ଘଟିଲା ଚମତ୍କାର, ଯେଉଁଠି ହସ୍ପିଟାଲ ହେଇଗଲା ଫେଲ, ପାଦୁକା ପାଣି ବଞ୍ଚେଇଲା ଜୀବନ

ନମସ୍କାର ବନ୍ଧୁଗଣ ଆମ ଦେଶରେ ଏବଂ ଆମ ରାଜ୍ୟ ର ଅନେକ ଜିଲ୍ଲା ରେ ଏପରି କିଛି ମନ୍ଦିର ରହିଛି ଯାହାର ମହିମା ବିଷୟରେ ଆଜି ପର୍ଯ୍ୟନ୍ତ କେହି କିଛି ଜାଣି ପାରୁ ନାହାଁନ୍ତି ।

ବୈଜ୍ଞାନିକ ମାନେ ଯେତେ ଚେଷ୍ଟା କଲେ ମଧ୍ୟ ସେମାନେ ଏହି ମନ୍ଦିର ର ରହସ୍ୟ ବିଷୟରେ କିଛି ପ୍ରମାଣ କିମ୍ବା କିଛି ବୁଝି ପାରୁ ନାହାଁନ୍ତି । ଯେପରି ଆମ ର ପ୍ରିୟ ପୁରୀର ଶ୍ରୀଜଗନ୍ନାଥଙ୍କ ମନ୍ଦିର ସେହି ମନ୍ଦିର ରେ ଅନେକ ରହସ୍ୟମୟ ଘଟଣା ଘଟି ଥାଏ କିନ୍ତୁ ତାହା କିପରି ହେଉଛି ଏବଂ କାହିଁକି ହେଉଛି ଏହାର ସଠିକ ଭାବେ କେହି ବି ପ୍ରମାଣ ଦେଇ ପାରୁ ନାହାଁନ୍ତି ଏବଂ ଅନେକ ବୈଜ୍ଞାନିକ ମାନେ ମଧ୍ୟ ହାର ମାନି ଯାଇଛନ୍ତି ତେବେ ଏ ପର୍ଯ୍ୟନ୍ତ ରହସ୍ୟ ଖୋଲିବାର ପ୍ରୟାସ ଚାଲିଛି ।

ତେବେ ଏହି ଭଳି ଭାବେ ଆହୁରି ଅନେକ ମନ୍ଦିର ମାନ ରହିଛି ଯିଏ ନିଜ ନିଜ ର ଅଦ୍ଭୁତ ଘଟଣା ଏବଂ ରହସ୍ୟ କୁ ନେଇ ପ୍ରସିଦ୍ଧ ହୋଇ ପାରିଛି । ସେହି ଭଳି ଭାବେ ଜଗତସିଂହପୁର ଜିଲ୍ଲାର ଖାଲ ଗାଁ ର ମହାବୀର ଏବଂ ନୃସିଂହନାଥ ମନ୍ଦିର ମଧ୍ୟ ନିଜ ଅଦ୍ଭୁତ ଏଵଂ ରହସ୍ୟମୟୀ ଘଟଣା କୁ ନେଇ ପରିଚିତ ତେବେ ଆସନ୍ତୁ ସେ ମନ୍ଦିର ର କିଛି ଅଦ୍ଭୁତ ଘଟଣା ବିଷୟରେ ଆଲୋଚନା କରି ନେବା ।

ଏହି ମନ୍ଦିର ର ଜଣେ ପଣ୍ଡିତ ଙ୍କ ସହ କଥା ହେବା ପରେ ଜଣା ଯାଇଥିଲା କି ଏକ ୨୧ ଦିନର ଶିଶୁ ର ଦେହ ଭୀଷଣ ଖରାପ ହୋଇ ଯାଇଥିଲା ଏବଂ ଡାକ୍ତର ମଧ୍ୟ କିଛି କରି ପାରିବେ ନାହିଁ ବୋଲି କହି ଦେଇଥିଲେ କିନ୍ତୁ ଯେତେବେଳେ ସେହି ଶିଶୁ ର ବାପା ଆସି ଏହି ମନ୍ଦିର ରେ ଈଶ୍ୱରଙ୍କ ଆଗରେ ଗୁହାରୀ କରି ପାଦୁକା ପାନ କରିଥିଲେ ଏବଂ ତାଙ୍କୁ ସଙ୍ଗେ ସଙ୍ଗେ ତାଙ୍କ ଶିଶୁ ଭଲ ହୋଇ ଯାଇଛି ବୋଲି ଖବର ଆସିଥିଲା । ତେବେ ଏହା କୌଣସି ଚମତ୍କାର ରୁ କମ ନୁହେଁ ।

ଏହି ମନ୍ଦିର ରେ ଲୋକ ମାନେ ନିଜ ମାନସିକ ରଖି ସେଠାରେ ଡାଲା କିମ୍ବା କପଡା ବାନ୍ଧି କରି ଯାଇଥାନ୍ତି ଏବଂ ସେମାନଙ୍କ ର ସମସ୍ତ ମାନସିକ ପୂରଣ ମଧ୍ୟ ହୋଇ ଯାଇଥାଏ ତାପରେ ସେମାନେ ତାହାକୁ ଫିଟାଇ ଦେଇ ଯାଇଥାନ୍ତି । ଜଣେ ଲୋକ ତାଙ୍କ ପିଲାଙ୍କୁ ନେଇ ଆସିଥିଲେ ଏବଂ ମାନସିକ ଫିତା ବାନ୍ଧି ପଳାଇଲେ ଏବଂ କିଛି ଦିନ ପରେ ତାଙ୍କ ପିଲା ର ପାଟି ଫିଟିଲା ଏବଂ ସେ କଥା ହେବା ଆରମ୍ଭ କରିଦେଲା ।

ତେବେ ୧୯୯୯ ମସିହାରେ ଆସିଥିବା ପ୍ରବଳ ମହାବାତ୍ୟା ସମୟରେ ମଧ୍ୟ ଏହି ମନ୍ଦିର ର କିଛି କ୍ଷତି ହୋଇ ନଥିଲା ଯେବେକି ସେହି ମନ୍ଦିର ର କିଛି କିଲୋ ମିଟରରେ ସମୁଦ୍ର ଥିଲା ତଥାପି ଏହି ମନ୍ଦିର ର କିଛି କ୍ଷତି କରାଇ ପାରି ନଥିଲା ତେବେ ଏହା ମଧ୍ୟ କୌଣସି ଚମତ୍କାର ରୁ କମ ନୁହେଁ ଏବଂ ସେଠାକାର ଲୋକ ମାନେ ମଧ୍ୟ ଏହି ମନ୍ଦିର କୁ ବହୁତ ମାନନ୍ତି ଏବଂ ବିଶ୍ୱାସ ମଧ୍ୟ କରିଥାନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *