ଲଭ ମ୍ୟାରେଜ କରି ଆଜି ପସ୍ତଉଛନ୍ତି TV ଇଣ୍ଡଷ୍ଟ୍ରି ର ଏହି ସବୁ 5 ଜଣ ଅଭିନେତ୍ରୀ, 5 ନମ୍ବର ଅଭିନେତ୍ରୀ ତ ସମସ୍ତଙ୍କ ଫେବ୍ରେଟ

ଆଜି କାଲି ଘରେ ଘରେ ସମସ୍ତେ ଛୋଟ ପରଦାରେ ପ୍ରସାରିତ ହେଉଥିବା ଧାରବାହିକ କୁ ଦେଖିବା କୁ ବେଶୀ ପସନ୍ଦ କରୁଛନ୍ତି ସିନେମା ଅପେକ୍ଷା । ନିଜର ସମସ୍ତ କାର୍ଯ୍ୟ କଳାପ କୁ ଶେଷ କରି ବସି ଯାଉଛନ୍ତି ଟିଭି ଆଗରେ ସେହି ଧାରାବାହିକ ଗୁଡିକ କୁ ଦେଖିବା ପାଇଁ ।

ପ୍ରସାରିତ ହେଉଥିବା ଧାରାବାହିକ ଏବେ ଘରେ ଘରେ ପରିଚିତ । ଏବଂ ସେଥିରେ ଅଭିନୟ କରୁଥିଲେ ଅଭିନେତା ଏବଂ ଅଭିନେତ୍ରୀ ମଧ୍ୟ ବହୁତ ଲୋକପ୍ରିୟତା ପାଉଛନ୍ତି । ଧାରବାହିକ ରେ ଥିବା ନାୟକ ନାୟିକା ଙ୍କ ଯୋଡି କୁ ମଧ୍ୟ ଦର୍ଶକ ମାନେ ଭଲ ପାଇବା ପ୍ରଦାନ କରୁଛନ୍ତି । ନିଜର ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ବିଷୟରେ ଜାଣିବାକୁ ଆଗ୍ରହ ମଧ୍ୟ ରଖୁଛନ୍ତି ।

ସେମାନଙ୍କ ବାସ୍ତବ ଜୀବନରେ ଘଟୁଥିବା ସମସ୍ତ ଘଟଣା କୁ ସେମାନେ ଜାଣିବାକୁ ଚାହିଁ ଥାନ୍ତି । ସେମାନଙ୍କ ଜୀଵନ ଶୈଳୀ ସେମାନଙ୍କ ର କାର୍ଯ୍ୟ କଳାପ ଆଦି । ତେବେ ଆଜି ଆମେ ଛୋଟ ପରଦାର କିଛି ଏପରି ଅଭିନେତ୍ରୀ ମାନଙ୍କ ବିଷୟରେ ଆଲୋଚନା କରିବା ଯିଏ ପ୍ରେମ ବିବାହ କରି ବହୁତ ପଶ୍ଚାତାପ କରୁଛନ୍ତି ତେବେ ଆସନ୍ତୁ ସେହି କଳାକାର ମାନଙ୍କ ବିଷୟରେ ଆଲୋଚନା କରିବା

୧- ପ୍ରଥମ ଅଭିନେତ୍ରୀ ହେଉଛନ୍ତି ରଶ୍ମି ଦେଶାଇ । ରଶ୍ମି ଅଭିନେତା ନନ୍ଦୀଶ ସନ୍ଧୁ ଙ୍କ ସହ ପ୍ରେମ ବିବାହ କରିଥିଲେ । ସେମାନେ ଉତ୍ତରଣ ଧାରାବାହିକ ରେ ଏକାଠି କାମ କରିଥିଲେ ଏବଂ ସେମାନଙ୍କ ଭିତରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ଏବଂ ସେମାନେ ୨୦୧୨ ରେ ବିବାହ କରିଥିଲେ । କିନ୍ତୁ ନନ୍ଦୀଶ ଙ୍କ ଆଉ ଅନ୍ୟ ଝିଅ ସହ ସମ୍ପର୍କ ଥିବା ଯୋଗୁଁ ସେମାନେ ଦୁଇ ଜଣ ଅଲଗା ହୋଇ ଗଲେ । କିନ୍ତୁ ରଶ୍ମି ଆଜି ପର୍ଯ୍ୟନ୍ତ ନିଜ ପ୍ରେମ ବିବାହ ପାଇଁ ବହୁତ ପଶ୍ଚାତାପ କରୁଛନ୍ତି ।

୨- ଦ୍ୱିତୀୟ ଅଭିନେତ୍ରୀ ହେଉଛନ୍ତି ଦିବ୍ୟଙ୍କା ତ୍ରିପାଠୀ । ଦିବ୍ୟଙ୍କା ଅଭିନେତା ବିବେକ ଦହିୟା ଙ୍କ ସହ ପ୍ରେମ ବିବାହ କରିଥିଲେ । ଦର୍ଶକ ମାନେ ମଧ୍ୟ ଏହି ଯୋଡି କୁ ଖୁବ ପସନ୍ଦ ମଧ୍ୟ କରନ୍ତି । କିନ୍ତୁ ବିବେକ ଙ୍କ ପରିଵାର ଦିବ୍ୟଙ୍କା ଙ୍କୁ ଗ୍ରହଣ କରି ପାରି ନାହାନ୍ତି ଏବଂ ବେଳେବେଳେ ବହୁତ ମନ ମାଳିନ୍ୟ ମଧ୍ୟ ହେଉଥାଏ ତେଣୁ ସେ ମଧ୍ୟ ନିଜ ପ୍ରେମ ବିବାହ ରେ ଖୁସି ନାହାନ୍ତି ।

୩- ତୃତୀୟ ଅଭିନେତ୍ରୀ ହେଉଛନ୍ତି ଶ୍ଵେତା ତିୱାରୀ । ଶ୍ଵେତା ଙ୍କ ର ଦୁଇ ଦୁଇ ଥର ବିବାହ ଅସଫଳ ରହିଛି । ପ୍ରଥମ ସ୍ୱାମୀ ରାଜା ଚୌଧୁରୀ ଏବଂ ଦ୍ୱିତୀୟ ସ୍ୱାମୀ ଅଭିନଭ । ଦୁଇ ଦୁଇ ବିବାହ ରେ ଧୋକା ଖାଇବା ପରେ ସେ ନିଜର ବିବାହ ନିଷ୍ପତ୍ତି ନେଇ ସର୍ଵଦା ପଶ୍ଚାତାପ କରୁଛନ୍ତି ।

୪- ଚତୁର୍ଥ ଅଭିନେତ୍ରୀ ହେଉଛନ୍ତି ଜେନିଫର ବିନଗେଟ । ଜେନିଫର ଅଭିନେତା କରନ ଗ୍ରୋଭର ଙ୍କୁ ପ୍ରେମ ବିବାହ କରିଥିଲେ । ସେମାନେ ୨୦୧୨ ରେ ବିବାହ କରିଥିଲେ କିନ୍ତୁ କରନ ଙ୍କ ଅନ୍ୟ ଝିଅ ମାନଙ୍କ ସହ ସମ୍ପର୍କ କୁ ନେଇ ସେମାନେ ଦୁଇ ଜଣ ୨୦୧୪ ରେ ଅଲଗା ହୋଇ ଯାଇଥିଲେ ଏବଂ ଇଣ୍ଟରଭିଉ ରେ ଜେନିଫର କରନ ଙ୍କ ସହ ବିବାହ ନିଷ୍ପତ୍ତି କୁ ସବୁଠାରୁ ବଡ଼ ଭୂଲ ବୋଲି କହିଛନ୍ତି ।

୫- ପଞ୍ଚମ ଅଭିନେତ୍ରୀ ହେଉଛନ୍ତି ଦୀପିକା କକ୍ଡ଼ । ଦୀପିକା ନିଜର ପ୍ରେମିକ ରୋନକ ସାମସନ ଙ୍କୁ ପ୍ରେମ ବିବାହ କରିଥିଲେ କିନ୍ତୁ ଦୁଇ ଜଣଙ୍କ ସମ୍ପର୍କ ବହୁତ ଖରାପ ହେବାକୁ ଲାଗିଲା ଏବଂ ଦୁହେଁ ଅଲଗା ହୋଇଗଲେ । କିନ୍ତୁ ଦୀପିକା ପରେ ଅଭିନେତା ସୋହେବ ଙ୍କୁ ବିବାହ କରି ବର୍ତ୍ତମାନ ବହୁତ ଖୁସି ରେ ନିଜର ଜୀଵନ ଅତିବାହିତ କରୁଛନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ଟିଭି ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *