ପଛକୁ ପଛ ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ, ଦେଖନ୍ତୁ ଏ ନେଇ କଣ କହୁଛନ୍ତି ଆମ ପାଣିପାଗ ବିଶେଷଜ୍ଞ, ଦେଖନ୍ତୁ Video

ବନ୍ଧୁଗଣ ଗତ କିଛି ସମୟ ହେବ ପାଣିପାଗ ବିଭାଗ ପକ୍ଷରୁ ଏକ ବଡ ସୂଚନା ଆସିଛି । ପଛକୁ ପଛ ଆସୁଛି ଲଘୁଚାପ ଆସନ୍ତା କାଲି ଆଉ ଏକ ଲଘୁଚାପର ସମ୍ଭାବନା ଅଛି । ଆଣ୍ଡାମାନ ସାଗରର ଉପରି ଭାଗରେ ଘୁର୍ନିବଳୟ ଏବେ ସ୍ଥିର ରହିଛି ଯେଉଁଥିରେ ଲଘୁଚାପ କ୍ଷେତ୍ର ସୃଷ୍ଟିରେ ବିଳମ୍ବ ହେଉଥିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ଆସନ୍ତା କାଲି ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗର ସଂଲଘ୍ନ ଉତ୍ତର ଆଣ୍ଡାମାନ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବ ।

ଏହା କ୍ରମଶଃ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଅଧିକ ଘର୍ନିଭୂତ ହେବ । ଆସନ୍ତା ୧୫ ତାରିଖ ବେଳକୁ ୱେଲମାର୍ଟ ଲୋ ପ୍ରେସର ଦକ୍ଷିଣ ଓଡିଶା ଓ ଉତ୍ତର ଆନ୍ଧ୍ର ଅଞ୍ଚଳରେ ପହଞ୍ଚିବାର ସମ୍ଭାବନା ରହିଛି । ପୂର୍ବରୁ କିଛି ପାଣିପାଗ ସଂସ୍ଥା ସମ୍ଭାବ୍ୟ ବାତ୍ୟାକୁ ନେଇ ଆକଳନ କରୁଥିଲେ । ଏବେ ସେହି ଆଶଙ୍କାବି ଟଳିଛି । ୱିଣ୍ଡି ମଡେଲ୍ ଲଘୁଚାପ ଅବପାତ କିମ୍ବା ଗଭୀର ଅବପାତର ସମ୍ଭାବନା ଦର୍ଶାଉଛି ।

ଏହି ଅବପାତ ଓଡିଶା ଉପକୂଳ ବ୍ରହ୍ମପୁର ଓ ପୁରୀ ମଧ୍ୟ ଆଡକୁ ମୁହାଁଆଇବ । ଏହାର ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡିଶାରେ ବର୍ଷା ହେବାର ସମ୍ଭାବନା ଅଛି । ତା ହେଲେ ବନ୍ଧୁଗଣ ପଛକୁ ପଛ ରହିଛି ଲଘୁଚାପର ସମ୍ଭାବନା । ଆପଣ ମାନଙ୍କୁ ଏହି ପୋଷ୍ଟଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ ଓ ଏହି ସୂଚନା ବିଷୟରେ ଅନ୍ୟ ମାନଙ୍କୁ ନିଶ୍ଚୟ କହିବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *