କୋଟି କୋଟି ଟଙ୍କାର ମାଲିକ ଅଟନ୍ତି South ର ଏହି Super Star, କିନ୍ତୁ ଆଜି ବି ତାଙ୍କ ବାପା ଚଲାନ୍ତି ବସ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଫିଲ୍ମ ‘କେଜିଏଫ’ ରୁ ନିଜ ଫାନ୍ସ ମାନଙ୍କ ହୃଦୟ ରେ ରାଜ୍ କରୁଥିବା ଅଭିନେତା ୟସ ଙ୍କ ଦ୍ଵାରା ଅଭିନୀତ କନ୍ନଡ଼ ଫିଲ୍ମ ‘କେଜିଏଫ ଚାପ୍ଟର ୧’ ବକ୍ସ ଅଫିସ ରେ ସୁପରହିଟ ସାବ୍ୟସ୍ତ ହୋଇଥିଲା ଏବଂ ବହୁତ ପଇସା କମାଇଥିଲା ।

କଲେକ୍ସନ ମାମଲାରେ ଫିଲ୍ମ ଅନେକ ରେକର୍ଡ ମଧ୍ୟ ଭାଙ୍ଗିଛି । ‘କେଜିଏଫ’ ହିନ୍ଦୀ ବେଲ୍ଟ ବି ଲୋକ ମାନଙ୍କ ମନରେ ଗଭୀର ଛାପ ପକାଇଛି । ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଯଦିଓ ୟସ ଙ୍କ ଫିଲ୍ମ ୨୦୦ କୋଟି ରୁ ଅଧିକ କମାଉଛି, କିନ୍ତୁ ଆଜି ମଧ୍ୟ ତାଙ୍କ ପିତା ବସ ଚାଳକ ଅଟନ୍ତି । ତାଙ୍କ ପିତା ଙ୍କ ନାମ ଅରୁଣ କୁମାର ଅଟେ ।

ୟସ ଙ୍କ ପିତା ଏହା ମାନନ୍ତି ଯେ, ସେ ନିଜର ଏହି ପେସା ଜରିଆରେ ନିଜ ପୁଅ ଙ୍କୁ ଏତେ ବଡ଼ ଷ୍ଟାର ବନାଇ ପାରିଛନ୍ତି । ତେଣୁ ସେ କେବେବି ଏହାକୁ ଛାଡି ପାରିବେ ନାହିଁ । ୟସ ଙ୍କ ଜନ୍ମ କର୍ଣ୍ଣାଟକ ରେ ହୋଇଥିଲା । ତାଙ୍କର ପ୍ରକୃତ ନାମ ନବୀନ କୁମାର ଗୋୖଡ଼ା ଅଟେ । ୟସ ନିଜ କ୍ୟାରିଅର ର ଆରମ୍ଭ ଟିଭି ସିରିଆଲ ‘ନନ୍ଦା ଗୋକୁଲ’ ଜରିଆରେ କରିଥିଲେ ।


ସେ ୨୦୦୭ ମସିହାରେ ଫିଲ୍ମ ‘ଜଂବାଡ଼ା ହୁଡୁଗି’ ରେ ଡେବ୍ୟୁଟ କରିଥିଲେ । ଯଦିଓ ଏହି ଫିଲ୍ମ ରେ ତାଙ୍କର ଦ୍ଵିତୀୟ ଲିଡ଼ ରୋଲ ଥିଲା । ୟସ ଙ୍କ ଫିଲ୍ମୀ କ୍ୟାରିଅର ୧୨ ବର୍ଷର ଅଟେ । ଯେଉଁଥିରେ ସେ ୧୮ ଫିଲ୍ମ ରେ ଅଭିନୟ କରିଛନ୍ତି । ୟସ ଙ୍କ ପାଖରେ ୪୦ କୋଟି ରୁ ମଧ୍ୟ ଅଧିକ ପ୍ରପର୍ଟି ରହିଛି । ସେ ୩ କୋଟି ଟଙ୍କା ବଙ୍ଗଳା ର ମାଲିକ ଅଟନ୍ତି ।

ସେ ଗୋଟିଏ ଫିଲ୍ମ ରେ ଅଭିନୟ କରିବା ନିମନ୍ତେ ୫ କୋଟି ରୁ ବି ଅଧିକ ଚାର୍ଜ କରନ୍ତି । ପୂର୍ବରୁ ସେ ‘କେଜିଏଫ ୧’ ରେ ନଜର ଆସିଥିଲେ ଏବଂ ବର୍ତ୍ତମାନ ସେ ‘କେଜିଏଫ ୨’ ର ପ୍ରସ୍ତୁତି ରେ ଲାଗିଛନ୍ତି । ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଅଭିନେତା ୟସ ଏବଂ ରାଧିକା ୨୦୧୬ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।


ଉଭୟ ଙ୍କ ପ୍ରଥମ ସାକ୍ଷାତ ‘ନନ୍ଦାଗୋକୁଲ’ ସିରିଆଲ ରେ ହୋଇଥିଲା ଏବଂ ଏହାପରେ ଉଭୟ ପରସ୍ପର କୁ ଡେଟ କରିଥିଲେ । ଏହି ଯୋଡ଼ି ଜଣେ କନ୍ୟା ସନ୍ତାନ ର ମାତାପିତା ଅଟନ୍ତି ଏବଂ ବହୁତ ଶୀଘ୍ର ଉଭୟ ଙ୍କ ଦ୍ଵିତୀୟ ସନ୍ତାନ ମଧ୍ୟ ଜନ୍ମ ହେବାର ଅଛି । ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଟଲୀଉଡର କିଛି ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *