ବନ୍ଧୁଗଣ ବର୍ତ୍ତମାନ ଦେଶର ସ୍ଥିତି ବହୁତ ଜଟିଳ ହୋଇଛି । ଦେଶରେ କରୋନା ମହାମାରୀର ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ଏହି କରୋନା ସଂକ୍ରମଣକୁ ରୋକିବା ପାଇଁ କେତେକ ରାଜ୍ୟରେ ରାଜ୍ୟ ସରକାର ମାନେ ଲକଡାଉନ ଘୋଷଣା କରିଥିଲେ ।
ବନ୍ଧୁଗଣ ଏହା ସହିତ ଭାରତ ସରକାର ଟୀକା କାରଣ ବ୍ୟବସ୍ଥାକୁ ମଧ୍ୟ ଲାଗୁ କରିସାରିଛନ୍ତି । କରୋନା ସଂକ୍ରମଣକୁ ରୋକିବା ପାଇଁ ଟୀକା ଏକ ମୁଖ୍ୟ ଅସ୍ତ୍ର ହୋଇପାରେ ବୋଲି ବିଶେଷଜ୍ଞ ମାନେ କହିଛନ୍ତି । ଅନ୍ୟ ପକ୍ଷରେ ଲକଡାଉନ କରିବା କାରଣରୁ ଦେଶର ଆର୍ଥିକ ସ୍ଥିତି ଉପରେ ବହୁତ ଅଧିକ ପ୍ରଭାବ ପଡୁଛି । ଏହା ସହିତ ଜନସାଧାରଣ ମାନେ ବହୁତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । 
ଗତ ମାସ ମେ ୫ ତାରିଖରୁ ଓଡିଶାରେ ଲକଡାଉନ ଘୋଷଣା କରଯାଇଥିଲା ଓ ଏହି ଲକଡାଉନଟି ଜୁନ ୧୭ ତାରିଖ ପର୍ଯ୍ୟନ୍ତ ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ ।ବର୍ତ୍ତମାନ ଓଡିଶାର କିଛି ଜିଲ୍ଲାରେ କରୋନା ସଂକ୍ରମଣ ନିୟନ୍ତ୍ରି ରହିଛି ।
ଯେଉଁ ଜିଲ୍ଲାଗୁଡିକର ସପ୍ତାହିକ ପଜିଟିଭ ହାର ୫ ପ୍ରତିଶତ ତଳେ ରହୁଛି ତାହାକୁ ଗ୍ରୀନ ଜୋନ୍, ସେହିପରି ୫ ରୁ ୧୦ ପ୍ରତିଶତ ଭିତରେ ସପ୍ତାହିକ ପଜିଟିଭ ହାର ରହୁଥିବା ଜିଲ୍ଲା ଗୁଡିକ ଅରେଞ୍ଜ ଜୋନ୍ ଏବଂ ଏହି କ୍ରମରେ ୧୦ ପ୍ରତିଶତରୁ ଅଧିକ ସଂକ୍ରମଣ ହାର ରହୁଥିବା ଜିଲ୍ଲା ଗୁଡିକ ରେଡ ଜୋନ୍ ଭାବେ ରେଖାଙ୍କିତ କରାଯାଇଛି । ଆସୁଥିବା ଜୁନ ୧୭ ତାରିଖରେ ଓଡିଶାରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା କେଉଁ ସବୁ ଜିଲ୍ଲା ଗୁଡିକ ଆସୁଥିବା ୧୭ ତାରିଖରେ ଅନଲକ୍ ହେବାକୁ ଯାଉଛି ।

