ବନ୍ଧୁଗଣ ବର୍ତ୍ତମାନର ସମୟରେ ସାରା ଭାରତରେ କରୋନା ମହାମାରୀର ସ୍ଥିତି ଜଟିଳ ହୋଇଛି । ଏହି ଭାଇରସରେ ସଂକ୍ରମିତ ହୋଇ ହଜାର ହଜାର ଲୋକ ନିଜ ପ୍ରାଣ ହରାଇ ସାରିଛନ୍ତି
ଅନ୍ୟ ପକ୍ଷରେ ଲକ୍ଷାଧିକ ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସା ନେଉଛନ୍ତି । କରୋନା ମହାମାରୀର ସଂକ୍ରମଣକୁ ରୋକିବା ପାଇଆନ ସରକାର କେତେକ ଗାଇଡଲାଇନ ଜାରି କରିଛନ୍ତି ହେଲେ ଲୋକ ମାନଙ୍କ ଅବହେଳା କାରଣରୁ ଏହି ଭାଇରସର ସଂକ୍ରମଣକୁ କମ କରାଯାଇ ପାରୁ ନାହିଁ । ଗତବର୍ଷ ଅପେକ୍ଷା ଏହି ବର୍ଷ ଏହି ଭାଇରସ ଅଧିକ ଶକ୍ତିଶାଳୀ ରୂପ ନେଇ ଆସିଛି ଓ ଏହା ଜନସାଧାରଣ ମାନଙ୍କ ମଧ୍ୟରେ ତୀବ୍ର ଗତିରେ ସଂକ୍ରମିତ ହେଉଛି ।

ଆଜିଆମେ ଆପଣ ମାନଙ୍କୁ କରୋନା ମହାମାରୀର ସ୍ଟେଜ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭାଇରସରେ ସ୍ଟେଜ ଗୁଡିକ ବିଷୟରେ ।
ବନ୍ଧୁଗଣ ଡାକ୍ତର ଭିକେ ମିଶ୍ରଙ୍କ ମତରେ, କରୋନା ମହାମାରୀର ତିନୋଟି ସ୍ଟେଜ ରହୁଛି । ୮୫ ପ୍ରତିଶତ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇ ସୁସ୍ଥ ହୋଇଯାଉଛନ୍ତି । ହେଲେ ଅନ୍ୟ ପକ୍ଷରେ ଥିବା ୧୫ ପ୍ରତିଶତ ଲୋକଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ବନ୍ଧୁଗଣ ଏହାର ପ୍ରଥମ ଫେଜକୁ କୁହାଯାଏ ‘EARLY INFECTION PHASE’, ଦୁତୀୟ ଫେଜ ହେଉଛି ‘PULMONARY PHASE’ ଓ ତୃତୀୟ ଫେଜଟି ହେଉଛି ‘HYPERINFLAMMATORY PHASE’ ।

ବନ୍ଧୁଗଣ ଏହି ସମସ୍ତ ଫେଜର ଅବଧି ହେଉଛି ୫ ରୁ ୬ ଦିନ । ବନ୍ଧୁଗଣ ପ୍ରଥମ ଫେଜରେ ଏହି ଭାଇରସ ଆପଣଙ୍କ ଶରୀରକୁ ଯାଇଥାଏ ଓ ଶରୀରର ସମସ୍ତ କୋଷକୁ ପ୍ରଭାବିତ କରିଥାଏ । ଏହି ପ୍ରଥମ ଫେଜରେ ଆପଣ ମାନଙ୍କୁ ଥଣ୍ଡା, କାସ ଓ ଜ୍ଵର ଆଦି ଲକ୍ଷଣ ଦେଖା ଦେଇଥାଏ । ବନ୍ଧୁଗଣ ଏହାର ଅବଧି ୫ ରୁ ୬ ଦିନ ପର୍ଯ୍ୟନ୍ତ ରହିଥାଏ ।

ବନ୍ଧୁଗଣ ଦ୍ଵିତୀୟ ଫେଜରେ ଆମ ଶରୀରରେ ଥିବା ରୋଗ ପ୍ରତିଷେଧକ ଶକ୍ତି ଦୁର୍ବଳ ହୋଇଯାଇଥାଏ । ଏହାଦ୍ବାରା ଆପଣ ମାନଙ୍କର କିଛି ଲକ୍ଷଣ ଦେଖା ଯାଇଥାଏ । ଆପଣ ମାନଙ୍କୁ ଶୁଖିଲା କାସ, ନିଶ୍ଵାସ ନେବାରେ ଅସୁବିଧା ହେବା, କଫ ଓ ଆପଣଙ୍କ ଶରୀରର ଆକ୍ସିଜେନ ସ୍ତର କମ ହୋଇଯାଇଥାଏ ।

ତୃତୀୟ ଫେଜରେ ଏହି ଭାଇରସ ଆମ ଶରୀରର କିଛି ଅଙ୍ଗକୁ ବହୁ ମାତ୍ରାରେ ପ୍ରଭାବିତ କରିଥାଏ । ଆମ ଶରୀରରେ ଥିବା ହାର୍ଟ, କିଡ୍ନି ଓ ଆପଣଙ୍କ ଫୁସଫୁସକୁ ଏହା ପ୍ରଭାବିତ କରିଥାଏ । ଏହି କାରଣ ପାଇଁ ମଣିଷ ଶରୀରର ଗୁରୁତ୍ଵର ଅବସ୍ଥାରେ ଚାଲିଯାଇଥାଏ । ତେଣୁ ବନ୍ଧୁଗଣ ଆପଣ ମାନଙ୍କୁ ଏହି ସବୁ ଲକ୍ଷଣ ଉପରେ ଅଧିକ ଗୁରୁତ୍ଵ ଦେବା ନିହାତି ଆବଶ୍ୟକ । ତା ହେଲେ ବନ୍ଧୁଗଣ ଯଦି ଆପଣ ମାନଙ୍କର ଏହି ସବୁ ଲକ୍ଷଣ ଦେଖାଯାଉଛି ତେବେ ଆପଣ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

