ବନ୍ଧୁଗଣ, ରାଜ୍ୟରେ ଆଉ ଦିନକ ପରେ ସରିବ ଅଗଷ୍ଟ କଟକଣା ସେପ୍ଟେମ୍ବର ରେ କଣ ରହିବ ଅନଲକ ରୂପରେଖ ? ଏହା ଉପରେ ବର୍ତ୍ତମାନ ସମସ୍ତଙ୍କ ନଜର ରହିଅଛି । ଆଜିକାଲି ଭିତରେ ଆସିପାରେ ଗାଇଡ ଲାଇନ । ଆଗକୁ ତୃତୀୟ ଲହର ଆଶଙ୍କା । ଏହା ମଧ୍ୟରେ କଣ ରହିବ କଟକଣା । ସାରା ରାଜ୍ୟ ରୁ ହଟିବ କି ନାଇଟ କର୍ଫୁ ? ଭୁବନେଶ୍ଵର, କଟକ, ଏବଂ ପୁରୀ ରୁ ସପ୍ତାହନ୍ତ ସଟ ଡାଉନ ହଟିବ କି ନାହିଁ । ଏହା ଉପରେ ମଧ୍ୟ ନଜର ଅଛି ।

ଏହା ସହିତ ଅଗଷ୍ଟ ମାସରେ ସମସ୍ତ ପ୍ରକାରର ସାମାଜିକ, ରାଜ ନୀତିଜ୍ଞ, ସାଂସ୍କୃତିକ ଏବଂ ଧାର୍ମିକ ସମାବେଶ ଉପରେ କଟକଣା ଲଗା ଯାଇଅଛି । ଏହି ସବୁ ଉପରେ କଟକଣା ରହିବ ନା କୋହଳ ହେବ । ସୂଚନା ଅନୁଯାୟୀ ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ୧୦୦୦ ତଳେ ରହୁଅଛି । ଗତ ୨୬ ଘଣ୍ଟା ରେ ୬୦୯ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ପଜେଟିଭିଟି ରେ ସବୁ ଜିଲ୍ଲା ଗ୍ରୀନ ଜୋନରେ ।

ଆକ୍ଟିଭ କେସ ରେ କେବଳ ଖୋର୍ଦ୍ଧା ଜିଲ୍ଲା ରେଡ ଜୋନ ରେ ଅଛି । ବର୍ତ୍ତମାନ ସାରା ରାଜ୍ୟ ରେ ନାଇଟ କର୍ଫୁ ସହିତ ୩ ଟି ସହରରେ ଯଥା ଭୁବନେଶ୍ଵର, କଟକ, ପୁରୀ ରେ ସପ୍ତାହନ୍ତ ସଟଡାଉନ ରହିଅଛି । ସେପ୍ଟେମ୍ବର ରୁ ପୂଜା ପାର୍ବଣ ଆରମ୍ଭ ହେବ । ଏଣୁ ବିଶେଷଜ୍ଞ ଙ୍କ ପରାମର୍ଶ କ୍ରମେ ସେପ୍ଟେମ୍ବର ଗାଇଡ ଲାଇନ ଘୋଷଣା କରିବେ ସରକାର । ସତର୍କତା ସ୍ଵୋରୂପ କେନ୍ଦ୍ର ସରକାର କୋଭିଡ କଟକଣା କୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।
ଗତବର୍ଷ ଠାରୁ ଚଳିତ ବର୍ଷ କରୋନା ମହାମାରୀ ର ଆତଙ୍କ ବହୁତ ଅଧିକ ରହିଅଛି । ସ୍ଥିତି ମଝିରେ କମି ଯାଇଥିବା ସମୟରେ ବର୍ତ୍ତମାନ ପୁଣି ଥରେ କରୋନାର ତୃତୀୟ ଲହରୀ କୁ ନେଇ ଚର୍ଚ୍ଚା । ଏହି ଭୟାନକ ରୋଗ ବର୍ତ୍ତମାନ ଛୋଟ ପିଲା ମାନଙ୍କୁ ବହୁଳ ଭାବରେ ଆକ୍ରାନ୍ତ ହେଉଥିବା ବେଳେ, ସାରା ଦେଶ ତଥା ରାଜ୍ୟ ବସି ଅତ୍ୟନ୍ତ ଭୟର ସହିତ ନିଜର ଜୀବନ ଜାପନ କରୁଛନ୍ତି ।

ମାତ୍ର ସେପ୍ଟେମ୍ବର ମାସରେ ସରକାର ଙ୍କ ନୂତନ ନିୟମ କୁ ଅପେକ୍ଷା କରି ବସିଛନ୍ତି ରାଜ୍ୟବାସୀ କାରଣ ଏହା ବହୁଳ ଭାବରେ ଘର ତଥା ବ୍ୟବସାୟ ଚଳାଇବା ନିମନ୍ତେ ବାଧା ସୃଷ୍ଟି କରୁଅଛି । ତେବେ ଫ୍ରେଣ୍ଡ୍ସ ଏଥିରେ ଆପଣଙ୍କ ମତାମତ କଣ ? ଲକଡାଉନ ଉଠିବା ଆବଶ୍ୟକ କି ନୁହେଁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଅଧିକ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

