ବ୍ଲାକ ଫଙ୍ଗସ କଣ ? କାହାକୁ ହୋଇଥାଏ ଓ ଏହାର ଚିକିତ୍ସା କଣ ? Dr Bimal Chhajer

ବନ୍ଧୁଗଣ ବର୍ତ୍ତମାନ ଦେଶରେ କରୋନା ମହାମାରୀର ସ୍ଥିତି ବହୁତ ଜଟିଳ ହୋଇଛି । ଗତ ବର୍ଷ ଅପେକ୍ଷା ଏହି ବର୍ଷ ଏହି ଭାଇରସର ସଂକ୍ରମଣ ତୀବ୍ର ଗତିରେ ବଢିବାରେ ଲାଗିଛି ।

ଲକ୍ଷାଧିକ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଓ ଅନ୍ୟ ପକ୍ଷରେ ହଜାର ହଜାର ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ନିଜର ପ୍ରାଣ ହରାଉଛନ୍ତି । କରୋନା ମହାମାରୀର ଦ୍ଵିତୀୟ ଲହର ବହୁତ ଶକ୍ତିଶାଳୀ ହେବା ସହିତ ଏହା ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଗତିରେ ସଂକ୍ରମିତ ହେଉଛି । ବନ୍ଧୁଗଣ ଏହି କରୋନା କାଳ ସମୟରେ ବ୍ଲାକ ଫଙ୍ଗସ ସମସ୍ୟା ମଧ୍ୟ ବ୍ୟକ୍ତିକୁ ହେବାର ଦେଖିବାକୁ ମିଳୁଛି ।

ଆଜିଆମେ ଆପଣ ମାନଙ୍କୁ ଏହି ବ୍ଲାକ ଫଙ୍ଗସ ରୋଗ ସହ ଜଡିତ କିଛି ଗୁରୁତ୍ଵପୂର୍ଣ୍ଣ କଥା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ସାଧାରଣ ଭାଷାରେ କହିବାକୁ ଗଲେ ଯେତେବେଳେ ଗୋଟେ ଫଳ ଅଧିକ ଦିନ ପର୍ଯ୍ୟନ୍ତ ରାହି ଯାଇଥାଏ ସେତେବେଳେ ତା ଭିତରେ ଏକ ଧଳା ରଙ୍ଗର ଫଙ୍ଗସ ଲାଗିଯାଏ। ଏହାପରେ ସେହି ଧଳା ରଙ୍ଗର ଫଙ୍ଗସ କଳା ହୋଇଯାଏ । ଏହି ଜିନିଷ ଯଦି ଶରୀର ମଧ୍ୟରେ ହୋଇଥାଏ ତା ହେଲେ ଏହାକୁ ବ୍ଲାକ ଫଙ୍ଗସ କୁହାଯାଏ ।

କରୋନା କାଳରେ ଭାରତରେ ୫୦୦ ରୁ ଅଧିକ ଲୋକଙ୍କୁ ବ୍ଲାକ ଫଙ୍ଗସ ହୋଇସାରିଛି । କରୋନା କାଳରେ ଯଦି କୌଣସି ରୋଗୀକୁ ଆକ୍ସିଜେନ ଦିଆଯିବା ସମୟରେ ସେହି ଆକ୍ସିଜେନ ପାଇପରେ କିଛି ଫଙ୍ଗସ ଲାଗିଥାଏ ତା ହେଲେ ତାହା ଶରୀର ମଧ୍ୟରେ ଯାଇଥାଏ । ବହୁତ କମ ଲୋକ ଏହି ରୋଗରେ ନିଜ ପ୍ରାଣ ହାଇ ଥାନ୍ତି ହେଲେ ଏହା ବହୁତ ମାରାତ୍ମକ ହୋଇଥାଏ ।

ବନ୍ଧୁଗଣ ଏହା ଆମ ଶରୀର ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ । ଏହା ଆମ ଆଖି, ମସ୍ତିସ୍କ ଓ ଆମ ଫୁସଫୁସ ଉପରେ ଅଧିକ ପ୍ରଭାବ ପକାଇଥାଏ । ଏହାର ଲକ୍ଷଣ ଗୁଡିକ ହେଉଛି ନାକ ବନ୍ଦ ହୋଇଯିବା, ଗୋଟେ ପାଟ ନାକ ବନ୍ଦ ହେବା, ଗୋଟେ ପଟ ଆଖି ବନ୍ଦ ହେବା, ଆଖି ଜନିତ ଯନ୍ତ୍ରଣା ହେବା, ମୁଣ୍ଡ ବିନ୍ଧା, ନାକରେ କଳା ରଙ୍ଗର ତରଳ ପଦାର୍ଥ ଆସିବା ଓ କାସ ସମୟରେ ରକ୍ତ ବାହାରିବା ଆଦି ।

ବନ୍ଧୁଗଣ ଏହା ସାଧାରଣତଃ ଡାଇବେଟିସ ରୋଗୀ, ଏଡ୍ସ ରୋଗୀ, କ୍ୟାନ୍ସର ରୋଗୀ, ଯେଉଁ ମାନଙ୍କର ରୋଗ ପ୍ରତିଷେଧକ ଶକ୍ତି କମ ଥାଏ ଓ ଯେଉଁ ମାନେ ଅଧିକ ଦିନ ହେବ ଷ୍ଟେରୋଏଡ ନେଉଛନ୍ତି ସେମାନଙ୍କୁ ଅତି ସହଜରେ ଏହି ରୋଗ ହୋଇଥାଏ । ଯଦି ବନ୍ଧୁଗଣ ଆପଣ ମାନଙ୍କର ଏହି ସବୁ ସମସ୍ୟା ଦେଖାଯାଉଛି ତା ହେଲେ ଆପଣ ମାନେ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ଯଦି ଆପଣ ମାନେ ଏହି ରୋଗକୁ ଅବହେଳା କରିବେ ତା ହେଲେ ଆଗାମୀ ସମୟରେ ଆପଣଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ତେଣୁ ବନ୍ଧୁଗଣ ଏହି ରୋଗ ବିଷୟରେ ଅନ୍ୟ ମାନଙ୍କୁ ପରାମର୍ଶ ଦିଅନ୍ତୁ ଓ ନିଜେ ମଧ୍ୟ ସଚେତନ ରୁହନ୍ତୁ, ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *