ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆମ ସମସ୍ତଙ୍କ ଘରେ ଦିନ ସାରା ବିଦ୍ୟୁତ ବ୍ୟବହାର କରାଯାଏ । ଏହା ଆମ ଫୋନ ଚାର୍ଜ ଠାରୁ ଆରମ୍ଭ କରି କୁଲର୍, ଏସି, ୱାସିଂ ମେସିନ ପର୍ଯ୍ୟନ୍ତ ସବୁଥିରେ ବିଦ୍ୟୁତ ର ବ୍ୟବହାର ହୋଇଥାଏ ।
କିନ୍ତୁ ଯେବେ ମାସ ଶେଷରେ ଆମ ହାତ ରେ ବିଦ୍ୟୁତ ବିଲ ଆସେ ସେତେବେଳେ ଆମେ ଚିନ୍ତା ରେ ପଡ଼ିଯାଇଥାଉ । କିନ୍ତୁ ଆପଣ ଚାହିଁଲେ ବିଦ୍ୟୁତ ବିଲ କୁ କିଛି ପରିମାଣରେ ହ୍ରାସ କରି ପାରିବେ ଏବଂ ନିଜ ପକେଟ ରେ କିଛି ଟଙ୍କା ସଞ୍ଚୟ କରି ପାରିବେ । ଏଥିପାଇଁ ଆପଣଙ୍କୁ କିଛି ପଦକ୍ଷେପ କୁ ଦୈନନ୍ଦିନ ଜୀବନ ରେ ଅନ୍ତର୍ଭୁକ୍ତ କରିବାକୁ ପଡ଼ିବ ।

କେବଳ ଆପଣ ନୁହଁନ୍ତି ବରଂ ଆପଣଙ୍କ ସମ୍ପୂର୍ଣ୍ଣ ପରିବାର କୁ ଏହି ପଦକ୍ଷେପ ଅବଲମ୍ବନ କରିବାକୁ ହେବ । ଆମେ ଆପଣଙ୍କୁ ସର୍ବମୋଟ ୭ଟି ପଦକ୍ଷେପ ସମ୍ବନ୍ଧରେ କହିବୁ । ଯାହାକୁ ଗ୍ରହଣ କରି ଆପଣ ବିଦ୍ୟୁତ ବିଲ ବହୁ ପରିମାଣରେ ହ୍ରାସ କରି ପାରିବେ ।
୧. ବିଦ୍ୟୁତ ସଞ୍ଚୟ କରିବା ପାଇଁ ଆପଣ ପୁରୁଣା ବଲ୍ବ ବ୍ୟବହାର କରିବା ପରିବର୍ତ୍ତେ CFL ବଲ୍ବ ବ୍ୟବହାର କରନ୍ତୁ । ପୁରୁଣା ଟେକ୍ନୋଲୋଜି ବଲ୍ବ ଅପେକ୍ଷା ଏହା କମ ଶକ୍ତି ଖର୍ଚ୍ଚ କରିଥାଏ । ଯାହାଦ୍ୱାରା ଆପଣ ଅଧିକ ସଞ୍ଚୟ କରି ପାରିବେ ।

୨. ପ୍ରାୟତଃ ଏହା ଦେଖିବାକୁ ମିଳେ ଯେ ଲୋକମାନେ ନିଜର ବୈଦ୍ୟୁତିକ ଉପକରଣ ଗୁଡିକୁ ଲମ୍ବା ତାରଯୁକ୍ତ ସାମଗ୍ରୀ ସହିତ ସଂଯୁକ୍ତ ରଖନ୍ତି । କାମ ସରିବା ପରେ ମଧ୍ୟ ଯନ୍ତ୍ରପାତି କୁ ରାତିସାରା ସେହିପରି ଛାଡ଼ି ଦିଆଯାଏ ଏବଂ ବିଦ୍ୟୁତ ଖର୍ଚ୍ଚ ହୁଏ । ଏପରି ପରିସ୍ଥିତି ରେ ବ୍ୟବହାର ନହେଲେ ତୁରନ୍ତ ତାର କୁ ବୋର୍ଡ ରୁ ଖୋଲି ଦିଅନ୍ତୁ ।
୩. ଆପଣ ରୁମ୍ ରୁ ବାହାରକୁ ଯିବା ପୂର୍ବରୁ ସମସ୍ତ ଲାଇଟ୍ ଓ ପଙ୍ଖା ବନ୍ଦ କରି ଦିଅନ୍ତୁ ।

୪. ଯଦି ଆପଣ ଗରମ ସହି ପାରୁଛନ୍ତି ତେବେ ପଙ୍ଖା ଓ ଏସି କମ ବ୍ୟବହାର କରନ୍ତୁ । କାରଣ ଏକ ଘଣ୍ଟା ରେ ଗୋଟିଏ ପଙ୍ଖା ହାରାହାରି ୩୦ ପଇସା ଏବଂ ଗୋଟିଏ ଏସି ହାରାହାରି ୧୦ଟଙ୍କା ପର୍ଯ୍ୟନ୍ତ ବିଦ୍ୟୁତ ଖର୍ଚ୍ଚ କରିଥାଏ ।
୫. ଯଦି ଆପଣ ଏସି ର ତାପମାତ୍ରା ୨୨ ଡିଗ୍ରୀ ସେଣ୍ଟିଗ୍ରେଡ ରୁ ଅଧିକ ସେଟ କରନ୍ତି ତେବେ ଆପଣ ୩ ରୁ ୫ ପ୍ରତିଶତ ବିଜୁଳି ସଞ୍ଚୟ କରି ପାରିବେ ।

୬. ୱାସିଂ ମେସିନ ର କ୍ଷମତା ଅନୁଯାୟୀ ପୋଷାକ ବାଛନ୍ତୁ ।
୭. ଏକ BEE- ରେଟେଡ଼ ଫ୍ୟାନ ବ୍ୟବହାର କରନ୍ତୁ । ଏଥିପାଇଁ କମ ବିଦ୍ୟୁତ ଖର୍ଚ୍ଚ ହେବ । ସର୍ବଦା ଆପଣ ୫ ତାରକା ବିଶିଷ୍ଟ ବୈଦ୍ୟୁତିକ ଉପକରଣ କ୍ରୟ କରନ୍ତୁ ।
ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

