ବନ୍ଧୁଗଣ ବର୍ତ୍ତମାନ କରୋନା ମହାମାରୀର ସଂକ୍ରମଣ ଏକ କାଳ ହୋଇଛି । ଦେଶରେ ଦିନକୁ ଲକ୍ଷାଧିକ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସା ନେଉଛନ୍ତି ଓ ଅନ୍ୟ ପକ୍ଷରେ ହଜାର ହଜାର ଲୋକ ଏଇ ଭାଇରସର୍ତେ ଆକ୍ରାନ୍ତ ହୋଇ ନିଜର ପ୍ରାଣ ହରାଇ ସାରିଛନ୍ତି । ବନ୍ଧୁଗଣ ଗତବର୍ଷ ଅପେକ୍ଷା ଏହି ବର୍ଷ ଏହି ସଂକ୍ରମଣ ବହୁତ ତୀବ୍ର ଗତିରେ ବଢିବାରେ ଲାଗିଛି । ଦିନକୁ ଲକ୍ଷ ଲକ୍ଷ ଲୋକ ଏହି ଭାଇରସରେ ଆକ୍ରାନ୍ତ ହେଉଛନ୍ତି ଯେଉଁଥି ପାଇଁ ସରକାର ଚିନ୍ତାରେ ଅଛନ୍ତି ।
ଏହା ସହିତ ହସ୍ପିଟାଲରେ ବେଡର ଅଭାବ ଓ ଆକ୍ସିଜେନର ଅଭାବ ଏକ ବଡ ଚିନ୍ତାର ବିଷୟ ପାଲଟିଛି । ବନ୍ଧୁଗଣ ଅଧିକାଂଶ ଲୋକ ଏହି ଭାଇରସରେ ସଂକ୍ରମିତ ହେବା ପରେ ଅମ୍ଳଜାନ ଅଭାବରୁ ନିଜର ପ୍ରାଣ ହରାଇଛନ୍ତି । ବର୍ତ୍ତମାନ ଅମ୍ଳଜାନ ସିଲିଣ୍ଡର ପାଇଁ କଳା ବଜାର ଆରମ୍ଭ ହୋଇଛି । ଯେଉଁ ଅକ୍ସିଜେନ ସିଲିଣ୍ଡର ପୂର୍ବରୁ ୧୦ ହଜାରରେ ମିଳୁଥିଲା ତାହା ବର୍ତ୍ତମାନ ୫୫ ହଜାର ଦର ହୋଇଛି ।

ଏହି ଜଟିଳ ସମୟରେ ସୋସିଆଲ ମିଡିଆରେ ପ୍ରୋନିଂ ଥେରାପିର ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏହା ମାଧ୍ୟମରେ ଘରେ ଶରୀରର ଅମ୍ଳଜାନ ସ୍ତର ବୃଦ୍ଧି କରାଯାଇପାରିବ । ଏହି ପ୍ରୋନିଂ ଥେରାପି କ’ଣ ଏବଂ ଘରେ ଏହା କିପରି କରାଯାଇ ପାରିବ ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । । ଏହି ଭିଡିଓକୁ ଆଇପିଏସ୍ ଅଧିକାରୀ ଦିପାନସୁ କାବ୍ରା ସେୟାର କରିଛନ୍ତି। ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଥେରାପି ବିଷୟରେ ।

ଆଇପିଏସ୍ ଅଧିକାରୀ ଦିପାନସୁ କାବ୍ରା ଏହି ଭିଡିଓକୁ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି ଯେ, ‘ୟୁପିରେ ଜଣେ 82 ବର୍ଷ ବୟସ୍କ ବୃଦ୍ଧ ମହିଳାଙ୍କ ଅମ୍ଳଜାନ ସ୍ତର କମ୍ ହେବା ପରେ ତାଙ୍କ ପୁଅ ପ୍ରୋନିଂ ଥେରାପି ଦେଇଥିଲା, ଯାହା ପରେ 4 ଦିନରେ ଅମ୍ଳଜାନ ସ୍ତର 89 ରୁ 97କୁ ବୃଦ୍ଧି ପାଇଥିଲା । ଏହା ଏକ ଅତ୍ୟନ୍ତ ପ୍ରଭାବଶାଳୀ କୌଶଳ ଅଟେ । ଆପଣ ମଧ୍ୟ ଶିଖନ୍ତୁ ଏବଂ ପରୀକ୍ଷା କରନ୍ତୁ।
UP में 82 वर्षीय बुजुर्ग महिला के ऑक्सीजन लेवल कम होने पर बेटे ने #Proning थेरेपी दी जिससे 4 दिन में ही उनका ऑक्सीजन लेवल 89 से 97 हो गया. यह बेहद कारगर तकनीक है. आप भी सीखें और प्रयोग करें. pic.twitter.com/UyZuwlvqyC
— Dipanshu Kabra (@ipskabra) April 30, 2021
1 ମିନିଟ୍ 40 ସେକେଣ୍ଡର ଏହି ଭିଡିଓରେ, ଜଣେ ମହିଳା ଡାକ୍ତର ଲୋକମାନଙ୍କୁ ବୁଝାଉଛନ୍ତି ଯେ ସେମାନେ କିପରି ଘରେ ପ୍ରୋନ୍ ଥେରାପି ମାଧ୍ୟମରେ ନିଜ ଶରୀରର ଅମ୍ଳଜାନ ସ୍ତରକୁ ବୃଦ୍ଧି କରିପାରିବେ । ଏଥିପାଇଁ ଆପଣଙ୍କୁ ତିନୋଟି ତକିଆ ଦରକାର । ଆପଣ ମାନଙ୍କୁ ଏହି ଭିଡିଓରେ ବର୍ଣ୍ଣନା କରାଯାଇଥିବା ଉପାୟ ପରି ଶରୀରକୁ ତଳେ ରଖି ପେଟ ଉପରେ ଶୋଇବାକୁ ପଡିବ ।

ଏହି ପଦ୍ଧତି ବହୁତ ପ୍ରଭାବଶାଳୀ ଅଟେ । ଏହା ମାଧ୍ୟମରେ ଆପଣ ନିଜ ଶରୀରର ଅମ୍ଳଜାନ ସ୍ତରକୁ ସହଜରେ ବୃଦ୍ଧି କରିପାରିବେ । ତା ହେଲେ ବନ୍ଧୁଗଣ ଏହି ପରିକା ଜଟିଳ ସମୟରେ ଆପଣ ଏହି ପ୍ରୋନିଂ ଥେରାପିକୁ ନିଶ୍ଚୟ କରନ୍ତୁ ନିଜ ଅମ୍ଳଜାନ ସ୍ତରକୁ ବଢାନ୍ତୁ, ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଅନେକ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

