାହିଁ ଜାର୍ଜ କରିବାକୁ ଯାଇନଥିଲେ ଏବଂ ମଧ୍ୟାହ୍ନ ସମୟ ତାଙ୍କ ଶିଫ୍ଟ ସରିବା ପରେ ଅନ୍ୟ ଏକ ଷ୍ଟେସନ ମାଷ୍ଟର ଆସିଥିଲେ ଓ ଉଭୟଙ୍କ ମଧ୍ୟ ବାର୍ତ୍ତାଳାପ ନ ଥିବା କାରଣରୁ ଏହି ଦୁର୍ଘଟଣା ଘଟିଛି ବୋଲି କୁହାଯାଉଛି । ତେବେ କଣ ରେଳବିଭାଗର୍ରେ କାମ କରୁଥିବା କର୍ମଚାରୀମାନେ ଦାୟିତ୍ଵ ସହକାରେ କାମକୁ କରୁନାହାଁନ୍ତି ।

ଯଦି ଏଭଳି ହେବ ତେବେ ଲୋକମାନଙ୍କୁ ଭବିଷ୍ୟତରେ ଏଭଳି ଦୁର୍ଘଟଣା ରେ ସାମ୍ନା କରିବାକୁ ପଡିବ । ତେଣୁ ଏହା ପ୍ରତି କଢାକଢି ପଦକ୍ଷେପ ଗ୍ରହଣ କରିବା ଉଚିତ୍ । ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *