ବର୍ତ୍ତମାନ ସମୟ ରେ କରୋନା ମହାମାରୀ ର ପ୍ରଭାବ ସମଗ୍ର ବିଶ୍ୱରେ ଅଧିକ ମାତ୍ରାରେ ବଢି ଚାଲିଛି । ବିଶେଷ କରି ଏହାର ପ୍ରଭାବ ଭାରତ ରେ ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି । ଭାରତ ର ଅନେକ ରାଜ୍ୟ ରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ଦିନ କୁ ଦିନ ବୃଦ୍ଧି ପାଇବା ରେ ଲାଗିଛି ଯାହା ଫଳରେ ବିଭିନ୍ନ ସରକାରୀ ଓ ଘରୋଇ ଡାକ୍ତରଖାନାରେ ଅନେକ ଲୋକ ଭର୍ତ୍ତି ହେଉଛନ୍ତି । କରୋନା ପାଇଁ ଭାରତ ର ଅନେକ ସ୍ଥାନ ରେ ଅମ୍ଳଜାନ ର ଅଭାଵ ପାଇଁ ଲୋକ ମୃ-ତ୍ୟୁ ମୁଖ ରେ ପଡିବାର ଖବର ବର୍ତ୍ତମାନ ଦେଖିବାକୁ ମିଳୁଛି ।
ଏହିପରି ସମୟରେ ଅମ୍ଳଜାନ ର ଅଭାବ ସମଗ୍ର ଦେଶ ରେ ଥିବା ବେଳେ ଆପଣ ଏହା ଜାଣିରଖିବା ଉଚିତ କି ଯଦି ଆପଣଙ୍କ ଶରୀର ରେ ଅମ୍ଳଜାନ ର ମାତ୍ରା କମୁଛି ତେବେ ପ୍ରଥମେ କଣ କରିବା ଉଚିତ । ତେବେ ଆସନ୍ତୁ ଏହି ବିଷୟରେ ସମ୍ପୂର୍ଣ୍ଣ ଭାବରେ ଜାଣିବା ।

ବନ୍ଧୁଗଣ ବର୍ତ୍ତମାନ ସମୟରେ କରୋନା ର ଦ୍ୱିତୀୟ ଲହର ଦ୍ଵାରା ଯେଉଁମାନେ ସଂକ୍ରମିତ ହେଉଛନ୍ତି ସେମାନଙ୍କ ଠାରେ ଅମ୍ଳଜାନ ର ଅଭାବ ଦେଖିବାକୁ ମିଳୁଛି । ଏଥିପାଇଁ ଅନେକ ଲୋକ ମୃ-ତ୍ୟୁ ବରଣ ମଧ୍ୟ କରୁଛନ୍ତି । ତେଣୁ ଆପଣ ପ୍ରତିଦିନ ଅକ୍ସୀମିଟର ମିଟର ଦ୍ଵାରା ପ୍ରତିଦିନ ନିଜର ରକ୍ତ ରେ ଥିବା ଅମ୍ଳଜାନ ର ମାତ୍ରା ପରୀକ୍ଷା କରିବା ଉଚିତ ।

ଯଦି ଆପଣଙ୍କ ର ଅମ୍ଳଜାନ ର ମାତ୍ରା ୯୫ ରୁ ୯୯ ମଧ୍ୟରେ ରହୁଛି ତେବେ ଆପଣଙ୍କ ର ଚିନ୍ତା କରିବା ର କୌଣସି ଆବଶ୍ୟକତା ନାହି କିନ୍ତୁ ଯଦି ଏହା ୯୫ ରୁ ତଳକୁ ରୁହେ ତେବେ ଆପଣଂକୁ ଅମ୍ଳଜାନ ର ଆବଶ୍ୟକତା ରହିଥାଏ । କିନ୍ତୁ ବର୍ତ୍ତମାନ ସମୟ ରେ ଅମ୍ଳଜାନ ର ଅଭାବ ଥିବାରୁ ଯେଉଁମାନଙ୍କୁ ବେଶୀ ଅମ୍ଳଜାନ ଆବଶ୍ୟକ ହେଉଛି ସେମାନଙ୍କୁ ହିଁ କେବଳ ଅମ୍ଳଜାନ ଯୋଗାଇ ଦିଆଯାଉଛି କିନ୍ତୁ ଯେଉଁମାନଙ୍କ ର ସାଧାରଣ ଭାବେ ଅମ୍ଳଜାନ କମ ଦେଖାଯାଉଛି ତେବେ ଆପଣ ଘରେ ରହି ମଧ୍ୟ ଏହାକୁ ଠିକ କରିପାରିବେ ।

ଯଦି ଆପଣଙ୍କର ଅମ୍ଳଜାନ କମ ହୋଇଯାଉଛି ତେବେ ଆପଣ ତଳକୁ ମୁହଁ କରି ଶୋଇ ପଡ଼ନ୍ତୁ ଏବଂ କେବଳ ଆଣ୍ଠୁ ଓ ପାଦ କୁ ତଳେ ଲଗାଇ ରଖନ୍ତୁ । ଏହା ସହିତ କିଛି ଦିନ ପୂର୍ବରୁ ରାମଦେବ ବାବା ମଧ୍ୟ କହିଥିଲେ ପ୍ରତିଦିନ ସକାଳୁ ଉଠି ଅନୁଲୋମ ବିଲୋମ କରିବା ଦ୍ୱାରା ମଧ୍ୟ ଶରୀର ରେ ଅମ୍ଳଜାନ ର ମାତ୍ରା ବଢିଥାଏ ।

ଏମ୍ସ ର ଅଧକ୍ଷ ମଧ୍ୟ କହିଛନ୍ତି ଯେ ଶ୍ଵାସକ୍ରିୟା ସହିତ ଜଡିତ ସମସ୍ତ ପ୍ରକାର ଯୋଗ ଓ ବ୍ୟାୟାମ କରିବା ଦ୍ୱାରା ମଧ୍ୟ ଶରୀର ରେ ଅମ୍ଳଜାନ ର ମାତ୍ରା ବଢିଥାଏ । ଏହା ବ୍ୟତୀତ ଆପଣ ଘରେ ରହି ନିଜ ବେଡ଼ ରେ ମଧ୍ୟ ଅମ୍ଳଜାନ ର ମାତ୍ରା ବୃଦ୍ଧି କରିପାରିବେ । ପ୍ରଥମେ ମୁହଁ କୁ ତଳକୁ କରି ନିଜର ଗୋଡ଼ ତଳେ ତଳି ପେଟ ତଳେ ଛାତି ତଳେ ଓ ବେକ ତଳେ ତକିଆ ଦେଇ କରି ଶୋଇପଡ଼ନ୍ତୁ । ଏହା ପରେ ଲମ୍ବା ସମୟ ପର୍ଯ୍ୟନ୍ତ ଶ୍ଵାସକ୍ରିୟା କରନ୍ତୁ ।

ପୁଣି ଥରେ ଡାହାଣ ଓ ବାମ ପଟକୁ ଶୋଇକରି ମଧ୍ୟ ପୁଣି ସେହିପରି କରନ୍ତୁ । ଏହିପରି ଭାବରେ ପ୍ରାୟ ଅଧ ଘଣ୍ଟା ପର୍ଯ୍ୟନ୍ତ କରନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ଶରୀର ରେ ଅମ୍ଳଜାନ ର ମାତ୍ରା ବଢିଯିବ ଓ ଆପଣଂକୁ ଅକ୍ସୀଜେନ ସିଲିଣ୍ଡର ର ଆବଶ୍ୟକ ହେବ ନାହିଁ ।
ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

