1 October ରୁ ଦେଶରେ ବଦଳିଯିବ ଏହି 5 ଟି ନିୟମ, ଜାଣନ୍ତୁ ଆପଣଙ୍କ ପକେଟ ଉପରେ କଣ ପଡିବ ଏହାର ପ୍ରଭାବ

କୋରାନା ଭାଇରସ ପାଇଁ ଭାରତ ଦେଶରେ ହୋଇଥିବା ଲକଡାଉନରେ ୧ ଅକ୍ଟୋବରରେ ବହୁତ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ଏହି ନିୟମ ଗୁଡିକ ମଧ୍ୟରୁ ଏମିତି କିଛି ନିୟମ ଅଛି ଯାହାର ସିଧା ସଳଖ ପ୍ରଭାବ ଆପଣଙ୍କ ଉପରେ ପଡିବାକୁ ଯାଉଛି । ଭାରତ ଦେଶରେ ୧ ଅକ୍ଟୋବର ଠାରୁ ଅନଲକ-୫ ଆରମ୍ଭ ହେବାକୁ ଯାଉଛି । ୧ ଅକ୍ଟୋବରରୁ ମୋଟର ସାଇକେଲ ନିୟମ, ରୋଷେଇ ଗ୍ଯାସ, ଉଜ୍ଵଳା ଯୋଜନା ଏବଂ ବ୍ୟାଙ୍କିଙ୍ଗ ସମେତ ବହୁତ ନିୟମ ବଦଳିବାକୁ ଯାଉଛି ।

ସେଥିପାଇଁ ଏହା ଜରୁରୀ ଅଟେ ଯେ ଆପଣ ଏହା ବିଷୟରେ ପୂର୍ବରୁ ଜାଣିବା ନିହାତି ଆବଶ୍ୟକ । ଆଜିଆମେ ଆପଣ ମାନଙ୍କୁ ଏହି ନିୟମ ଗୁଡିକର ପରିବର୍ତ୍ତନ ବିଷୟରେ କହିବାକୁ ଯାଉଛୁ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ୧ ଅକ୍ଟୋବରରୁ କେଉଁ କେଉଁ ନିୟମ ସବୁ ବଦଳିବାକୁ ଯାଉଛି ।

ଡ୍ରାଇଭିଙ୍ଗ ଲାଇସେନ୍ସ- RC ରଖିବାର ଚିନ୍ତା ଶେଷ

ସାଧାରଣତଃ ବାହାନ ଚଳାଇବା ସମୟରେ RC ଏବଂ ଡ୍ରାଇଭିଙ୍ଗ ଲାଇସେନ୍ସର ଡକ୍ୟୁମେଣ୍ଟ ରଖିବାର ଚିନ୍ତା ଶେଷ ହେବାକୁ ଯାଉଛି, ବର୍ତ୍ତମାନ ଆପଣ ଏହି ସବୁ ଡକ୍ୟୁମେଣ୍ଟର ଭ୍ୟାଲିଡ କପି ନେଇ ବାହାନ ଚଳାଇ ପାରିବେ ।

ଡ୍ରାଇଭିଙ୍ଗ ସମୟରେ କରିପାରିବେ ମୋବାଇଲ ଫୋନର ବ୍ୟବହାର

ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ମୋଟର ବାହାନ ନିୟମ ୧୯୮୯ରେ କରାଯାଇଥିବା ସଂଶୋଧନ ଅନୁସାରେ ଡ୍ରାଇଭିଙ୍ଗ ସମୟରେ ରାସ୍ତା ଦେଖିବା ପାଇଁ ଆପଣ ବର୍ତ୍ତମାନ ମୋବାଇଲ ଫୋନର ବ୍ୟବହାର କରିପାରିବେ । ୧ ଅକ୍ଟୋବରରୁ ଏହି ନିୟମ ଲାଗୁ ହୋଇଯିବ । ହେଲେ ଏହି ମୋବାଇଲର ବ୍ୟବହାର କେବଳ ଆପଣ ରାସ୍ତା ଦେଖିବା ପାଇଁ କରିପାରିବେ । ଯଦି ଆପଣ ବାହାନ ଚଳାଇବା ସମୟରେ ମୋବାଇଲ ଫୋନରେ କଥା ବାର୍ତ୍ତା କରିବେ ତା ହେଲେ ଆପଣଙ୍କୁ ୧ ରୁ ୫ ହଜାର ପର୍ଯ୍ୟନ୍ତ ଫାଇନ ଦେବାକୁ ପଡିପାରେ ।

