ଆଖିରେ ଆଖିଏ ଲୁହ ନେଇ ସ୍ବାମୀଙ୍କ ବିନା ସାବିତ୍ରୀ ପାଳିଲେ Abhishek ଙ୍କ ପତ୍ନୀ ମୌସୁମୀ, କହିଲେ କିଛି ଏମିତି ଆପଣଙ୍କ ଆଖି ବି ଜକେଇ ଆସିବ, ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନ ଦେଶର ସ୍ଥିତି ବହୁତ ଜଟିଳ ହୋଇଛି । ଦେଶରେ କରୋନା ମହାମାରୀର ଦ୍ଵିତୀୟ ଲହର ନିଜ କୋପ ବର୍ଷାଇଛି । ଏହି ଭାଇରସରେ ଲକ୍ଷାଧିକ ଲୋକ ସଂକ୍ରମଣ ହେଉଛନ୍ତି ଓ ହଜାର ହଜାର ଲୋକ ନିଜର ପ୍ରାଣ ହରାଉଛନ୍ତି ।

ବନ୍ଧୁଗଣ ଗତ କିଛି ଦିନ ହେବ ଆପଣ ମାନେ ଏକ ବ୍ୟକ୍ତିଙ୍କ ବିଷୟରେ ଟିଭି ଓ ସୋସିଆଲ ମିଡିଆରେ ଦେଖୁଥିବେ । ଏହି ବ୍ୟକ୍ତି ଜଣକ ହେଉଛନ୍ତି ଅଭିଷେକ ମହାପାତ୍ର । ବନ୍ଧୁଗଣ ଏହି ବ୍ୟକ୍ତି ଜଣକ ହେଉଛନ୍ତି ଏକ ସାଧାରଣ ଲୋକ ହେଲେ ଅଭିଷେକଙ୍କ ପାଇଁ ଆଜି ଲକ୍ଷାଧିକ ଲୋକ ପ୍ରାର୍ଥନା କରୁଛନ୍ତି । ଗତ କିଛି ଦିନ ତଳେ ଅଭିଷେକ କରୋନା ମହାମାରୀରେ ଚିହ୍ନଟ ହୋଇଥିଲେ । କରୋନା ସହିତ ତାଙ୍କୁ ନିମୋନିଆ ମଧ୍ୟ ହୋଇଯାଇଛି ।

ତାଙ୍କର ଚିକିତ୍ସା ପାଇଁ ବର୍ତ୍ତମାନ ୧ କୋଟି ଟଙ୍କାର ଆବଶ୍ୟକତା ରହିଛି ତେଣୁ ଜନସାଧାରଣ ମାନେ ତାଙ୍କର ଚିକିତ୍ସା ପାଇଁ ଟଙ୍କା ଡୋନେଟ କରୁଛନ୍ତି । ବନ୍ଧୁଗଣ ଆଜି ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ଆଜି ହେଉଛି ସାବିତ୍ରୀ ବ୍ରତ ଓ ଅଭିଷେକଙ୍କ ସ୍ତ୍ରୀଙ୍କର ଏହା ହେଉଛି ବ୍ରତ ସାବିତ୍ରୀ ବ୍ରତ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଅଭିଷେକଙ୍କ ସ୍ତ୍ରୀ ଏପରି କିଛି କଥା କହିଛନ୍ତି ଯାହା ବିଷୟରେ ଜାଣିଲେ ଆପଣ ମାନଙ୍କ ଆଖିରେ ଲୁହ ଭରିଯିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଏହି ଭିଡିଓରେ ସ୍ଵାମୀଙ୍କ ଅନୁପସ୍ଥିତି ସାବିତ୍ରୀ ପାଳୁଛନ୍ତି ଅଭିଷେକଙ୍କ ପତ୍ନୀ ମୌସୁମୀ । ଏହି ଭିଡିଓରେ ମୌସୁମୀ କହିଛନ୍ତି- ‘ହେ ପ୍ରଭୁ ମୋ ସ୍ଵାମୀଙ୍କୁ ବଞ୍ଚେଇ ଦିଅ । ମୋତେ ଆଶୀର୍ବାଦ କରନ୍ତୁ ଯେପରି ମୁ ଆରଥର ତାଙ୍କ ସହ ସାବିତ୍ରୀ ପାଳି ପାରିବି’ । ବନ୍ଧୁଗଣ ଅଭିଷେକ ଓ ମୌସୁମୀଙ୍କ ବିବାହକୁ ଏକ ମାସ ହେବ ।

ବିବାହର କିଛି ଦିନ ମଧ୍ୟରେ ଅଭିଷେକ କରୋନା ମହାମାରୀରେ ଚିହ୍ନଟ ହୋଇଥିଲେ ଓ ପରେ ଜଣା ପଡିଥିଲା ଯେ ତାଙ୍କୁ ନିମୋନିଆ ହୋଇଯାଇଛି । ମୌସୁମୀଙ୍କ ମତରେ-‘ଗତକାଲି ତାଙ୍କ ସ୍ଵାମୀ କଲିକତାରେ ପହଞ୍ଚି ଥିଲେ । ଗତକାଲି ଠାରୁ ତାଙ୍କର ଚିକିତ୍ସା ଆରମ୍ଭ ହୋଇସାରିଛି । ତାଙ୍କର ଫୁସଫୁସ ୮୦ ପ୍ରତିଶତ ଆକ୍ରାନ୍ତ ହୋଇସାରିଛି । ଡାକ୍ତରଙ୍କ ମତରେ ୧୫ ଦିନ ପରେ କିଛି କହିହେବ ।


ତେଣୁ ତାଙ୍କ ସ୍ତ୍ରୀ ଆଶା କରୁଛନ୍ତି ଯେ, ସେ ଶୀଘ୍ର ସୁସ୍ଥ ହୋଇ ତାଙ୍କ ପାଖକୁ ଆସିଯାନ୍ତୁ ଓ ତାଙ୍କର କିଛି ନ ହେଉ’ । ବନ୍ଧୁଗଣ ବର୍ତ୍ତମାନ ଓଡିଶା ବାସୀ ଅଭିଷେକଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି ଓ ତାଙ୍କୁ ଆର୍ଥିକ ସହାୟତା ମଧ୍ୟ କରିଛନ୍ତି । ମୌସୁମୀ ସମସ୍ତ ଓଡିଶା ବାସୀ ଓ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରୁଛୁ ମୌସୁମୀ ଙ୍କ ସାବିତ୍ରୀ ବ୍ରତ ନିଶ୍ଚୟ ରଙ୍ଗ ଆଣିବ । ତେଣୁ ବନ୍ଧୁଗଣ ଆପଣ ମାନେ ମଧ୍ୟ ପ୍ରାର୍ଥନା କରନ୍ତୁ ଯେ ଅଭିଷେକ ଶୀଘ୍ର ସୁସ୍ଥ ହୋଇ ତାଙ୍କ ଘରକୁ ଫେରି ଆସନ୍ତୁ ଓ ଆପଣ ଯେତିକି ବି ପାରୁଛନ୍ତି ତାଙ୍କୁ ଆର୍ଥିକ ସହାୟତା କରନ୍ତୁ ଓ ଏହାକୁ ଅଧିକ ରୁ ଅଧିକ ମାତ୍ରାରେ ସେୟାର କରନ୍ତୁ, ଯାହା ଦ୍ଵାରା ତାଙ୍କୁ କିଛି ସାହାର୍ଯ୍ୟ ମିଳି ପାରିବ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *