ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ରିଆଲିଟି ସୋ ‘ରଜ କ୍ଵିନ’ ନିଶ୍ଚୟ ଦେଖିଥିବେ । ଏହି ସୋରେ ଅନେକ ଝିଅ ଭାଗ ନେଇ ଥାନ୍ତି । ଯେଉଁ ଝିଅ ମାନେ ଏହି ସୋର ବିଜେତା ହୁଅନ୍ତି ସେମାନେ ନିଜ ଜୀବନରେ ବହୁତ କଷ୍ଟ କରିଥାନ୍ତି ।
ଏହି ବର୍ଷ ରଜ କ୍ଵିନ ୨୦୨୧ର ବିଜେତା ହେଉଛନ୍ତି କ୍ରୀଷ୍ଣା ସାହୁ । ଆପଣ ମାନେ କ୍ରୀଷ୍ଣା ସାହୁଙ୍କୁ ରଜ କ୍ଵିନରେ ନିଶ୍ଚୟ ଦେଖିଥିବେ । ଏହି ବର୍ଷ ରଜ କ୍ଵିନରେ ଓଡିଆ ଅଭିନେତା ଶ୍ରିତମ, ଦେବାଶିଷ ଓ ଅଭିନେତ୍ରୀ ପ୍ରିୟା ମୁଖ୍ୟ ବିଚାରକ ଥିଲେ । କ୍ରୀଷ୍ଣା ହେଉଛନ୍ତି ଏକ ଇଞ୍ଜିନିୟର ସେ ବ୍ୟଙ୍ଗାଲୋରରେ ଚାକିରି କରୁଥିଲେ । ଏହି ଲକଡାଉନ ସମୟରେ ସେ ରଜ କ୍ଵିନରେ ଭାଗ ନେଇ ନିଜ ସ୍ଵପ୍ନକୁ ପୂରଣ କରିଛନ୍ତି ।

ବନ୍ଧୁଗଣ କ୍ରୀଷ୍ଣାଙ୍କ ବାଲ୍ୟ ଜୀବନ ଚାନ୍ଦବାଲିରେ ବୀତି ଥିବା ବେଳେ ଏହି ସଫଳତା ପଛରେ ତାଙ୍କ ଅଜା ଆଇ ଓ ତାଙ୍କ ପରିବାର ଲୋକଙ୍କ ପ୍ରେରଣା ତାଙ୍କୁ ଏତେ ବାଟ ଯାଏଁ ଆଣିଛି । ବନ୍ଧୁଗଣ କ୍ରୀଷ୍ଣା ସାହୁ ରଜ କ୍ଵିନ ଗ୍ରାଣ୍ଡ ଫିନାଲେର ୱିନର ହୋଇଥିବାରୁ ସେ ବହୁତ ଖୁସି ଅଛନ୍ତି । କ୍ରୀଷ୍ଣା ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ରୁହନ୍ତି । ଚାନ୍ଦବାଲିର ବିଶିଷ୍ଟ ସମାଜ ସେବି ତଥା ବ୍ୟବସାୟୀ ହରିହର ସାହୁଙ୍କ ନାତୁଣୀ ହେଉଛନ୍ତି କ୍ରୀଷ୍ଣା ।

ବନ୍ଧୁଗଣ କ୍ରୀଷ୍ଣାଙ୍କ ବାପାଙ୍କ ନାମ ହେଉଛି ଗଙ୍ଗାଧର ସାହୁ ଓ ସେ ଜଣେ ମେଜର ଅଟନ୍ତି । କ୍ରୀଷ୍ଣାଙ୍କ ମାଙ୍କ ନାମ ହେଉଛି ଅନିତା ସାହୁ । କ୍ରୀଷ୍ଣା ହେଉଛନ୍ତି ତାଙ୍କ ବାପା ମାଙ୍କ ଏକ ମାତ୍ର ଝିଅ । ଚଳିତ ବର୍ଷ Z SARTHAKର ଲୋକପ୍ରିୟ ସୋ ରଜ କ୍ଵିନରେ କ୍ରୀଷ୍ଣା ଭାଗ ନେଇ ବିଜେତା ହୋଇଛନ୍ତି ।

ସେ ଓଡିଶାର ସଂସ୍କୃତି ପରମ୍ପରା ସହ ଅଭିନୟ, ଗୀତ ଗାଇବା, ନୃତ୍ୟ ଏବଂ ଓଡିଆ ଘର ଝିଅର ସମସ୍ତ ଗୁଣକୁ ଉପସ୍ଥାନ କରି ସୁନ୍ଦର ପଦର୍ଶନ କରି କରିଥିଲେ । ବନ୍ଧୁଗଣ ସେ ରଜ କ୍ଵିନ ସୋକୁ ଜିତିବା ସହ ସେ ୫୦ ହଜାର ଟଙ୍କାର କୁପନ ଜିତି ଛନ୍ତି ।

କ୍ରୀଷ୍ଣା ବହୁତ ସୁନ୍ଦର ଓ ଷ୍ଟାଇଲିସ ନଜର ଆସନ୍ତି । ତାଙ୍କୁ ମଡେଲିଙ୍ଗ କରିବା ପାଇଁ ବାହୁତ ଭଲ ଲାଗେ । କ୍ରୀଷ୍ଣାଙ୍କ ଅଭିନୟ ରଜ କ୍ଵିନରେ ଲୋକ ମାନଙ୍କୁ ବେସ ପସନ୍ଦ ଆସିଥିଲା । ତା ହେଲେ ବନ୍ଧୁଗଣ ରଜ କ୍ଵିନ ବିଜେତା କ୍ରୀଷ୍ଣା ସାହୁ ଆପଣ ମାନଙ୍କୁ କିପରି ଲାଗିଲେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

