Breaking News: ଶ୍ରୀ ମନ୍ଦିର ଚୁଲା ଭଙ୍ଗା ଘଟଣାରେ ପୋଲିସର ଭୟଙ୍କର ଖୁଲାସା ! ଅଭିଯୁକ୍ତ ଯାହା କହିଲେ ଶୁଣିଲେ ଆପଣ ବି କାବା ହେଇଯିବେ, ଦେଖନ୍ତୁ ଏହି Video

ବନ୍ଧୁଗଣ ଗତ ପହଡଦିନ ଦିନ ରାତିରେ ଶ୍ରୀମନ୍ଦିରରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଥିଲା । ବ୍ରମ୍ହାଣ୍ଡ କର୍ତ୍ତାଙ୍କର ଶ୍ରୀ ମନ୍ଦିର ସୁରକ୍ଷା ବଳୟ ଭିତରେ ରାତି 1.15 ମିନିଟ ସମୟରେ ଜଣେ ଦୁର୍ବୁତ୍ତ ଶ୍ରୀମନ୍ଦିର ଭିତରକୁ ଯାଇ ରୋଷେଇ ଚୁଲା ଭାଙ୍ଗିଛି । ତେବେ ଗତ କାଲି ଠାରୁ ଶ୍ରୀ ମନ୍ଦିର ରୋଷେଇ ଘର ଚୁଲା ଭଙ୍ଗା ଘଟଣାର ଅନୁଧ୍ୟାନ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ପୋଲିସ ଡିଜି ସୁନୀଲ ବଂଶଲ ।

ଗତ ସନ୍ଧ୍ୟାରେ ଦୁହେଁ ପହଞ୍ଚି ରୋଷେଇ ଘର ବୁଲି ଦେଖିଥିଲେ ଓ ଏହା ସହ ଶ୍ରୀ ମନ୍ଦିର ପ୍ରଶାସନ ନିଜ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ସେହି ଏତଲା ଆଧାରରେ ସିସିଟିଭି ଯାଞ୍ଚ କରାଯାଉଛି । ତେବେ ବନ୍ଧୁଗଣ ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସୁଛି ଓ ଏହି ଖବର ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଶ୍ରୀମନ୍ଦିର ସିସିଟିଭିରେ ଦୁର୍ବୁତ୍ତର ଚିତ୍ର ରେକର୍ଡ ହୋଇଛି । 1.15ରେ ଭୋଗ ମଣ୍ଡପ ଦୁଆର ସିସିଟିଭି କ୍ୟାମେରାରେ ସେ ଦୁର୍ବୁତ୍ତ ଦେଖା ଯାଇଛି । ସେ ଏକୁଟିଆ ଆସିଥିଲା ତାର ଶରୀରରେ ହଳଦୀ ଲାଗିଥିଲା ଆଉ ତାର ଦେହରେ ବହୁତ ଝାଳ ମଧ୍ୟ ବାହାରୁଥିବାର ଦେଖିବାକୁ ମିଳିଛି ।

ସେ ନାଟ ମଣ୍ଡପରେ ଯାଇ ପ୍ରଥମେ ପହଞ୍ଚି ଥିଲା । ଏହି ସବୁ କଥା ମହାସୁଆର ନିଯୋଗ ସଭାପତି ବୈଦନାଥ ମହାସୁଆ କହିଥିଲେ । ତେବେ ବର୍ତ୍ତମାନ ଦୁର୍ବୁତ୍ତର ପରିଚୟ ମିଳି ଯାଇଛି । ଜେ. ମହାପାତ୍ର ନାମକ ୩୦ ବର୍ଷୀୟ ବ୍ୟକ୍ତି ଜଣକ ସେଦିନ ଶ୍ରୀମନ୍ଦିର ଆସିଥିଲେ । ଶ୍ରୀମନ୍ଦିରରେ ବୁଲାବୁଲି କଲେ ଓ ଜଗନ୍ନାଥଙ୍କ ଦର୍ଶନ ମଧ୍ୟ କଲେ ।

କିନ୍ତୁ ତାଙ୍କୁ ଅଚାନକ ଭଲ ଲାଗି ନଥିଲା । ତାଙ୍କୁ କାହିଁକି ଭଲ ଲାଗି ନଥିଲା ସେ କଥା ଏ ଯାଏଁ ସ୍ପର୍ଷ୍ଟ ହୋଇ ନାହିଁ । ତାଙ୍କ ପାଖରେ ମୋବାଇଲ ଫୋନ ନଥିଲା ଓ ତାଙ୍କୁ ଟ୍ରାକ କରିବା ପାଇଁ ବହୁତ କଷ୍ଟ କରିବାକୁ ପଡିଛି । ଲୋକାଲ ପୋଲିସ ଓ ଲୋକାଲ ରେସିଡେନ୍ସର ସହାୟତା ନେଇଥିଲା ପୋଲିସ । ତା ପରେ ପୋଲିସ ରେଲୱେ ଷ୍ଟେସନରୁ ଏକ କ୍ଲୁ ପାଇଥିଲା । ଜଣେ ବ୍ୟକ୍ତି କହିଥିଲେ ସେ ଏଭଳି ଏକ ବ୍ୟକ୍ତିଙ୍କୁ ଦେଖିଛନ୍ତି । ପରବର୍ତ୍ତୀ ସମୟରେ ସେହି କ୍ଲୁକୁ ଆଧାର କରି ପୋଲିସ ତାଙ୍କ ପାଖରେ ପହଞ୍ଚି ଥିଲା ।

ଖୋର୍ଦ୍ଧା ଜିଲ୍ଲାରୁ ତାଙ୍କୁ ଗିରଫ କରାଯାଇଛି । ଖୋର୍ଦ୍ଧା ଜିଲ୍ଲା ବେଗୁନିଆର ଜେ.ମହାପାତ୍ର ନାମକଙ୍କ ସମସ୍ତ ଘର ପରିବାର ବିଷୟରେ ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡି ନାହିଁ । ତେବେ ଅଭିଯୁକ୍ତ ନିଜ ଭୁଲ ସ୍ଵୀକାର କରିଥିବା କଥା ଏବେ ସାମ୍ନାକୁ ଆସୁଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *