ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ କରୋନା ମହାମାରୀ ଦ୍ଵାରା ଭାରତ ଓ ଅନ୍ୟାନ୍ୟ ଦେଶ ଗୁଡିକ ରେ ମଧ୍ୟ ମୃତ୍ୟୁ ର ତାଣ୍ଡବ ଦେଖିବାକୁ ମିଳୁଛି । କିଛି ଦିନ ପୂର୍ବରୁ ଅର୍ଥ ଅଭାବ ରୁ ଜଣେ କରୋନା ରୋଗୀ ମୃତ୍ୟୁ ସହିତ ଲଢେଇ କରୁଥିବାର ଚିତ୍ର ସାମ୍ନା କୁ ଆସିଥିଲା ।
କରୋନା ରେ ଗୁରୁତର ଭାବରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଅମ୍ରିତ ଙ୍କ ପାଇଁ କିଛି ଦିନ ପୂର୍ବରୁ ଅର୍ଥ ବାଧକ ସାଜିଥିବାର ଚିତ୍ର ସାମ୍ନା କୁ ଆସିଥିଲା । କିନ୍ତୁ ଅନେକ ବଦାନ୍ୟ ବ୍ୟକ୍ତି ତାଙ୍କୁ ସହାୟତା ର ହାତ ବଢ଼ାଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ବାହାରକୁ ମଧ୍ୟ ନିଆ ଯାଇଥିଲା । ଯାହା ଦ୍ୱାରା ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ରେ କିଛି ମାତ୍ରାରେ ସୁଧାର ଆସୁଥିବାର ସୂଚନା ମିଳିଛି ।

ଅମ୍ରିତ ପ୍ରଧାନ କୌଣସି ରାଜନୈତିକ ବ୍ୟକ୍ତି ଙ୍କ ପୁତ୍ର ନୁହନ୍ତି କିମ୍ବା କୌଣସି ପ୍ରତିଷ୍ଠିତ ବ୍ୟକ୍ତି ଙ୍କ ର ପୁତ୍ର ନୁହଁନ୍ତି । ତାଙ୍କ ପିତା ଜଣେ ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଅଟନ୍ତି । ତାଙ୍କ ମାତା ଜଣେ ସରକାରୀ ବିଦ୍ୟାଳୟ ର ଶିକ୍ଷୟତ୍ରୀ ଅଟନ୍ତି । ଏହା ସହିତ ତାଙ୍କ ଭଉଣୀ ଓ ଭିଣେଇ ଦୁଇଜଣ ସଫ୍ଟୱେର ଇଞ୍ଜିନିୟର ଅଟନ୍ତି । ଅମ୍ରିତ ନିଜେ ବାଙ୍ଗାଲୋର ଠାରେ ଆଇ ଟି ବିଭାଗ ରେ କାର୍ଯ୍ୟ କରୁଥିଲେ ।

କିନ୍ତୁ କିଛି ଦିନ ପୂର୍ବରୁ ସେ ନିଜ ଜନ୍ମ ମାଟି କୁ ଫେରି ଆସିଥିଲେ ଓ ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ । କିଛି ଦିନ ପୂର୍ବରୁ ତାଙ୍କ ବାପା ଓ ମାଆ କରୋନା ରେ ଆକ୍ରାନ୍ତ ହୋଇଥିଲେ । ତାଙ୍କର ସେବା କରି ତାଙ୍କୁ ତାଙ୍କ ପୁଅ ସୁସ୍ଥ କରିଥିଲେ କିନ୍ତୁ କିଛି ଦିନ ପରେ ଅମ୍ରିତ ନିଜେ କରୋନା ରେ ପିଡୀତ ହୋଇଥିଲା ।

ତାଙ୍କ ଅବସ୍ଥା ଅତି ଗୁରୁତର ହେବାରୁ ତାଙ୍କୁ ଚେନ୍ନାଇ କୁ ସ୍ଥାନାନ୍ତର କରିବା ପାଇଁ ଡାକ୍ତର ମାନେ ପରାମର୍ଶ ଦେଇଥିଲେ । ତାଙ୍କ ପାଖରେ ଅର୍ଥ ର ଅଭାଵ ଥିବାରୁ ସେ ଲୋକ ମାନଙ୍କୁ ତାଙ୍କୁ ସହାୟତା କରିବା ପାଇଁ ପ୍ରାର୍ଥନା କରିଥିଲେ । ବର୍ତ୍ତମାନ ମିଲାପ ଆପ ରେ ତାଙ୍କ ପାଖକୁ ପ୍ରାୟ ୯୭ଲକ୍ଷ ଟଙ୍କାର ଅନୁଦାନ ଆସି ସାରିଛି । ଏହା ବ୍ୟତୀତ ତାଙ୍କ ବ୍ୟକ୍ତିଗତ ଆକାଉଣ୍ଟ କୁ ମଧ୍ୟ ବହୁତ ସହାୟତା ରାଶି ଆସିଛି ।

ଟଙ୍କା ଆସିବା ପରେ ତାଙ୍କୁ ବାୟୁ ମାର୍ଗ ରେ ଚେନ୍ନାଇ କୁ ପଠାଯାଇଥିଲା । ସେଠାରେ ଚିକିତ୍ସା ହେବା ପରେ ତାଙ୍କ ଠାରେ କିଛି ମାତ୍ରାରେ ସୁଧାର ଆସିଥିବାର ଜଣା ପଡ଼ିଛି । ବର୍ତ୍ତମାନ ସେ ଠାର ମାଧ୍ୟମରେ ଯୋଗାଯୋଗ କରିପାରୁଛନ୍ତି । ଯଦି ବେଶୀ କିଛି ଅସୁବିଧା ହୁଏ ତେବେ ତାଙ୍କ ର ଫୁସଫୁସ କୁ ମଧ୍ୟ ଟ୍ରାନ୍ସପ୍ଲାଣ୍ଟ କରାଯିବ ବୋଲି ଡାକ୍ତର ମାନେ ସୂଚନା ଦେଇଛନ୍ତି । ଅଧିକ ଖବର ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

