ବନ୍ଧୁଗଣ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଶ୍ରୀକ୍ଷେତ୍ରରେ ରହି ବିଭିନ୍ନ ରୂପରେ ନିଜ ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି । ଭକ୍ତ ହୃଦୟରେ ଥିବା ଅଚଳାଚଳ ଭକ୍ତି ହିଁ ପ୍ରଭୁଙ୍କୁ ଟାଣି ନେଇଥାଏ ଦର୍ଶନ ଦେବାକୁ । ଭକ୍ତ ଏବଂ ଭଗବାନଙ୍କୁ ଏକାକାର କରିବାର ଏକ ମାତ୍ର ମାଧ୍ୟମ ହେଉଛି ଦୃଢ ବିଶ୍ଵାସ ଓ ନିରନ୍ତର ଭକ୍ତି ଭାବନା । ଏଭଳି ଦୃଢ ଭାବନା ଓ ବିଶ୍ଵାସ ବୋଧେ ରଖିଥିଲେ ଚୌଧାର କପାଳେଶ୍ଵର ତାରେଣୀ ବିହାରର ଶିବ କୁମାର ସାହୁଙ୍କ ପରିବାର । ଶିବ କୁମାରଙ୍କ ଝିଅ ଶୁଭଶ୍ରୀ ଗତ କାଲି ଘର ସଫା କରୁଥିବା ସମୟରେ ଚଟାଣରେ ଜଗନ୍ନାଥଙ୍କ ପ୍ରତି ଛବି ଦେଖିବାକୁ ପାଇଥିଲେ ।

ତେବେ ଶୁଭଶ୍ରୀ ସେହି ସ୍ଥାନକୁ ଯେତେ ସଫା କରିଥିଲେ ମଧ୍ୟ ପ୍ରଭୁଙ୍କ ପ୍ରତି ଛବି ଅତି ଉଜ୍ଵଳ ଭାବେ ଦେଖା ଦେଇଥିଲା । ଏହା ପରେ ସେ ଏହି କଥା ନିଜ ଘର ଲୋକଙ୍କୁ କହିଥିଲେ ଓ ଘଟଣାଟି ସତ ହୋଇଥିବାରୁ ତାଙ୍କ ଘର ଲୋକ ସେହି ସ୍ଥାନରେ ପୂଜା ଅର୍ଚ୍ଚନା କରିଥିଲେ । ବର୍ତ୍ତମାନ ଏହି ଅଲୌକିକ ଘଟଣା ବିଷୟରେ ଜାଣି ଦେଖିବାକୁ ଭିଡ ଜମାଇଛନ୍ତି ସେଠାକାର ଲୋକମାନେ ।

ଶିବ କୁମାରଙ୍କ ଝିଅ ଶୁଭଶ୍ରୀଙ୍କ ମତରେ-‘ମୁ କଣ କହିବି କହିବା ପାଇଁ କିଛି ଭାଷା ନାହିଁ । ଏତେ ସୁନ୍ଦର ଦୃଶ୍ୟ ସ୍ଵୟଂ ଜଗନ୍ନାଥ ଆସି ମୋ ଘରେ । ଯାହାଙ୍କୁ ମୁ ସବୁଦିନ ଦେଖିବାକୁ ଝୁରେ, ସବୁଦିନ ଦେଖିବାକୁ କାନ୍ଦେ ସେ ଆଜି ମୋ ପାଖରେ । ମୁ କହିବାକୁ କିଛି ଭାଷା ହିଁ ପାଉ ନାହିଁ କହିବି କଣ । କି ସୁନ୍ଦର ଚକା ଚକା ଆଖି ବଂଶୀ ଧାରଣ ମୁହଁ, କହିବା ପାଇଁ ମୋ ପାଖରେ କୌଣସି ଭାଷା ନାହିଁ’ ।
ଏହାପରେ ଆଗକୁ ଶୁଭଶ୍ରୀ କହିଛନ୍ତି-‘ କହିବା ପାଇଁ ମୋ ପାଖରେ କୌଣସି ଭାଷା ନାହିଁ । ବାସ ଖାଲି ଠାକୁରଙ୍କ ଆସାରାରେ ମୋ ବାପା ମାଙ୍କର କିଛି ବି ଅସୁବିଧା ନହେଉ, ସବୁବେଳେ ତାଙ୍କୁ ଘଣ୍ଟ ଘୋଡାଇ ରଖିଥାନ୍ତୁ । ମୁ ବିଶ୍ଵାସ କରିପାରୁ ନାହିଁ ମୋ ଗୋଡ ହାତ ଥରୁଛି । ସ୍ଵୟଂ ଜଗନ୍ନାଥଙ୍କୁ ପାଇଯାଇଛି କି ସବୁ ପାଇଯାଇଛି । ବର୍ତ୍ତମାନ ଠାକୁରଙ୍କୁ ତୁଳସୀ ପତ୍ର ଦେଇ ତାଙ୍କର ପୂଜା ଅର୍ଚ୍ଚନା ଚାଲିଛି’ ।

ଶୁଭଶ୍ରୀଙ୍କ ମାଙ୍କ ମତରେ, ପାଣି ବାଲଟି ତାଙ୍କ ଝିଅ ଉଠାଇବା ପରେ ଭଗବାନ ଜଗନ୍ନାଥଙ୍କ ମୂର୍ତ୍ତି ଦେଖା ଯାଇଥିଲା । ଏହାପରେ ତାଙ୍କ ଝିଅ ସେହି ସ୍ଥାନକୁ ଭଲ ଭାବରେ ପୋଛି ଦେଇଥିଲେ । ପୋଛିବା ପରେ ଜଗନ୍ନାଥ ସଂପୂର୍ଣ୍ଣ ଦେଖା ଯାଇଥିଲେ । ଏହା ପରେ ସେ ସେଠାକାର ଲୋକ ମାନଙ୍କୁ ଡକାଇ ସେହି ଦୃଶ୍ୟ ଦେଖାଇ ଥିଲେ । ବର୍ତ୍ତମାନ ତାଙ୍କ ଘରେ ପୂଜା ଅର୍ଚ୍ଚନା ଚାଲିଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଭକ୍ତି ଭାବରେ ଥରେ ଲେଖି ଦିଅନ୍ତୁ ଜୟ ଜଗନ୍ନାଥ ।

