ଭ୍ୟାକ୍ସିନ ର ପ୍ରଥମ ଡୋଜ ନେବା ପରେ ଯଦି ଆପଣ ପ୍ରେଗନେଣ୍ଟ ହୁଅନ୍ତି ତ ଆପଣ ଦ୍ଵିତୀୟ ଡ଼ୋଜ ନେବେ ନା ନାହିଁ ? Dr Jyotiranjan Panda

ବନ୍ଧୁଗଣ ବର୍ତ୍ତମାନ ଦେଶରେ କରୋନା ମହାମାରୀର ସଂକ୍ରମଣକୁ କମାଇବା ପାଇଁ ଭାରତ ସରକାର ଟୀକା ପ୍ରଚଳନ କରିଛନ୍ତି । ଗତ ମାସରୁ ସମସ୍ତଙ୍କୁ ଟୀକା ଦିଆଯାଉଛି । ଏହା ସହିତ କେତେକ ସ୍ଥାନରେ ଲକଡାଉନ ମଧ୍ୟ ଘୋଷଣା ହୋଇଛି ।

ଏହି ଟୀକା ବ୍ୟବସ୍ଥା ଅଧିକାଂଶ ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳା ମାନଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ସମସ୍ତ ମଣିଷ ଟୀକା ନେଇ ପାରିବେ ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳା ମାନେ ଟୀକା ନେବ ବୋଲି ଗାଇଡ ଲାଇନ ରୁଜୁ ହୋଇ ନାହିଁ ।

ତେଣୁ ବର୍ତ୍ତମାନ ଏକ ବଡ ପ୍ରଶ୍ନ ଉଠିଛି ଯେ, ଗର୍ଭବତୀ ମହିଳା ମାନେ ଟୀକା ନେଇପାରିବେ ନାହିଁ । ଏଥିପାଇଁ ଦୁନିଆର ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳା ମାନଙ୍କ ପାଇଁ ଚିନ୍ତିତ ଅଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଗର୍ଭବତୀ ଓ ସ୍ତନ୍ୟପାନ ମହିଳାଙ୍କ ଟୀକା କାରଣକୁ ନେଇ ଏକ ବିଶେଷ କଥା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

WHO ବିଶେଷଜ୍ଞ ଡାକ୍ତର ସୋମ୍ୟା ସ୍ବାମୀନାଥନଙ୍କ ମତରେ, ଗର୍ଭବତୀ ମହିଳା ମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ତେଣୁ ବର୍ତ୍ତମାନର ସମୟରେ ଏହା ଜରୁରୀ ଅଟେ ଯେ ଗର୍ଭବତୀ ଓ ସ୍ତନ୍ୟପାନ ମହିଳା ମାନଙ୍କୁ କରୋନା ଟୀକାର ଆବଶ୍ୟକତା ରହିଛି । ଅନ୍ୟ ପକ୍ଷରେ ନେସନାଲ ଟେକନିକାଲ ଏଡବାଇଜରି ଗୃପ ଅନ ଇମ୍ୟୁନାଇଜେସନ ଗତ କିଛି ଦିନ ତଳେ ଏକ ବିଶେଷ ଖବର ଦେଇଥିଲେ । ତାଙ୍କ ମତରେ, ଗର୍ଭବତୀ ମହିଳା ମାନେ ଛୁଆ ଡେଲିଭରି କରିବା ପରେ କେବେବି ଟୀକା ନେଇପାରିବେ । ଏହା ସହିତ ସ୍ତନ୍ୟପାନ କରାଉଥିବା ମହିଳା ମାନେ ମଧ୍ୟ ଟୀକା ନେଇପାରିବେ । ଏହି ମହିଳା ମାନେ କେତେବେଳେ ବି ଏନ୍ଟି-ନେଟଲ ଚେକଅପ୍ କରି ଟୀକା ନେଇ ପାରିବେ ।

ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଜଣା ପଡିନାହିଁ ଯେ, ଟୀକାର ପ୍ରଭାବ ଗର୍ଭବତୀ ମହିଳାଙ୍କ ଉପରେ କଣ ପଡିବ । ଏହି କାରଣ ହେତୁ ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ ଗର୍ଭବତୀ ମହିଳା ମାନଙ୍କୁ ଟୀକା ଦିଆଯାଉ ନାହିଁ । ନେସନାଲ ଟେକନିକାଲ ଏଡବାଇଜରି ଗୃପ ଅନ ଇମ୍ୟୁନାଇଜେସନର ଚେୟାର ମ୍ୟାନ ଡାକ୍ତର ଏନ. କେ ଆରୋଡାଙ୍କ ମତରେ, କରୋନା ମଣିଷ ଶରୀରରେ ଆଜୀବନ ରହିବ ନାହିଁ । ତେଣୁ ଟୀକା ଦ୍ଵାରା ଗର୍ଭବତୀ ମହିଳାଙ୍କ ଜୀବନ ପ୍ରତି କୌଣସି ବିପଦ ନାହିଁ । ଏହା ବ୍ୟଥୀ ଟୀକା ଗର୍ଭବତୀ ମହିଳାଙ୍କ ଭ୍ରୁଣ ଉପରେ ମଧ୍ୟ କୌଣସି ଖରାପ ପ୍ରଭାବ ପକାଇବ ନାହିଁ ।

ଅନ୍ୟ ପକ୍ଷରେ ନାଏଡୁ କଲେଜର ବିଶେଷଜ୍ଞ ଡାକ୍ତର ନିଧି ଗୁପ୍ତାଙ୍କ ମତରେ, ମହିଳା ମାନଙ୍କୁ ଗର୍ଭବସ୍ତା ସମୟରେ ଟୀକା ନେବା ଉଚିତ ନୁହେଁ । କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ସରକାରଙ୍କ ତରଫରୁ ଏଥିପାଇଁ କୌଣସି ଗାଇଡ ଲାଇନ ଜାରି ହୋଇ ନାହିଁ । ତେଣୁ ବନ୍ଧୁଗଣ ଏହି ସବୁ କଥାକୁ ଧ୍ୟାନରେ ରଖି ଆପଣ ମାନେ ଟୀକା ନିଅନ୍ତୁ, ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *