ପାରଳାଖେମୁଣ୍ଡି ACFO ସୌମ୍ଯ ରଞ୍ଜନଙ୍କ ମୃତ୍ୟୁକୁ ମାସେ ପୁରିଗଲା । ହେଲେ ସଠିକ ଦିଗରେ ତ-ଦ-ନ୍ତ କରିଲା ନାହିଁ ପାରଳାଖେମୁଣ୍ଡି ପୋଲିସ । ଘର ଲୋକଙ୍କ ଅନୁରୋଧ କ୍ରମେ ଏବେ କ୍ରାଇମ ବ୍ରାଞ୍ଚକୁ ଦିଆଯାଇଛି ACFO ସୌମ୍ୟଙ୍କ ତଦନ୍ତ ଭାର ।
ତେବେ ସୋମ୍ୟଙ୍କ ମୃତ୍ୟୁକୁ ନେଇ ପ୍ରାୟ ମାସେ ହେବ ଖୁବ ବାଦବିବାଦ ଚାଲିଥିବା ବେଳେ ଏବେ ପୋଲିସ ଉପରକୁ ସିଧାସଳଖ ଆଙ୍ଗୁଠି ଉଠାଇଛନ୍ତି ପୂର୍ବତନ ଡିଜି ସଞ୍ଜେବ ମାରିକ । ଯେଉଁ ଘରେ ସୌମ୍ୟଙ୍କ ଦେହରେ ନିଆଁ ଲାଗିଥିଲା ସେହି ଘରେ ଥିଲା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ । ଘଟଣାସ୍ଥଳରୁ କେହି ମଧ୍ୟ ପ୍ରମାଣ ନଷ୍ଟ କରି ଦେଇଥାଇ ପାରେ । ସେହି ଘରକୁ ସାଙ୍ଗେ ସାଙ୍ଗେ ପୋଲିସ କାହିଁକି ସିଲ କଲା ନାହିଁ ? ଏହା ପୋଲିସର ସବୁଠୁ ବଡ ଭୁଲ ଅଟେ ।

ଘଟଣାସ୍ଥାଲୁ ସାଙ୍ଗେ ସାଙ୍ଗେ ସିଲ କରିବା ଉଚିତ ଥିଲା ପୋଲିସର । କିନ୍ତୁ ସେପରି ନ କରି ସନ୍ଦେହ ଘେରରେ ଥିବା ଲୋକଙ୍କଉ ହିଁ ଚାବି ଦେଇ ଆସିଥିଲା ପୋଲିସ । ପୋଲିସର ଏପରି କାର୍ଯ୍ୟ ଆରମ୍ଭରୁ ହିଁ ସନ୍ଦେହଜନକ ଅଟେ । ଘଟଣାସ୍ଥଳରେ ଅନେକ ତଥ୍ୟ ଲୁଚି ରହିଥାଏ । ପୋଲିସ ସେ ସ୍ଥାନକୁ ସିଲ ନ କରିବା ଦ୍ଵାରା ହୁଏତ କେହି ସେହି ସବୁ ପ୍ରମାଣ ନଷ୍ଟ କରି ଦେଇଥିବ ।

ସେ ଆହୁରି ମଧ୍ୟ କହିଛନ୍ତି କି କେବଳ ଲ୍ଯାମ୍ପ କିରୋସିନରେ ୭୦ ରୁ ୮୦ ପ୍ରତିଶତ ପୋଡିବା ଅସମ୍ଭବ ଅଟେ । ଲ୍ଯାମ୍ପରେ ନିଆଁ ଲାଗିଲେ ଏହା ଏତେ ବି ଅଧିକ ହୋଇ ନ ଥିବ ଯେ ତାହା ସାଙ୍ଗେ ସାଙ୍ଗେ ଲିଭାଇ ହେବ ନାହିଁ । ଏହା ଏକ ଦୁ-ର୍ଘ-ଟ-ଣା ବୋଲି କହି ହେବ ନାହିଁ ।

ଏହା ସହ ଯେଉଁମାନଙ୍କ ଉପରେ ସୌମ୍ୟଙ୍କ ଘରଲୋକ ଅଭିଯୋଗ ଆଣିଥିଲେ, ସେହି ମୁଖ୍ୟ ଆ-ରୋ-ପି ମାନଙ୍କୁ ତଦନ୍ତ ପୂର୍ବରୁ ହିଁ କ୍ଳିନ ଚିଟ ଦେବା ଉଚିତ ନୁହେଁ ବୋଲି କହିଛନ୍ତି ଏହି ଅଭିଜ୍ଞ ବରିଷ୍ଠ ପୋଲିସ ଅଧିକାରୀ । DFO ଙ୍କୁ ତଦନ୍ତ ଆରମ୍ଭରୁ ହିଁ କାହିଁକି କ୍ଳିନ ଚିଟ ଦିଆଗଲା ବୋଲି ପ୍ରଶ୍ନ କରିଛନ୍ତି ପୂର୍ବତନ ଡିଜି ।
ପୋଲିସ ଠିକ ଭାବେ ତଦନ୍ତ ନ କରିବାରୁ ଏବଂ ସୌମ୍ୟଙ୍କ ଘର ଲୋକଙ୍କ ପୋଲିସ ତଦନ୍ତରେ ଅସନ୍ତୋଷ ପ୍ରକାଶ କରିବା ହେତୁ ଏବେ ବାଧ୍ୟ ହୋଇ ପୋଲିସ ହାତରୁ ତଦନ୍ତ ଦାୟିତ୍ଵ ଛଡାଇ ନେବାକୁ ପଡିଛି । ପୂର୍ବରୁ ମଧ୍ୟ ACFO ସୌମ୍ଯ ରଞ୍ଜନଙ୍କ ମୃତ୍ୟୁ ମାମଲାରେ ପୋଲିସକୁ ସହଯୋଗ କରିଥିଲେ କ୍ରା-ଇ-ମ ବ୍ରାଞ୍ଚର କେତେ ଜଣ ଅଧିକାରୀ ।

ଏବେ ପୁଣି ଠାରେ ତଦନ୍ତ କ୍ରା-ଇ-ମ ବ୍ରାଞ୍ଚ ହାତକୁ ଯିବା ପରେ ଏବେ ଆରମ୍ଭ ହୋଇଛି ଚର୍ଚ୍ଚା । ଆପଣଙ୍କୁ ଏହି ଅଭିଜ୍ଞ ଡିଜିଙ୍କ ଏହି ପ୍ରଶ୍ନବାଣ କେତେ ଦୂର ସଠିକ ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଏହିପରି ପୋସ୍ତ ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।

