ସରକାରୀ କର୍ମ ଚାରୀଙ୍କ ପାଇଁ ଆସିଲା ବହୁତ ବଡ ଖୁସି ଖବର, ବଢିଲା ମାସିକ ଦରମା, ଦେଖନ୍ତୁ କେତେ ଓ କେବେ ଠାରୁ ?

ବନ୍ଧୁଗଣ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସିଛି । କେନ୍ଦ୍ର ସରକାରଙ୍କ ଅଧୀନରେ କାମ କରୁଥିବା ସମସ୍ତ କର୍ମଚାରୀ ମାନଙ୍କ ପାଇଁ ଏକ ବଡ ଖବର ଆସିଛି । ଏହି ଖବରଟି ହେଉଛି କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କ ଦରମା ବୃଦ୍ଧି ହେବାକୁ ଯାଉଛି । ତା ହେଲେ ବନ୍ଧୁଗଣ କେତେ ଟଙ୍କା ବଢିବ ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତେବେ ବନ୍ଧୁ ଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନେ ମାସକୁ ୪୫୦୦ ଟଙ୍କା ଅଧିକ ଦରମା ପାଇବେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ମହଙ୍ଗା ଭତ୍ତା, ମହଙ୍ଗା ରିଲିଫ ଓ ଘର ଭଡା ବୃଦ୍ଧି କରିବା ପାଇଁ ସରକାର ଚିନ୍ତା କରିଛନ୍ତି । କେନ୍ଦ୍ରର ଏହି ନିଷ୍ପତ୍ତି ପରେ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନେ ଲାଭ ପାଇବେ । କରୋନା ମହାମାରୀ ପାଇଁ ଏପର୍ଯନ୍ତ ଅନେକ କର୍ମଚାରୀ ଚିଲ୍ଡ୍ରେନ ଆନାନସେନ୍ସ ପ୍ଳାନ କରିପାରି ନାହାନ୍ତି ।

ତେବେ ବର୍ତ୍ତମାନ ସମୟରେ ଏହି ସବୁ କାମ ପାଇଁ କୌଣସି ଅଫିସିଆଲ ପ୍ରମାଣ ପତ୍ରର ଆବଶ୍ୟକତା ନଥିବାର ସୂଚନା ମିଳିଛି । ସପ୍ତମ ବେତନ କମିଶନ ଅନୁସାରେ କେନ୍ଦ୍ରୀୟ କର୍ମଚାରୀ ମାନେ ନିଜ ପିଲା ମାନଙ୍କ ଶିକ୍ଷା ଉପରେ ୨୨୫୦ ଟଙ୍କା ଭତ୍ତା ପାଇ ଥାନ୍ତି । କରୋନା କ-ଟ କ-ଣା ପାଇଁ ଏମିତି ବହୁତ କର୍ମଚାରୀ ମାନେ ଶିକ୍ଷା ଭତ୍ତା ପାଇପାରି ନଥିଲେ । ହେଲେ ବର୍ତ୍ତମାନ ଏହି ଭତ୍ତା ଦେବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ।

ସରକାରଙ୍କ ଏହି ନିଷ୍ପତ୍ତି ପାଇଁ ପାଖା ପାଖି ୨୫ ଲକ୍ଷ କର୍ମଚାରୀ ଉପକୃତ ହେବାକୁ ଯାଉଛନ୍ତି । ପାର୍ଶନାଲ ବିଭାଗ ଏହି ପ୍ରସଙ୍ଗରେ ଏକ ବିଜ୍ଞପ୍ତି ପ୍ରକାଶ କରି କେନ୍ଦ୍ରୀୟ କର୍ମଚାରୀ ମାନଙ୍କୁ ଆଶ୍ଵସ୍ତି ଦେଇଛି । ଅଫିସ ପକ୍ଷରୁ କରାଯାଇଥିବା ଚିଠିରେ ଏହା ସ୍ପର୍ଷ୍ଟ କରାଯାଇଛି ଯେ, ଏ ସମ୍ପର୍କରେ କର୍ମଚାରୀ ନିୟମ ୨F ଅନୁସାରେ କେନ୍ଦ୍ର ଏହାକୁ ଅନୁମତି ଦେଇସାରିଛି । ମାର୍ଚ୍ଚ ୨୦୨୦ ରୁ ମାର୍ଚ୍ଚ ୨୦୨୧ରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି କୁହାଯାଇଥିଲା ।

ନିର୍ଦ୍ଧିଷ୍ଟ ପ୍ରମାଣ ପତ୍ର ଦେଖାଇ କେନ୍ଦ୍ର ସରକାରଙ୍କ ତରଫରୁ ମିଳୁଥିବା ଏହି ଭତ୍ତାର ଲାଭ ଉଠାଇ ପାରିବେ କର୍ମଚାରୀ । କେନ୍ଦ୍ର ସରକାରୀ କର୍ମଚାରୀ ମାନେ ଦୁଇ ପିଲାଙ୍କ ଶିକ୍ଷା ପାଇଁ ଭତ୍ତା ପାଇଥାନ୍ତି ଏବଂ ବର୍ତ୍ତମାନ ଏହି ଭତ୍ତା ପ୍ରତ୍ୟକ ପିଲାଙ୍କ ପାଇଁ ୨୨୫୦ ଟଙ୍କା ଧାର୍ଯ୍ୟ ରହିଛି । ଆଗାମୀ ସମୟରେ କେନ୍ଦ୍ରୀୟ କର୍ମଚାରୀ ମାନେ ୪୫୦୦ ଟଙ୍କା ଅଧିକ ଭତ୍ତା ପାଇବେ ।

Leave a Reply

Your email address will not be published. Required fields are marked *