ରୋଷେଇ ଗ୍ୟାସର ଦର ହ୍ରାସ ହୋଇପାରେ

ଭାରତରେ ସବୁ ମାସରେ ସରକାରୀ କମ୍ପାନୀ ରୋଷେଇ ଗ୍ଯାସ ଏବଂ ପ୍ରାକୃତିକ ଗ୍ଯାସର ଦର ନିର୍ଦ୍ଧାରଣ କରିଥାଏ । ପୂର୍ବ ମାସ ସେପ୍ଟେମ୍ବରରେ ୧୪.୨ କିଲୋଗ୍ରାମ ଏବଂ ୧୯ କିଲୋଗ୍ରାମ ଗ୍ଯାସ ସିଲିଣ୍ଡରର ଦର କମା ଯାଇଥିଲା । ଆଶା ଅଛି ଯେ ଅକ୍ଟୋବର ମାସରେ ମଧ୍ୟ ରୋଷେଇ ଗ୍ୟାସର ଦର କମିପାରେ ।

ବିଦେଶକୁ ଟଙ୍କା ପଠାଇବାରେ ଲାଗିବ ଟ୍ୟାକ୍ସ

କେନ୍ଦ୍ର ସରକାର ବିଦେଶକୁ ପଠାଯାଉଥିବା ଟଙ୍କା ଉପରେ ଟ୍ୟାକ୍ସ ସହ ଜଡିତ କିଛି ନୂଆ ନିୟମ ବନେଇଛନ୍ତି । ଯଦି ବିଦେଶରେ ଆପଣ ନିଜ ଛୁଆ କିମ୍ବା ସମ୍ପର୍କୀୟ ମାନଙ୍କୁ ଟଙ୍କା ପଠାଇବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କୁ ସେହି ଟଙ୍କାର ୫ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡିବ । ଫାଇନେନ୍ସ ଆକ୍ଟ ୨୦୨୦ ମୁତାବକ ରିଜର୍ବ ବ୍ଯାଙ୍କ ଅଫ ଇଣ୍ଡିଆର ଲିବରଲାଇଜ ରେମିନ୍ଟେସ ସ୍କିମ ଅନୁଯାଇ ବିଦେଶରେ ଟଙ୍କା ପଠାଉ ଥିବା ବ୍ୟକ୍ତିକୁ ଟିସିଏସ ଦେବାକୁ ହେବ । ତେବେ ବନ୍ଧୁଗଣ ୧ ଅକ୍ଟୋବର ଅନଲକ-୫ରେ ଏହି ସବୁ ନିୟମର ପରିବର୍ତ୍ତନ ହେବାକୁ ଯାଉଛି ।

ଟିଭି କିଣିବା ହୋଇପାରେ ମହଙ୍ଗା

୧ ଅକ୍ଟୋବର ରୁ ଆପଣଙ୍କ ପାଇଁ ଟିଭି କିକଣିବା ମହଙ୍ଗା ପଡିପାରେ । ମିଡିଆ ରିପୋର୍ଟ ଅନୁସାରେ କେନ୍ଦ୍ର ସରକାର ଟିଭି ର ବିନିର୍ମାଣ ଉପଯୋଗ ହେଉଥିବା ଉପକରଣରେ 5 % ଶୁଳ୍କ ବଢାଇବାର ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ସରକାର 1 ବର୍ଷ ପାଇଁ ଛାଡ ଦେଇଥିଲେ ଯାହା 30 ସେପ୍ଟେମ୍ବର କୁ ଶେଷ ହୋଇଯିବ ।

ଦେଶ ବିଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *