ନମସ୍କାର ବନ୍ଧୁଗଣ ଆପଣ ମାନେ ବର୍ତ୍ତମାନ ନିଶ୍ଚିତ ଦେଖିଥିବେ ଏବଂ ଜାଣି ବି ଥିବେ କି ପାରଳାଖେମୁଣ୍ଡି ର ଏସିଏଫ ସୌମ୍ୟରଂଜନ ମହାପାତ୍ର ଙ୍କ ମୃତ୍ୟୁ ଖବର ସମ୍ପର୍କରେ । ତେବେ ତାଙ୍କର ରହସ୍ୟ ଜନକ ମୃତ୍ୟୁ କୁ ନେଇ ବର୍ତ୍ତମାନ ବହୁତ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି ।
ତେବେ ସୌମ୍ୟ ଙ୍କ ବାପା ମାଆ ନିଜ ବୋହୁ ବିଦ୍ୟା ଭାରତୀ ଙ୍କ ନାମ ରେ ଅଭିଯୋଗ ଆଣିଛନ୍ତି କି ଦୁଇ ଜଣ ସ୍ୱାମୀ ସ୍ତ୍ରୀ ଙ୍କ ଭିତରେ କୌଣସି ଭଲ ସମ୍ପର୍କ ନଥିଲା । ବିଦ୍ୟା ଡ଼ିଏଫଓ ସଂଗ୍ରାମ କେଶରୀ ଙ୍କ ସହ ଅନୈତିକ ସମ୍ପର୍କ ରହିଛି ଏବଂ ସେ ତାଙ୍କ ପୁଅ ଙ୍କୁ ମାନସିକ ନିର୍ଯ୍ୟାତନା ଦେଉଥିଲେ ବୋଲି ମଧ୍ୟ ଅଭିଯୋଗ ଆଣିଛନ୍ତି ।

ଏହା ଛଡା ସୌମ୍ୟ ଙ୍କୁ ଯେତେବେଳେ ହସ୍ପିଟାଲରେ ନେବା ବେଳେ ଆମ୍ବୁଲାନ୍ସ କୁ ଅଟକାଇ ଘର ଭିତରକୁ ଯାଇ ସୁନା ଗହଣା ଏବଂ ମୋବାଇଲ ନେବାକୁ ଯାଇଥିଲେ ଏବଂ ସେହି ବ୍ୟାଗ କୁ ନେଇ ବିଦ୍ୟା ନିଜ ମାଆ ଙ୍କୁ ଦେଇଥିଲେ । ତେଣୁ ସୌମ୍ୟ ଙ୍କ ମାତା ପିତା ନିଜ ବୋହୁ ଙ୍କୁ ସନ୍ଦେହ ଦୃଷ୍ଟି ରେ ଦେଖିଛନ୍ତି ତେବେ ଏହି ସବୁ ଅଭିଯୋଗ କୁ ଖାରଜ କରିଛନ୍ତି । ତେବେ ବିଦ୍ୟା ଙ୍କୁ ଏକ ଚିଠି ଏବଂ ରେକର୍ଡ ସମ୍ପର୍କରେ ପ୍ରଶ୍ନ କରା ଯାଇଥିଲା । ତେବେ ଆସନ୍ତୁ ସେହି ଚିଠି ସମ୍ପର୍କରେ ଆଲୋଚନା କରିନେବା ।

ତେବେ ରିପୋର୍ଟର ତାଙ୍କୁ ପ୍ରଶ୍ନ କରିଥିଲେ କି ଏକ ରେକର୍ଡ ମିଳୁଛି ଏବଂ କୌଣସି ଅନ୍ୟ କାହା ସହ ଆପଣଙ୍କ ସ୍ୱାମୀ ର ସମ୍ପର୍କ ଅଛି ବୋଲି ଶୁଣା ଯାଉଛି । ତେବେ ଆଉ କିଛି ଫୋଟୋ ଦେଖା ଯାଇଛି କି ଆପଣ ସ୍ୱାମୀ ସ୍ତ୍ରୀ ଙ୍କ ଭିତରେ ସୁସମ୍ପର୍କ ରହିଛି ବୋଲି ଜଣା ପଡୁଛି । ଏହି ଦୁଇଟା ଭିତରେ ପାର୍ଥକ୍ୟ କେଉଁଠି ସୃଷ୍ଟି ହେଲା ।
ତେବେ ବିଦ୍ୟା ଉତ୍ତର ରେ କହିଥିଲେ କି ଆମ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ସମ୍ପର୍କ ବହୁତ ଭଲ ଥିଲା । କିନ୍ତୁ ମଝିରେ କିଛି ସମୟ ରେ ମନ ଦୁଃଖ ଥିଲା । ସେହି ସମୟରେ ସେ ଯାହା କିଛି ଲେଖିଛନ୍ତି ସେସବୁ ନିଜ ଉଦ୍ଧେଶ୍ୟରେ ଲେଖିଛନ୍ତି । ମନ ଦୁଃଖ ଥିବାରୁ ସେ ଗୋଟିଏ ସ୍ଥାନରେ ନିଜ ଉଦ୍ଧେଶ୍ୟରେ ନିଜେ କିଛି ଲେଖିଥିଲେ କିନ୍ତୁ ଏହା ପରେ ସେମାନଙ୍କ ମଧ୍ୟ ରେ ବହୁତ ଭଲ ସଂପର୍କ ରହି ଥିଲା ।

ତେବେ ରିପୋର୍ଟର ପ୍ରଶ୍ନ କଲେ କି ଆପଣଙ୍କ ସମ୍ପର୍କରେ ସୁଧାର ଆସିବା ପରେ ସେହି ଚିଠି କୁ ନଷ୍ଟ କରି ନଥିଲେ ଏବଂ ନିଜ ପାଖରେ ରଖିଥିଲେ? ତେବେ ଏହାର ଉତ୍ତର ରେ ବିଦ୍ୟା କହିଥିଲେ କି ସେ ଲେଖା କେବଳ ମୋ ଉଦ୍ଧେଶ୍ୟରେ ଥିଲା ଆଉ କାହା ଉଦ୍ଧେଶ୍ୟରେ ନଥିଲା ତେଣୁ ମୋ ପାଖରେ ରଖିଥିଲି । ତେବେ ଏହି ସବୁ ପରେ ସୌମ୍ୟ ଙ୍କୁ ନ୍ୟାୟ ମିଳିବ କିମ୍ବା ନାହିଁ ଦେଖିବାର ଅଛି ଏବଂ ଦୋଷୀ କୁ ଉପଯୁକ୍ତ ଦଣ୍ଡ ଦେବା ଆବଶ୍ୟକ ଅଟେ ।

