ନମସ୍କାର ବନ୍ଧୁଗଣ ଆପଣ ମାନେ କରୋନା ଆକ୍ରାନ୍ତ ରେ ଲୋକ ମାନଙ୍କ ର ମୃତ୍ୟୁ ର ଖବର ଏବଂ ଆକ୍ରାନ୍ତ ହେବା ଖବର ଶୁଣିବାକୁ ପାଉଥିବେ । ଏହି କରୋନା ଅନେକ ପରିବାର କୁ ଭାଙ୍ଗି ମଧ୍ୟ ସାରିଲେଣି ।
ସେହି ଭଳି ଏକ ପରିବାର ବର୍ତ୍ତମାନ ସରକାର ଙ୍କୁ ନିବେଦନ କରିଛନ୍ତି କି ତାଙ୍କ ବାପା ବର୍ତ୍ତମାନ କରୋନା ରୋଗ ରେ ପୀଡିତ ଏବଂ ଅର୍ଥ ଅଭାବ ଯୋଗୁଁ ସେ ତାଙ୍କ ଚିକିତ୍ସା କରିବାରେ ଅସମର୍ଥ ତେଣୁ ତାଙ୍କ ବାପାଙ୍କୁ ଓଡିଶା ଫେରାଇ ଆଣି ଏଠାରେ ଚିକିତ୍ସା କରିବାକୁ ନିବେଦନ କରିଛନ୍ତି । ତେବେ ଆସନ୍ତୁ ସମ୍ପୃକ୍ତ ଘଟଣା ବିଷୟରେ ଆଲୋଚନା କରି ନେବା ।

ବାଲେଶ୍ଵର ସୋର ଅନ୍ତର୍ଗତ ଭରଡାପଦ ର ଭାଗବତ ସାହୁ ଙ୍କ ପୁଅ ଯୁଧିଷ୍ଠିର ସାହୁ ପରିବାର ର ଆର୍ଥିକ ଅବସ୍ଥା ସୁଧାରିବା ପାଇଁ ଏବଂ ପିଲାଙ୍କ ଭବିଷ୍ୟତ କୁ ସୁଧାରିବା ପାଇଁ ମହାରାଷ୍ଟ୍ର ର ଏକ ହୋଟେଲ ରେ କାମ କରିଥାନ୍ତି । ହେଲେ ହଠାତ ସେ ସେଠାରେ କରୋନା ସଂକ୍ରମଣ ରେ ପୀଡିତ ହୋଇଥିଲେ ।

ତେବେ ତାଙ୍କୁ ପରିବାର ଙ୍କ କହିବା ଅନୁସାରେ ସେମାନେ ପ୍ରଥମେ ଏକ ସରକାରୀ ହସ୍ପିଟାଲରେ ଏବଂ ପରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ୨୧ ଦିନ ଉପରକୁ ହୋଇ ଗଲାଣି ଏଵଂ ତାଙ୍କ ଚିକିତ୍ସା ଉପରେ ଆଠ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଗଲାଣି ଏବଂ ଆହୁରି ଆଠ ଲକ୍ଷ ଟଙ୍କା ବାକି ଅଛି ତେବେ କିନ୍ତୁ ଏପର୍ଯ୍ୟନ୍ତ ସେ ଭଲ ହୋଇ ପାରି ନାହାନ୍ତି ।

ଏହାଛଡ଼ା ତାଙ୍କ ପରିବାର ଲୋକଙ୍କ କହିବା ଅନୁସାରେ ସେ ଗହଣା, ଜମି ଆଦି ବନ୍ଧା ପକାଇ ପଇସା ଦେଇ ସାରିଲେଣି ବର୍ତ୍ତମାନ ତାଙ୍କ ପାଖରେ କିଛି ବି ନାହିଁ । ତେଣୁ ତାଙ୍କ ଝିଅ ଏବଂ ପରିବାର ଲୋକ ସରକାର ଙ୍କୁ ଅନୁରୋଧ କରିଛନ୍ତି କି ଯୁଧିଷ୍ଠିର ଙ୍କୁ ଓଡିଶା ଫେରାଇ ଆଣନ୍ତୁ ଏବଂ ସେଠାରେ ଚିକିତ୍ସା କରି ଭଲ କରେଇ ଦିଅନ୍ତୁ ।
ତେବେ ଯୁଧିଷ୍ଠିର ଙ୍କ ପରିବାର କହିଲେ ସ୍ତ୍ରୀ ଦୁଇ ଝିଅ ଏବଂ ବୁଢା ବାପା ମାଆ ତେବେ ଜଣେ ରୋଜଗାରିଆ ଥିଲେ ସେ ଯୁଧିଷ୍ଠିର କିନ୍ତୁ ବର୍ତ୍ତମାନ ତାଙ୍କ ପରିବାର ର ହାଲତ ବହୁତ ଦୟନୀୟ ହୋଇ ପଡିଛି ଏବଂ ତାଙ୍କ ଝିଅ ସରକାର ଙ୍କୁ ନେହୁରା ହୋଇ କହିଛନ୍ତି । ହେ ସରକାର ଦୟାକରି ମୋ ବାପା ଙ୍କୁ ଓଡିଶା ଫେରାଇ ଆଣନ୍ତୁ ତାଙ୍କ ବିନା ଆମର କେହି ସାହାରା ନାହାନ୍ତି ।

ସବୁ ବିକି ସାରିଲୁଣି ପାଖରେ କିଛି ନାହିଁ । ମୋ ବାପା ଙ୍କୁ ଭଲ କରି ଫେରାଇ ଆଣନ୍ତୁ ମୁ ଏତିକି ନେହୁରା ହେଉଛି । ତେବେ ଯଦି ଆପଣ ମାନେ ମଧ୍ୟ ତାଙ୍କ ପରିବାର କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତେବେ ତାଙ୍କ ସ୍ତ୍ରୀ ଙ୍କ ଆକାଉଣ୍ଟ ରେ ପଇସା ପଠେଇ ପାରିବେ । ତେବେ ତାଙ୍କ ଆକାଉଣ୍ଟ ନମ୍ବର ହେଉଛି,
ଜୟନ୍ତୀ ସାହୁ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ
ମାଣିପୁର ଶାଖା,ବାଲେଶ୍ଵର
ଆକାଉଣ୍ଟ ନମ୍ବର ହେଉଛି – ୩୧୪୫୯୫୩୩୧୧
IFSC CODE -CBINO୨୮୨୯୮୫

