ନୀଳଚକ୍ର ଉପରେ ଚିଲ ବସିବା ଓ ଦେବୀ ସୁଭଦ୍ରାଙ୍କ ରଥରେ ଫାଟ, ଏହା କେଉଁ ବଡ ବିପଦର ସଂକେତ ନୁହେଁ ତ ?

ନମସ୍କାର ବନ୍ଧୁଗଣ ।  ସୂଚନା ମୁତାବକ ଚଳିତ ବର୍ଷ ରଥଯାତ୍ରା ପାଇଁ ପ୍ରସ୍ତୁତି ଚାଲୁଥିବା ସମୟରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା ଯାହାକୁ ଶୁଣିଲେ ଆପଣ ମଧ୍ୟ ଭୟ କରିବେ । ଖବର ଅନୁସାରେ ଶୁକ୍ରବାର ଦିନ ଶ୍ରୀ ମନ୍ଦିର ଉପରେ ଚିଲ ବସିଥିଲା ଓ ଶନିବାର ଦୀନ ରଥରେ ଫାଟ ପଡିଗଲା । ମା ‘ ସୁଭଦ୍ରାଙ୍କର ଦର୍ପଦଳନ ରଥର ଅଖ ଫାଟି ଯାଇଛି ଏବଂ ରଥ ଟି ଦୁର୍ବଳ ହୋଇପଡିଛି ।

ତେବେ ଏହି ଘଟଣାକୁ ନେଇ ଲୋକମାନଙ୍କ ମଧ୍ୟରେ ଖବର ଜୋର ଧରିଛି । କେତେକ ଲୋକମାନେ ଚିଲ ବସିବା ହେତୁ ଏଭଳି ହୋଇଛି ବୋଲି କହିଛନ୍ତି । ଦର୍ଶକବନ୍ଧୁ ଆମେ ସମସ୍ତେ ଜାଣିଛୁ ଯେ ଶ୍ରୀ ମନ୍ଦିର ଉପରେ ବା ନୀଳଚକ୍ର ପାଖରେ କୋଣସି ପକ୍ଷୀ ଉଡନ୍ତି ନାହିଁ । ଆମ ପ୍ରାଚୀନ ଗ୍ରନ୍ଥ ଶାସ୍ତ୍ରରେ ଲିଖିତ ହେଇଛି ଯେ ଶ୍ରୀ ମନ୍ଦିର ଉପରେ ଚିଲ ଉଡିବା ଭଲ ହୋଇନଥାଏ ଏବଂ ଏହା କୋଣସି ଆଗାମୀ ଭବିଷ୍ୟତର ବିପଦ ସମ୍ପର୍କରେ  ସୂଚନା ଦେଇଥାଏ ।

ଆପଣ ଦେଖିପାରିବେ ଶ୍ରୀ ମନ୍ଦିର ଉପରେ ଚିଲ କିପରି ଭାବରେ ବସିଛି ଏବଂ ରଥର ପଛ ପାଖ ସାନ ଉଚ୍ଚୁଳା ଅଖରେ ଫାଟ ପଡିଛି । ତେବେ ବିଶେଷକ ଲୋକମାନେ ଏହାକୁ ସଂଯୋଗ କରି ବିପଦର ଆକଳନ କରୁଛନ୍ତି। ଉଭୟ  ବିଷୟ ଆମକୁ ଆଗାମୀ ସଂକେତ ସମ୍ବନ୍ଧରେ ସୂଚନା ଦେଉଛି କି ? ସାନ ଉଚ୍ଚୁଳା ରଥ ଉପରେ ରଥର ସମସ୍ତ ଭାର ରହିଥାଏ ।

ତେବେ ଅଖରେ ଫାଟ ଦେଖିବା ପରେ ତାହାର ମରାମତି କରି ବୋଟମ ପ୍ୟାକିଙ୍ଗ ଓ ପ୍ଳାଣ୍ଟ ଲଗେଇଥିବା ଦେଖିବାକୁ ମିଳିଛି । ରଥଯାତ୍ରାକୁ ଆଉ ଅଳ୍ପ ଦିନ ଥିବା ବେଳେ ଏଭଳି ଘଟିବା ଭଲ ସଂକେତ ନୁହେଁ । ମାତ୍ର ମନ୍ଦିର ପ୍ରଶାସନ ତାଙ୍କ କାର୍ଯ୍ୟକୁ ଜୋରସରରେ କରିବାରେ ଲାଗିଛନ୍ତି । ପ୍ରଶାସନର କହିବା ଅନୁସାରେ ମନ୍ଦିର କାର୍ଯ୍ୟ ଶୃଙ୍ଖଳିତ ଭାବରେ ହେବ କାରଣ ମହାପ୍ରଭୁଙ୍କ ଆର୍ଶୀବାଦ ରହିଛି ।

ସମସ୍ତ ଅଶୁଭ ସଂକେତକୁ ସେ ଦୂର କରିଦେଵେ ଓ ତାଙ୍କ କାର୍ଯ୍ୟ ସଫଳତା ହେବ ବୋଲି ପ୍ରେରଣା ଦେଇଛନ୍ତି । ମାଳିକାରେ ଲେଖାହୋଇଛି  କି ଶ୍ରୀ ମନ୍ଦିର ଉପରେ ଚିଲ ଉଡିଲେ ବିପଦ ମାଡିଆସେ । ତେବେ ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ ନିଶ୍ଚୟ  କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *