ନିପା ଭାଇରସକୁ ନେଇ ସତର୍କବାଣୀ ଜାରି କଲେ ଓଡିଶା ସରକାର

ବନ୍ଧୁଗଣ ବର୍ତ୍ତମାନ ଦେଶର ସ୍ଥିତି ବହୁତ ଜଟିଳ ରହିଛି । କରୋନା ମହାମାରୀର ଦ୍ଵିତୀୟ ଲହର ନସରୁଣୁ ଏହାର ତୃତୀୟ ଲହର ବର୍ତ୍ତମାନ ଚିନ୍ତାର ବିଷୟ ପାଲଟିଛି । ଗତ ବର୍ଷ କରୋନା ମହାମାରୀର ପ୍ରଥମ ଲହର ଆସିଥିଲା ଯାହା ଜନଜାତିର ବହୁତ କ୍ଷୟ କ୍ଷତି କରିଥିଲା । ଏହି ଭାଇରସରେ ବର୍ତ୍ତମାନ ପର୍ଯ୍ୟନ୍ତ ଲକ୍ଷାଧିକ ଲୋକ ସଂକ୍ରମିତ ହୋଇ ମୃ-ତ୍ୟୁ ବରଣ କରି ସାରିଛନ୍ତି । ହେଲେ ବର୍ତ୍ତମାନ ‘ନିପା’ ଭାଇରସର ଭୟ ବଢିବାକୁ ଲାଗିଛି । 


‘ନିପା’ ଭାଇରସକୁ ନେଇ ସତର୍କ ବାଣୀ ଦେଇଛନ୍ତି ଓଡିଶା ଡିଏମଇଟି । ଡିଏମଇଟିଙ୍କ ମତରେ, ଏହି ଭାଇରସ ମଣିଷରୁ ମଣିଷ ଦେହକୁ ବ୍ୟାପୁଚି ହେଲେ ମହାମାରୀର ରୂପ ବର୍ତ୍ତମାନ ପର୍ଯ୍ୟନ୍ତ ନେଇ ନାହିଁ । ହେଲେ ଆମ ମାନଙ୍କୁ ଏହି ଭାଇରସ ପ୍ରତି ସତର୍କ ଓ ସଚେତନ ରହିବା ଉଚିତ । କେରଳରୁ ଏହି ଭାଇରସ ବ୍ୟାପୁଚି ଗତ କାଲି ଏକ 12 ବର୍ଷ ବାଳକରୁ ମୃ-ତ୍ୟୁ ଏହି ଭାଇରସର ସଂକ୍ରମଣ କାରଣରୁ ହୋଇଛି ବୋଲି ସନ୍ଦେହ କରାଯାଉଛି ।

ଏହି ଭାଇରସକୁ ନେଇ କେରଳ ସରକାର ଏକ ଉଚ୍ଚ ସ୍ତରୀୟ ବୈଠକ କରିଛନ୍ତି । 2018ରେ କେରଳରେ ପ୍ରଥମେ ନିପା ଭାଇରସ ଚିହ୍ନଟ ହୋଇଥିଲା । ସେହି ସମୟରେ ଏହି ଭାଇରସରେ 18 ଜଣ ଆକ୍ରାନ୍ତ ହୋଇଥିବା ବେଳେ 17 ଜଣଙ୍କ ମୃ-ତ୍ୟୁ ହୋଇଥିଲା । କରୋନା ମହାମାରୀର ଦ୍ଵିତୀୟ ଲହର ସଂପୂର୍ଣ୍ଣ ଭାବରେ ଶେଷ ହୋଇ ନାହିଁ ହେଲେ ଅନ୍ୟ ପକ୍ଷରେ ନିପା ଭାଇରସ ଚିନ୍ତାର ବିଷୟ ପାଲଟିଛି । ଆଗାମୀ ସମୟରେ କରୋନାର ତୃତୀୟ ଲହର ଆସିବ ବୋଲି ବିଶେଷଜ୍ଞ କହିଛନ୍ତି ।

ଅବଶ୍ୟ ଏହି ନିପା ଭାଇରସଟି ନୂଆ ନୁହେଁ ଏହା ଆଗରୁ ଚିହ୍ନଟ କରାଯାଇଛି । ଏହି ଭାଇରସଟି ଅଧିକ ସମୟ ପର୍ଯ୍ୟନ୍ତ ରହିବ ନାହିଁ ବୋଲି କହିଛନ୍ତି ବିଶେଷଜ୍ଞ । ତେଣୁ ବର୍ତ୍ତମାନ ଏହି ଭାଇରସର ସମୟ ସ୍ଥିତି ଉପରେ ଧ୍ୟାନ ଦିଆଯାଉଛି । ତେଣୁ ବନ୍ଧୁଗଣ ଯେହେତୁ ଏହା କରୋନା ଭାଇରସ ପରି ମଣିଷ ରୁ ମଣିଷକୁ ସଂକ୍ରମିତ ହେଉଛି ତା ହେଲେ ଆପଣ ମାନଙ୍କୁ ଏହି ଭାଇରସ ପ୍ରତି ସଚେତନ ରହିବା ଉଚିତ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *