ନମସ୍କାର ବନ୍ଧୁଗଣ ଆମ ହିନ୍ଦୁ ଧର୍ମ ରେ ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥି କୁ ଅକ୍ଷୟ ତୃତୀୟା କୁହାଯାଏ ।
ଏହି ତିଥି କିମ୍ବା ଦିନ ଟି ଅତ୍ୟନ୍ତ ଶୁଭ ହୋଇ ଥାଏ । ଏହି ଦିନରେ ଦାନ କର୍ମ କଲେ ତାହା ବହୁତ ପୁଣ୍ୟ ହୋଇ ଥାଏ ବୋଲି କୁହାଯାଏ । ଏହି ଦିନ କୌଣସି ବି କାର୍ଯ୍ୟ କରିବାର କିମ୍ବା କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବାର ଶୁଭ ଦିନ ହୋଇ ଥାଏ । ଏହି ଅକ୍ଷୟ ତୃତୀୟା ଦିନ କୁ ସର୍ବାତ ସିଦ୍ଧି ଯୋଗ କାରକ ବୋଲି କୁହା ଯାଇଥାଏ ।

ଏହି ଦିନ ର ପ୍ରତ୍ୟେକ ମୁହୂର୍ତ୍ତ ହେଉଛି ଶୁଭ ଏବଂ ପବିତ୍ର ତେଣୁ ଏହି ଦିନ ଯେ କୌଣସି କାର୍ଯ୍ୟ କିମ୍ବା ଅନୁକୂଳ କଲେ ତାହା ବହୁତ ଶୁଭ ହୋଇ ଥାଏ ଏବଂ ସେ କାର୍ଯ୍ୟ ର ଶୁଭ ଫଳ ମଧ୍ୟ ମିଳି ଥାଏ । ଅକ୍ଷୟ ଅର୍ଥାତ ଯାହାର କ୍ଷୟ ହୁଏ ନାହିଁ । କିମ୍ବା ତାହା କେବେବି ସରେ ନାହିଁ ଅନନ୍ତ ସମୟ ପର୍ଯ୍ୟନ୍ତ ରହିଥାଏ । ତୃତୀୟା ଅର୍ଥାତ ମାସ ର ତୃତୀୟ ତିଥି ଅଟେ । ତେଣୁ ଏହାର ନାମ ଅକ୍ଷୟ ତୃତୀୟା ରହି ଅଛି ।

ଏହି ଦିନ ଘର ପ୍ରତିଷ୍ଠା କରିବା, କିମ୍ବା ନୂତନ ଗାଡି କୁ ଘରକୁ ଆଣିବା, ସୁନା କୁ ଘରକୁ ଆଣିବା । ଆଦି ବହୁତ ଶୁଭ ହୋଇଥାଏ । ମାନ୍ୟତା ରହିଛି କି ଭଗବାନ ବିଷ୍ଣୁ ଙ୍କର ଷଷ୍ଠ ଅବତାର ପର୍ଶୁରାମ ଙ୍କର ଜନ୍ମ ହୋଇଥିଲା । ଏହା ସହିତ ମାତା ଗଙ୍ଗା ପୃଥିବୀ କୁ ପଦାର୍ପଣ କରିଥିଲେ । ଏହି ଦିନ ଶ୍ରୀ ହରି ଙ୍କ ପୂଜା କଲେ କୌଣସି ବି ନକରାତ୍ମକ ଉର୍ଜା କିମ୍ବା ଶକ୍ତି ଆପଣ ଙ୍କ ପାଖକୁ ଏବଂ ଘରକୁ ପ୍ରବେଶ କରି ପାରି ନ ଥାଏ ।

ଏହି ଦିନ ଶ୍ରୀ ଜଗନ୍ନାଥ ଙ୍କ ରଥ କାଠ ଅନୁକୂଳ ହୋଇ ଥାଏ । ଏବଂ ଚାଷୀ ଭାଇ ମାନେ ପୂଜା ପାଠ କରି ଥାଆନ୍ତି ଏବଂ ଶସ୍ଯ ବୁଣିବା ଆରମ୍ଭ କରି ଦେଇଥାନ୍ତି । ଏହି ଦିନ ଘରେ କିଛି ଉପାୟ କରିବା ଦ୍ୱାରା ଘରେ ଥିବା ସମସ୍ତ ଅସୁବିଧା ଦୁର ହୋଇଯିବ ଏବଂ ଘରେ ମାତା ଲକ୍ଷ୍ମୀ ଙ୍କ ଅଶେଷ କୃପା ମଧ୍ୟ ରହିବ ଏବଂ ଆପଣ ଙ୍କ ଘରେ ଧନ ରତ୍ନ ଏବଂ ସୁଖ ଶାନ୍ତି ର ବୃଦ୍ଧି ହେବ । ତେବେ ଆସନ୍ତୁ ଜାଣିନେବା ସେହି ଉପାୟ ଗୁଡିକ କଣ ।

୧- ପ୍ରଥମ ଉପାୟ ଟି ହେଉଛି ଏହି ଅକ୍ଷୟ ତୃତୀୟା ଦିନ ସାଧବା ସ୍ତ୍ରୀ ମାନେ ସକାଳୁ ଉଠି ସ୍ନାନ ସାରି ନୂତନ ବସ୍ତ୍ର ପିନ୍ଧି ଘରେ ଥିବା ଠାକୁର ଙ୍କୁ ପୂଜା କରି ନିଅନ୍ତୁ । ତା ପରେ ଆପଣ ଏହି ପଵିତ୍ର ଅକ୍ଷୟ ତୃତୀୟା ଦିନ ମାଆ ସଠି ଦେବୀଙ୍କର ପୂଜା କରନ୍ତୁ । ଏହି ବିଶେଷ ଦିନ ଆପଣ ମାତା ସଠି ଦେବୀଙ୍କୁ ପୂଜା ଅର୍ଚ୍ଚନା କରିବା ଦ୍ୱାରା ମାତାଙ୍କ ଅଶେଷ ଆଶୀର୍ବାଦ ରହିବ ଏବଂ ଧନ ରତ୍ନ ର ମଧ୍ୟ ବୃଦ୍ଧି ଘଟିବ । ଘରେ ସୁଖ ଶାନ୍ତି ବଜାୟ ରହିବ । ଆପଣ ଙ୍କ ବୈବାହିକ ଜୀଵନ ଭଲ ଚାଲୁ ନାହିଁ କିମ୍ବା ଆପଣ ଦୁହିଁଙ୍କ ଭିତରେ ଝଗଡା ଲାଗି ରହୁଛି ତେବେ ଆପଣଙ୍କ ର ଏହି ସମସ୍ୟା ମଧ୍ୟ ଦୁର ହୋଇ ଯିବ ଏବଂ ଚାକିରୀ ସମସ୍ୟା ମଧ୍ୟ ଦୁର ହୋଇ ଯିବ ।

୨- ଦ୍ଵିତୀୟ ଉପାୟ ହେଉଛି ଶାସ୍ତ୍ର ଅନୁସାରେ ଏହି ଅକ୍ଷୟ ତୃତୀୟା ଦିନ ଟି ବହୁତ ଶୁଭ ହୋଇ ଥାଏ । ତେଣୁ ମାନ୍ୟତା ରହିଛି କି ଯେ କୌଣସି ଶୁଭ କାର୍ଯ୍ୟ କିମ୍ବା କୌଣସି ବଡ଼ କାର୍ଯ୍ୟ କରିବା ପାଇଁ ଚାହୁଁଥିଲେ ଏହି ପବିତ୍ର ଦିନ କୁ ଅପେକ୍ଷା କରନ୍ତୁ ଏହି ଦିନ କରା ଯାଇଥିବା କିମ୍ବା ଆରମ୍ଭ କରାଯାଇ ଥିବା କାର୍ଯ୍ୟ କେବେବି ବିଫଳ ହେବ ନାହିଁ ।
୩- ତୃତୀୟ ଉପାୟ ଟି ହେଉଛି ଧାର୍ମିକ ଗ୍ରନ୍ଥ ଅନୁଯାୟୀ ଏହି ପବିତ୍ର ଦିନ ରେ ପିଣ୍ଡ ଦାନ କରିବା ଦ୍ୱାରା ପୁର୍ବ ପୁରୁଷଙ୍କୁ ମୋକ୍ଷ ପ୍ରଦାନ ହୋଇ ଥାଏ । ସେମାନେ ବହୁତ ଖୁସି ହୁଅନ୍ତି ଏବଂ ଆପଣ ଙ୍କୁ ଆଶୀର୍ବାଦ ମଧ୍ୟ ପ୍ରଦାନ କରନ୍ତି । ଏହା କରିବା ଦ୍ୱାରା ଆପଣ ଙ୍କ ଜୀବନରେ ସୁଖ ଶାନ୍ତି ଖୁସି ଆସିଥାଏ ।
ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