୧. ବର୍ତ୍ତମାନ ଦେଶରେ ୪୪୯ ଟି ଜିଲ୍ଲା ଅଛି ଯେଉଁଠାରେ ସାପ୍ତାହିକ ଟିଆରପି ୫ ପ୍ରତିଶତରୁ କମ୍ । ଏହି ତାଲିକାରେ ଆମ ରାଜ୍ୟର ୬ଟି ଜିଲ୍ଲା ସ୍ଥାନ ପାଇଛି, ସେଗୁଡିକ ହେଲା କନ୍ଧମାଳ, ବରଗଡ, ଗଞ୍ଜାମ, ସୋନପୁର, ଗଜପତି ଓ ବଲାଙ୍ଗୀର । ଗତ ସପ୍ତାହରେ କନ୍ଧମାଳରେ ପଜିଟିଭ୍ ହାର ୪.୮୫ ପ୍ରତିଶତ, ବରଗଡରେ ହାର ୪.୭୬ ପ୍ରତିଶତ, ଗଞ୍ଜାମରେ ୪.୩୫%, ସୋନପୁରରେ ୪.୪%, ଗଜପତିରେ ୪.୩% ଓ ବଲାଙ୍ଗୀରରେ ୪.୦୬% ରହିଥିଲା । ସୂଚନା ଅନୁସାରେ ଏହି ସବୁ ଜିଲ୍ଲା ଗୁଡିକରେ ଅନଲକ ପ୍ରକ୍ରିୟା ଆରମ୍ଭ ହୋଇପାରେ ।

୨. ଅରେଞ୍ଜ ବା କମଳା ଜୋନରେ ଦେଶର ୧୦୯ ଟି ଜିଲ୍ଲା ରହିଥିବାବେଳେ ଓଡ଼ିଶା ଭାଗରେ ୭ଟି ଜିଲ୍ଲା ରହିଛି । ଏ ସମସ୍ତ ଜିଲ୍ଲାର ସାପ୍ତାହିକ ପଜିଟିଭ ହାର (ଜୁନ୍ ୨ରୁ ୮) ୫ ରୁ ୧୦ ପ୍ରତିଶତ ରହିଛି । ଜିଲ୍ଲା ଗୁଡିକ ହେଉଛି କୋରାପୁଟ (୯.୩୮%), ମାଲକାନଗିରି(୮.୯୬%), ନୂଆପଡା(୮.୬୭%), କେନ୍ଦୁଝର(୭.୮୨%), ଦେଓଗଡ(୭.୮୧%), କାଳାହାଣ୍ଡି(୭.୫୯%) ଏବଂ ସମ୍ବଲପୁର(୫.୦୬%)।

୩. ରେଡ ଜୋନରେ ଦେଶର ୧୭୬ଟି ଜିଲ୍ଲା ରହିଥିବା ବେଳେ ଓଡିଶାର ଭଦ୍ରକ, ଯାଜପୁର, ଖୋର୍ଦ୍ଧା, ଢେଙ୍କାନାଳ, ବାଲେଶ୍ୱର, ପୁରୀ, କଟକ, ମୟୂରଭଞ୍ଜ, ରାୟଗଡା, ଅନୁଗୋଳ, ନୟାଗଡ଼, ଝାରସୁଗୁଡା, ଜଗତସିଂହପୁର, କେନ୍ଦ୍ରାପଡା, ବୌଦ୍ଧ, ନବରଙ୍ଗପୁର ଏବଂ ସୁନ୍ଦରଗଡ ରହିଛି ।
ଏ ସମସ୍ତ ଜିଲ୍ଲାରେ ସଂକ୍ରମଣ ହାର ୧୦ ପ୍ରତିଶତରୁ ଅଧିକ । ମାନେ ଏହି ସ୍ଥାନଗୁଡିକରେ ସଂକ୍ରମଣ ହାର ସର୍ବାଧିକ। ଏଣୁ ଏଠାରେ କଟକଣାର ମାତ୍ରା ମଧ୍ୟ ବଢିପାରେ ବୋଲି କୁହାଯାଇପାରେ । ଯଦି ଜିଲ୍ଲା ଗୁଡିକ ତିନି ସପ୍ତାହ ମେ ୨୫ ରୁ ଜୁନ୍ ୧୭ ପାଇଁ ୫%ରୁ କମ୍ ସଂକ୍ରମଣ ହାରରେ ରହିଥିବ ତେବେ WHO ନିର୍ଦ୍ଦେଶାବଳୀ ଅନୁଯାୟୀ, ଏହି ଜିଲ୍ଲାଗୁଡିକରେ କଟକଣା କୋହଳ କରାଯିବ ।
ଏଥିରେ ଆପଣଙ୍କ ଅମତାମତ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଏହାକୁ ସେୟାର କରି ସମସ୍ତଙ୍କୁ ଜଣାଇ ସତର୍କ କରାନ୍ତୁ ଯେପରି ପଜିଟିଭ ହାର କମିବ ଓ ଲକଡାଉନ ହଟିବ। ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

