ବନ୍ଧୁଗଣ ସୋମ୍ୟ ରଞ୍ଜନଙ୍କ ମାମଲାରେ କେଉଁଠି ନା କେଉଁଠି ଡିଏଫଓଙ୍କ ନାମ ନିଶ୍ଚୟ ଆସୁଥିବାର ଆପଣ ମାନେ ଜାଣି ଥିବେ । ସୋମ୍ୟଙ୍କ ମୃତ୍ୟୁ ପରେ ପୋଲିସ ବିଭିନ୍ନ ଦିଗରୁ ତନହାଘନା କରୁଛି ।
ବନ୍ଧୁଗଣ ସୋମ୍ୟଙ୍କ ପରିବାର ଲୋକ ଯେଉଁ ତିନି ଜଣଙ୍କ ନାମ କହିଥିଲେ ସେମାନଙ୍କୁ ବର୍ତ୍ତମାନ ଜେରା କରାଯାଇଛି । ହେଲେ ଏହାରି ମଧ୍ୟରେ ବିଭିନ୍ନ ଦିଗରୁ ପୋଲିସ ଜେରା କରିବା ଆରମ୍ଭ କରି ସାରିଛି । ଗତ କିଛି ଦିନ ହେବ ଏହି ମାମଲାରେ ଗୋଟିଏ ପରେ ଗିତେ ଚରିତ୍ରର ନାମ ସାମ୍ନାକୁ ଆସିଛି ଓ ସେମାନଙ୍କୁ ଯେତେବେଳେ ପୋଲିସ ଜେରା କରୁଛି ସେତେବେଳେ ସେମାନଙ୍କ ବୟାନ ପରସ୍ପର ସହ ତାଳମେଳ ଖାଉ ନାହିଁ ।

ତେଣୁ ପୋଲିସର ସନ୍ଦେହ ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ବନ୍ଧୁଗଣ ଗତ କିଛି ସମୟ ପୂର୍ବରୁ ଡିଏଫଓଙ୍କୁ ଜେରା କରାଯାଇଛି । ପ୍ରଥମ ଦିନରୁ ଡିଏଫଓଙ୍କ ନାମ ସାମ୍ନାକୁ ଆସୁଛି । ଜେରା କରିବା ପରେ ପୋଲିସ ଡିଏଫଓଙ୍କ ସହ ପଚରାଉଚରା କରିଥିଲା ହେଲେ ଏବେ ଡିଏଫଓଙ୍କୁ କ୍ଳିନ ଚିଟ ଦିଆଯାଇଛି ।

ବଡ ଅଧିକାରୀଙ୍କ ସୁରକ୍ଷା ପାଇଁ ପୋଲିସର ପ୍ରମାଣ ନଷ୍ଟ ବୋଲି କୁହାଯାଉଛି । ଡିଏଫଓ ସଂଗ୍ରାମ କେସରୀଙ୍କୁ ମିଳି ଯାଇଛି କ୍ଳିନ ଚିଟ । ବିଦ୍ୟା ଭାରତୀଙ୍କ ଘରକୁ ଯିବା ଆସିବା ପାଇଁ ନିଜ ଅଧିକାରୀଙ୍କ ବିରୋଦ୍ଧରେ କେହି କିଛି କହି ନାହାନ୍ତି । ବନ୍ଧୁଗଣ କାହାର ଚାକିରିକୁ ଭୟ ନାହିଁ ଯେ ସେ ଏହି ସବୁ କଥା କହି ଗୁମର ଖୋଲିବ ।
ଡିଏଫଓ ଓ ବିଦ୍ୟା ଭାରତୀଙ୍କ ଟେଲିଫୋନ ରେକର୍ଡ ଯାଞ୍ଚକୁ ନେଇ ମଧ୍ୟ ବର୍ତ୍ତମାନ ପ୍ରଶ୍ନ ଉଠିଛି । ଡିଏଫଓଙ୍କ ବାସ ଭବନର ଏକ ଗେଟ ସୋମ୍ୟ ରଞ୍ଜନଙ୍କ ଘର ଆଡକୁ ଥିଲା । ବିଦ୍ୟା ଓ ଡିଏଫଓ ସବୁବେଳେ ଯିବା ଆସିବା ଯଦି କରୁଥିବେ ତା ହେଲେ କାହିଁକି ସେମାନେ ଟେଲିଫୋନରେ କଥା ହେବେ ।

ତେବେ ଡିଏଫଓଙ୍କୁ କ୍ଳିନ ଚିଟ ଦେବା ଏକ ସୁଚିନ୍ତିତ ଯୋଜନା ବୋଲି ସୋମ୍ୟଙ୍କ ଓକିଲ ପାର୍ଥ ସାରଥି ନାୟକ କହିଛନ୍ତି । ପାର୍ଥ ସାରଥିଙ୍କ ମତରେ ବିଦ୍ୟା ଓ ଡିଏଫଓ ସିକ୍ରେଟ ଟେଲିଫୋନରେ କଥା ହାଉଥିବେ । ସେ ବିଷୟରେ ପୋଲିସ କିଛି ପାଇଛି କି ? ବୋଲି ପ୍ରଶ୍ନ ଉଠାଇଛନ୍ତି ସୋମ୍ୟଙ୍କ ଓକିଲ ।
ଅନ୍ୟ ପକ୍ଷରେ ପୋଲିସ ତଦନ୍ତକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ସୋମ୍ୟ ରଞ୍ଜନଙ୍କ ପରିବାର । ଦୋଷୀକୁ ଦଣ୍ଡ ମିଳୁ ଓ ଆମ ପୁଅକୁ ନ୍ୟାୟ ମିଳୁ ବୋଲି କହିଛନ୍ତି ସୋମ୍ୟଙ୍କ ପରିବାର । ପାରଳାଖେମୁଣ୍ଡି ପୋଲିସ ଅଧିକ ତଦନ୍ତ ପାଇଁ ବାଲେଶ୍ଵର ଓ ବଲାଙ୍ଗୀର ଗ୍ରସ୍ତ କରିଛନ୍ତି ।

ବିଦ୍ୟା ଭାରତୀ ପଢୁଥିବା ଏଲଆଇଟି ଇନଷ୍ଟିଟ୍ୟୁଟରେ ବ୍ୟାଚଲର ପାର୍ଟି ସମ୍ବନ୍ଧରେ ପୋଲିସ ତଦନ୍ତ କରିବ ବୋଲି ଜଣା ପଡିଛି ଓ ସୋମ୍ୟଙ୍କ ପରିବାର ଲୋକଙ୍କ ସହ ପୁଣି କଥା ବାର୍ତ୍ତା କରିବ ପୋଲିସ । ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଅଧିକ ଖ-ବ-ର ସହିତ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

