ନମସ୍କାର ବନ୍ଧୁଗଣ ଆଜି କାଲି ଲୋକମାନେ ସିନେମା ଦେଖିବାକୁ ବହୁତ ପସନ୍ଦ କରୁଛନ୍ତି । ସେ ବଲିଉଡ ହେଉ କିମ୍ବା ଟଲିଉଡ଼ ହେଉ କିମ୍ବା ଓଲିଉଡ ସବୁଠାରେ ସିନେମା ର କ୍ରେଜ ରହିଥାଏ ।
ଲୋକମାନେ ଓଡ଼ିଆ ଚଳଚ୍ଚିତ୍ର ଦେଖିବାକୁ ଖୁବ ପସନ୍ଦ କରିଥାନ୍ତି ଏବଂ ଏହି ଓଡ଼ିଆ ସିନେମା ଜଗତର ଅଭିନେତ୍ରୀ ଏବଂ ଅଭିନେତା ମାନଂକୁ ମଧ୍ୟ ଖୁବ ଭଲ ମଧ୍ୟ ପାଇଥାନ୍ତି । ତାଛଡା ନିଜ ନିଜର ମନ ପସନ୍ଦ ର ଅଭିନେତା କିମ୍ବା ଅଭିନେତ୍ରୀ ଙ୍କ ସିନେମା ଦେଖିବାକୁ ମଧ୍ୟ ଭୁଲନ୍ତି ନାହିଁ ଏବଂ ସେମାନଙ୍କ ପ୍ରିୟ କଳାକାର ଙ୍କ ଜୀବନରେ କଣ ଚାଲିଛି ତାଙ୍କ ବାସ୍ତବ ଜୀଵନ ରେ କଣ ହେଉଛି ସେମାନେ କେତେ ପଢ଼ିଛନ୍ତି ଏବଂ କଣ କଣ କରୁଛନ୍ତି ତାହା ଜାଣିବାକୁ ବହୁତ ଇଚ୍ଛା କରିଥାନ୍ତି ।

ତେବେ ଆଜି ଆମେ ଓଡ଼ିଆ ଅଭିନେତ୍ରୀ ଜିନା ସାମଲ ଙ୍କ ବିଷୟରେ କିଛି କଥା ଆଲୋଚନା କରିବା । ଜିନା ସାମଲ ଓଡ଼ିଆ ସିନେମା ଜଗତର ଜଣେ ଜଣାଶୁଣା ଏବଂ ଲୋକପ୍ରିୟ ଅଭିନେତ୍ରୀ । ସେ ଫେରିଆ ମୋ ସୁନା ଭଉଣୀ, ଡ୍ରିମ ଗାର୍ଲ, ପ୍ରେମ ର ନିଶା ଏବଂ ନିଆରା ନିଆରା ଭଳି ଲୋକପ୍ରିୟ ଏବଂ ସଫଳ ସିନେମା ରେ ଅଭିନୟ କରି ଲୋକମାନଙ୍କ ହୃଦୟ ରେ ନିଜର ଘର କରି ପାରିଛନ୍ତି ।

ତେବେ କିଛିଦିନ ପୂର୍ବରୁ ଜିନା ନିଜ ଇଂଷ୍ଟାଗ୍ରାମ ରେ ଲାଇଭ ଆସି ନିଜ ପ୍ରଶଂସକ ମାନଙ୍କ ସହ କିଛି କଥା ସେୟାର କରିଥିଲେ । ତାଙ୍କୁ ଯେତେବେଳେ କିଛି ଫ୍ୟାନ ତାଙ୍କ ପାଠପଢା ବିଷୟରେ ପ୍ରଶ୍ନ କରିଥିଲେ ତେବେ ସେ ଉତ୍ତର ରେ କହିଥିଲେ କି ସେ ଜଣେ ଗ୍ରାଜୁଏଟେଡ଼ ଏବଂ ସେ ଏଲ ଏଲ ବି କରିଛନ୍ତି । ଜିନା ଏକ ରିୟାଲିଟି ସୋ ରେ ଅଭିନେତା ରୁଦ୍ର ଙ୍କ ସହ ବିବାହ କରିଥିଲେ ଏବଂ ନିଜ ସ୍ୱାମୀ ଙ୍କ ସହ ସେ ଖୁସି ରେ ନିଜର ଜୀଵନ ଅତିବାହିତ କରୁଛନ୍ତି ।

ସେ ନିଜ ଲାଇଭ ଭିଡିଓ ରେ ଝିଅ ମାନଂକୁ ଖରାପ କମେଣ୍ଟ କରୁଥିବା ଲୋକ ମାନଂକୁ ଗାଳି କରିଥିଲେ ଏବଂ ଯଦି କିଛି କାମ ନାହିଁ ତେବେ ଘରେ ଚୁପଚାପ ରୁହଁ କଣ ପାଇଁ ଅନ୍ୟ ର ଲାଇଭ ଭିଡିଓ ରେ ଯାଇ ଖରାପ କଥା ଲେଖୁଛ ଏବଂ କହୁଛ । ତା ସହ ଜିନା ବର୍ଷା ରେ କିପରି ତାଙ୍କୁ ପକୁଡି ଏବଂ ମ୍ୟାଗି ଖାଇବାକୁ ଇଛା ହେଉଛି ବୋଲି କହିଥିଲେ ଏବଂ ସେ ଦଶମ ଶ୍ରେଣୀ ପର ଠାରୁ କିପରି ନିଜ ଚୁଟି କାଟି ନାହାନ୍ତି ଏବଂ କରୋନା ରେ ଲୋକମାନଙ୍କ ର ମୃତ୍ୟୁ ଆଦି ଖବର ଶୁଣି ସେ ଶୋକ ପ୍ରକାଶ କରିଥିଲେ ଏବଂ ଲୋକ ମାନଙ୍କ ଭଲ ସ୍ୱାସ୍ଥ୍ୟ ପାଇଁ ପାର୍ଥନା ମଧ୍ୟ କରିଥିଲେ ।
ତେବେ ଜିନା ଜଣେ ବହୁତ ଭଲ ହୃଦୟ ର ବ୍ୟକ୍ତି । ସେ ଓଡ଼ିଆ ଚଳଚ୍ଚିତ୍ର ରେ ନିଜର ଅଭିନୟ ରେ ଲୋକ ମାନଙ୍କ ପ୍ରିୟ ହେବା ସହ ଜଣେ ସଫଳ ଅଭିନେତ୍ରୀ ମଧ୍ୟ ହୋଇ ପାରିଛନ୍ତି । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

