“ଏମିତି ପୁଅ ସମସ୍ତଙ୍କୁ ମିଳୁ” ଦିନେ ମା ଦେଖିଥିଲେ ସ୍ୱପ୍ନ, ଆଜି ସେହି ସ୍ୱପ୍ନକୁ ସତ କରିଦେଲା ପୁଅ, ପୁରା କାହାଣୀ ଶୁଣିଲେ ଆପଣ ବି କରିବେ ପ୍ରଶଂସା

ମାଙ୍କ ତ୍ୟାଗ ବିଷୟରେ ଆମେ ସମସ୍ତେ ଜାଣିଛୁ । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ମା ନୁହେଁ ଏକ ପୁଅ ବିଷୟରେ କହିବାକୁ ଯାଉଛୁ । ମା ଦେଖିଯାଇଥିବା ବର୍ଷ ବର୍ଷ ତଳର ସ୍ୱପ୍ନକୁ ମନେରଖି ପୁରା କଲେ ପୁଅ । ମା ଖୁସିରେ ଭାବୁକ ହେଇ କହିଲେ “ଏମିତି ପୁଅ ସସ୍ତଙ୍କୁ ମିଳୁ” । କିଏ ସେହି ଶ୍ରବଣ କୁମାର ? କଣ ରହିଛି ପୁରା ତଥ୍ୟ ? ଆଜି ଆମେ ଆପଣ ମାନଙ୍କୁ ସେହି ପୁଅଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ସାଧାରଣତଃ ମା ବାପା ମାନେ ବୁଢା ହୋଇ ସାରିବା ପରେ ସେମାନେ ଅନେକ କଥା ଭାବି ଥାନ୍ତି । ବାପା ମା ନିଜର ସ୍ଵପ୍ନ ବିଷୟରେ ଭାବି ଥାନ୍ତି ଓ ତାଙ୍କ ପୁଅ ସେହି ସ୍ଵପ୍ନକୁ ପୂରଣ କରିବ ବୋଲି ଆଶା ରଖିଥାନ୍ତି । ଠିକ ଏହିପରି ଏକ ପୁଅ ତାଙ୍କ ମାଙ୍କ ସ୍ଵପ୍ନକୁ ପୂରଣ କରିଛନ୍ତି । ମାଙ୍କ ଇଛା ଥିଲା ସେ ହେଲିକପ୍ଟରରେ ବସି ଉପରୁ ଦୁନିଆକୁ ଦେଖିବେ । ପୁଅ ନିଜ ମାଙ୍କ ୫୦ତମ ଜନ୍ମ ଦିବସରେ ତାଙ୍କ ସ୍ଵପ୍ନ ପୂରଣ କରିଛି ।

ବନ୍ଧୁଗଣ ଏହି ଘଟଣାଟି ହେଉଛି ଠାଣି ଜିଲ୍ଲାର ଉଲ୍ଲାସ ନଗରର । ରେଖା ନାମକ ଏକ ମହିଳା ମହରାଷ୍ଟ୍ରରେ ରହୁଥିଲେ । ବିବାହ ପରେ ସେ ଠାଣି ଜିଲ୍ଲାରେ ରହିଥିଲେ ଏବଂ ସେ ତିନୋଟି ସନ୍ତାନର ମା ହୋଇଥିଲେ । ତେବେ ତାଙ୍କ ସନ୍ତାନ ଛୋଟ ଥିବା ସମୟରେ ହିଁ ସେ ନିଜ ସ୍ଵାମୀଙ୍କୁ ହରାଇଥିଲେ ।


ରେଖାଙ୍କ ବଡ ପୁଅଙ୍କ ନାମ ହେଉଛି ପ୍ରଦୀପ । ଯେତେବେଳେ ପ୍ରଦୀପ ପାଠ ପଢୁଥିଲେ ସେତେବେଳେ ସେ ତାଙ୍କ ମାଙ୍କ କଷ୍ଟକୁ ଭଲ ଭାବରେ ଦେଖିଥିଲେ । ତାଙ୍କ ମା ବହୁତ କଷ୍ଟ ଓ ସଂଘର୍ଷ କରି ନିଜ ଛୁଆ ମାନଙ୍କ ପାଠ ପଢାଇ ବଡ କରିଥିଲେ । ତାଙ୍କ ମାଙ୍କର ଏକ ସ୍ଵପ୍ନ ଥିଲା ଯେ ସେ ଉଡାଜାହାଜରେ ବସିବେ । ଏହି ସ୍ଵପ୍ନ ବିଷୟରେ ପ୍ରଦୀପ ଜାଣିପାରିଥିଲେ ।

ପ୍ରଦୀପ ନିଜ +୨ ପାଠ ଶେଷ କରିବା ପରେ ଏକ କମ୍ପାନୀରେ ଚାକିରି କରିଥିଲେ ଓ ବର୍ତ୍ତମାନ ପର୍ଯ୍ୟନ୍ତ ସେ ସେହି କମ୍ପାନୀରେ ଏକ ବଡ ପଦବୀରେ ଅଛନ୍ତି । ଯେତେବେଳ ପ୍ରଦୀପ +୨ରେ ପାଠ ପଢୁଥିଲେ ସେତେବେଳେ ତାଙ୍କ ମା ନିଜ ସ୍ଵପ୍ନ ବିଷୟରେ କହିଥିଲେ । ମାଙ୍କ ସ୍ଵପ୍ନ ପ୍ରଦୀପ ଆଜି ପୂରଣ କରିଛନ୍ତି । ତାଙ୍କ ମାଙ୍କ ୫୦ତମ ଜନ୍ମ ଦିବସରେ ପ୍ରଦୀପ ତାଙ୍କ ମାଙ୍କୁ ଏକ ପ୍ରାଇଭେଟ ହେଲିକପ୍ଟରରେ ବସେଇ ବୁଲେଇ ଛନ୍ତି ।

ପ୍ରଦୀପ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ କିଛି ଫଟୋ ସେୟାର କରିଛନ୍ତି ଓ ନିଜ ସମସ୍ତ ଭାବନା ବିଷୟରେ ଲେଖିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *