ବୋହୁ ହେବ ତ ଏମିତି ! କରୋନା ସଂକ୍ରମିତ ଶ୍ବଶୁରଙ୍କୁ ପିଠିରେ ବୋହି ନେଲେ ମେଡିକାଲ ଓ କହିଲେ କିଛି ଏମିତି କି…ଆପଣ ବି ଶୁଣିଲେ କରିବେ ପ୍ରଶଂସା, ଦେଖନ୍ତି ଭାଇରାଲ Video

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ ଭାରତ ରେ କରୋନା ଦ୍ଵିତୀୟ ଲହର ସବୁଠାରୁ ଅଧିକ ଦେଖିବାକୁ ମିଳିଛି । ଅନେକ ଲୋକ ଏହି ସମୟ ରେ କରୋନା ରେ ମୃତ୍ୟୁ ବରଣ ମଧ୍ୟ କରୁଛନ୍ତି ।

ଏହିପରି ସମୟ ରେ ଦେଖାଯାଇଛି ଯେ ଜଣେ ବୋହୁ ତାଙ୍କ କୋଭିଡ ସଂକ୍ରମିତ ଶଶୁର ଙ୍କୁ ନିଜ ପିଠି ରେ ବୋହି କରି ନେଇ ମେଡିକାଲ ରେ ପହଞ୍ଚାଇ ଥିଲେ ।  ଏହା ଏକ ବିରଳ ଘଟଣା ଅଟେ । ନିଜ ଶଶୁର ପାଇଁ କୌଣସି ବୋହୁ ଏପରି କରିଥିବାର ପୂର୍ବ ରୁ କେବେ ଦେଖା ଯାଇନାହିଁ । କରୋନା ମହାମାରୀ ସମୟ ରେ ମହିଳା ଜଣଙ୍କ ସେବା ଓ ସାହାସ ର ପ୍ରତୀକ ପାଲଟି ଯାଇଛନ୍ତି ।

ଶଶୁର ଙ୍କୁ ପିଠି ରେ ରଖି ନେଉଥିବା ର ଏହି ଫୋଟୋ ବର୍ତ୍ତମାନ ସୋସିଆଲ ମିଡିଆ ରେ ବହୁତ ଭାଇରାଲ ହେବାକୁ ଲାଗିଛି । ଅନେକ ଗଣମାଧ୍ୟମ ମଧ୍ୟ ଏହାକୁ ନେଇ ବହୁତ ଚର୍ଚ୍ଚା କରୁଛନ୍ତି । ବନ୍ଧୁଗଣ ଏହି ଘଟଣା ଟି ଆସାମ ର ନଅ ଗାଁ ରେ ଅଟେ । ଆସାମ ରେ ଏହି ଘଟଣା ଟି ଘଟିଥିଲେ ମଧ୍ୟ ବର୍ତ୍ତମାନ ଦିଲ୍ଲୀ ଠାରୁ ନେଇ ପଲ୍ଲୀ ପର୍ଯ୍ୟନ୍ତ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସମସ୍ତେ ଏହି ବୋହୁ ଙ୍କୁ ଭୁରିଭୁରି ପ୍ରଶଂସା କରୁଛନ୍ତି । ଏହି ପ୍ରେରଣାଦାୟୀ ମହିଳାଙ୍କ ନାମ ହେଉଛି ନିହାରିକା ଦାସ । ଗତ ଜୁନ ୨ ତାରିଖ ରେ ତାଙ୍କ ୭୫ ବର୍ଷୀୟ ଶଶୁର ଥାଲେଶ୍ୱର ଦାସ ଙ୍କ ଠାରେ କୋଭିଡ ଦେଖା ଦେଇଥିଲା ।

ତେଣୁ ତାଙ୍କୁ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନେବା ପାଇଁ ସେ ଅଟୋ କୁ ଡାକିଥିଲେ । କିନ୍ତୁ ରାସ୍ତା ଖରାପ ଥିବାରୁ ଅଟୋ ରିକ୍ସା ଚାଳକ ତାଙ୍କ ଘର ପାଖରେ ପହଞ୍ଚି ପାରିନଥିଲେ । ଘର ଠାରୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଦୂରତା ମାତ୍ର ୨ କିଲୋମିଟର । ତାଙ୍କ ଶଶୁର ବହୁତ ଦୁର୍ବଳ ଅଟନ୍ତି । ସେ ଚାଲିବା ପାଇଁ ମଧ୍ୟ ସକ୍ଷମ ନୁହଁନ୍ତି ।

ସେହି ସମୟ ରେ ତାଙ୍କ ପତି ମଧ୍ୟ ଘରେ ନ ଥିଲେ । ତେଣୁ ବାଧ୍ୟ ହୋଇ ସେ ନିଜ ପିଠି ରେ ତାଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପର୍ଯ୍ୟନ୍ତ ନେଇ ଯାଇଥିଲେ । ଏହା ପରେ ସେ କିଛି ଦୂର ଚାଲି କରି ଗଲା ପରେ ସେଠାରେ ଗାଡି ଠିଆ ହୋଇଥିଲା ଓ ସେ ଗାଡି ଦ୍ଵାରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପହଞ୍ଚିଥିଲେ ।

ଏହା ପରେ ତାଙ୍କ ଶଶୁର ଥାଲେଶ୍ୱର ଦାସ ଙ୍କ ଅଵସ୍ଥା ବହୁତ ଗୁରୁତର ହୋଇ ପଡିବାରୁ ତାଙ୍କୁ ୨୧ କିଲୋମିଟର ଦୂର ରେ ଥିବା ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଗଲା । କିନ୍ତୁ ସେଠାରେ କୌଣସି ଷ୍ଟ୍ରେଚର ନ ଥିବାରୁ ତାଙ୍କୁ ପୁଣି ଗାଡି ପର୍ଯ୍ୟନ୍ତ ପିଠି ରେ ବୋହି କରି ନେବାକୁ ପଡିଥିଲା ।

ବର୍ତ୍ତମାନ ଲୋକ ଏହାକୁ ପ୍ରଶଂସା କରୁଛନ୍ତି ସତ ହେଲେ ସେଦିନ କେହି ଜଣେ ମଧ୍ୟ ତାଙ୍କୁ ସହଯୋଗର ହାତ ବଢ଼ାଇ ନ ଥିଲେ ବୋଲି କୋହଭରା କଣ୍ଠ ରେ ମିଡ଼ିଆ କୁ ନିହାରିକା କହିଛନ୍ତି । ସେ ଦିନ ସେ ପ୍ରାୟ ୨ କିଲୋମିଟର ପର୍ଯ୍ୟନ୍ତ ନିଜ ଶଶୁର ଙ୍କୁ ପିଠି ରେ ବୁହାଇ ଚାଲି କରି ଯାଇଛନ୍ତି ।

ଆପଣଙ୍କୁ ଏହି ପୋସ୍ଟ ଟି କେମିତି ଲାଗିଲା ଆମକୁ କମେନ୍ଟ କରନ୍ତୁ । ବୋହୁ ଙ୍କର ଏମିତି କାମ ଆପଣଙ୍କୁ ପସନ୍ଦ ଆସିଥିଲେ ଗୋଟିଏ ସେୟାର କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *